News18 Odia Digital
ମାଣ୍ଡ୍ୟା: ଅନଲାଇନ୍ କ୍ଲାସ୍ ପାଇଁ ନିଜ ନାବାଳିକା ଝିଅକୁ ନିଜ ମୋବାଇଲ୍ ଫୋନ୍ ଦେବା ଜଣେ ବ୍ୟକ୍ତିଙ୍କ ପାଇଁ ବଡ଼ ଅଡ଼ୁଆ ଆଣିଦେଇଛି । ମୋବାଇଲ୍ ଫୋନରୁ ଝିଅଟି ନିଜ ବାପାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଥିବା ସମ୍ପର୍କ ବିଷୟରେ ଜାଣିପାରିଛି ।
ସେହି ମହିଳାଙ୍କ ସହ ନିଜ ପିତାଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଝିଅଟି ଆଖିରେ ପଡ଼ିଥିଲା । ଆଉ ସେ ସେହି ଭିଡିଓ ନିଜ ମା’ଙ୍କୁ ଦେଖାଇଥିଲା । ବାସ୍, ଏବେ ତା’ ମା’ ତା’ ବାପାଙ୍କୁ ଏଥି ପାଇଁ ଦଣ୍ତ ଦେବାକୁ ଚାହୁଁଛନ୍ତି । ଏହି ଘଟଣା କର୍ଣ୍ଣାଟକର ମାଣ୍ଡ୍ୟାରେ ଘଟିଛି । ସେହି ପରିବାରରେ ଆରମ୍ଭ ହୋଇଥିବା ବିବାଦର ସମାଧାନ ପାଇଁ ପୋଲିସ ଓ ସ୍ବେଚ୍ଛାସେବୀ ସଙ୍ଗଠନମାନେ ଚେଷ୍ଟା କରୁଛନ୍ତି ।
ଏବେ ଝିଅଟିର ମା’ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିବା ବେଳେ ତାଙ୍କ ସ୍ୱାମୀ ପରିବାର ସହିତ ମିଳିମିଶି ରହିବା ପାଇଁ ଜିଦ୍ ଧରିଥିବା ଜଣାଯାଇଛି । ଗତ ୧୮ ବର୍ଷ ଧରି ବିବାହିତ ଥିବା ଏହି ଦମ୍ପତିଙ୍କର ୧୫ ଓ ୧୭ ବର୍ଷର ଦୁଇଟି ଝିଅ ଅଛନ୍ତି ।
ଏହା ବି ପଢ଼ନ୍ତୁ | ନୟାଗଡ଼ର ପରୀ ହତ୍ୟା: ମନ୍ତ୍ରୀ ଅରୁଣ ସାହୁ କହିଲେ ସେ ‘‘ବ୍ୟଥିତ; ପରିବାରକୁ ନ୍ୟାୟ ମିଳିବା ଉଚିତ’’‘‘ଅକ୍ଟୋବରରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନିଜ ବଡ଼ ଝିଅକୁ ଅନଲାଇନ୍ କ୍ଲାସ୍ କରିବା ପାଇଁ ନିଜ ମୋବାଇଲ୍ ଫୋନ୍ ଦେଇଥିଲେ । ଆଉ ସେହି ମାସ ହିଁ ତାଙ୍କ ଗୁପ୍ତ ପ୍ରେମ ଜଣାପଡ଼ିଯାଇଥିଲା । ଫୋନରେ ଥିବା ବିଭିନ୍ନ ଫଟୋ ଓ ଭିଡିଓ ଦେଖୁ ଦେଖୁ ଝିଅଟି ଏକ ଭିଡିଓ ପାଇଥିଲା ଯାହା ତା’ ବାପାଙ୍କ ସହିତ ଅନ୍ୟ ଜଣେ ମହିଳାଙ୍କର ଥିଲା । ସେହି ମହିଳା ତାଙ୍କର ଜଣେ ସମ୍ପର୍କୀୟା ଥିଲେ,’’ କହିଛନ୍ତି ଜଣେ ପୋଲିସ ଅଫିସର ।
ଝିଅଟିର ବାପା ଓ ସେ ମହିଳା ସେହି ଭିଡିଓରେ ଅନ୍ତରଙ୍ଗ ହୋଇଥିଲେ । ଏହି ଭିଡିଓ ବିଷୟରେ ତାଙ୍କ ପତ୍ନୀ ଜାଣିବା ପରେ ପୋଲିସ୍ ଓ ମହିଳା ସଙ୍ଗଠନଙ୍କ ନିକଟକୁ ଯାଇ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଏହି ଘଟଣା ଆଧାରରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତା’ ଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା‘‘ସ୍ୱାମୀ ଜଣଙ୍କ ବିରୋଧରେ ଆଇ.ଟି. ଆକ୍ଟ ଅନୁଯାୟୀ ଏକ ମାମଲା ବି ରୁଜୁ ହୋଇପାରେ,’’ କହିଛନ୍ତି ପୋଲିସ ଅଫିସର ଜଣକ । ଶାନ୍ତ୍ୱନା କେନ୍ଦ୍ରର କର୍ମୀମାନେ ଓ ପୋଲିସ ଏହି ଦମ୍ପତିଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ସବୁ ପ୍ରୟାସ ବୃଥା ହୋଇଛି ।
ଏହା ବି ପଢ଼ନ୍ତୁ | BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହେଲେ; ପତ୍ନୀ କହିଲେ, ‘‘ଇଏ ଷଡ଼ଯନ୍ତ୍ର; ମୋ’ ସ୍ୱାମୀଙ୍କ ଜୀବନ ବିପଦରେ ଅଛି’’ହେଲେ ପୋଲିସର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ପରକୀୟା ପ୍ରୀତି (adultery) ଯେହେତୁ ଆଉ ଏକ ଅପରାଧ ନୁହେଁ, ତେଣୁ ପତ୍ନୀଙ୍କ ଦାବି ଅନୁଯାୟୀ ତାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ତେବେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ୍, ୨୦୦୦ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
‘‘ଏବେ ପୋଲିସର ତଦନ୍ତ ଜାରି ଅଛି । ଆମେ ଜାଣିବାକୁ ଚେଷ୍ଟା କରୁଛୁ ସେହି ମହିଳାଙ୍କ ସମ୍ମତି ବିନା ପୁରୁଷ ଜଣକ ସେହି ଭିଡିଓର ସୁଟିଂ କରିଥିଲେ କି ନାହିଁ ଏବଂ ସେ ଭିଡିଓକୁ ସେ ଅନ୍ୟ କାହାକୁ ପଠାଇଥିଲେ କି ନାହିଁ,’’ କହିଛନ୍ତି ଜଣେ ତଦନ୍ତକାରୀ ପୋଲିସ ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।