News18 Odia Digital
ଛତିଶଗଡ଼: ଆଜିକାଲି ଦୁନିଆରେ ଲଭ, ସେକ୍ସ ଓ ଧୋକା (Love Sex Dhoka) ଏକ ସାଧାରଣ କଥା ହୋଇଗଲାଣି। ପ୍ରେମରେ ଧୋକା ଦେବାର ପ୍ରତିଶୋଧ ନେବାକୁ ମଧ୍ୟ କୌଣସି ପଥ ଛାଡୁନାହାଁନ୍ତି ପ୍ରେମିକା (Girlfriend) ଓ ପ୍ରେମିକ (Boyfriend)। ଜୀବନକୁ ମଧ୍ୟ ବାଜିରେ ଲଗାଇଦେଉଛନ୍ତି ସମସ୍ତେ। ଏମିତି ପ୍ରତିଶୋଧର ଏକ ଅଭାବନୀୟ ଘଟଣା (Crime) ଦେଖିବାକୁ ମିଳିଛି।
ପ୍ରେମିକାଙ୍କୁ ୱେଡିଂ ପାର୍ଟିରେ ଏକ ଅବିଶ୍ୱସନୀୟ କାଣ୍ଡ କରି ଦେଇଛନ୍ତି ପ୍ରେମରେ ପାଗଳ ଥିବା ଜଣ ଯୁବକ। ଏଲଇଡି ହୋମ୍ ଥିଏଟରରେ ବୋମା ଖଞ୍ଜି ପ୍ରେମିକାକୁ ମ୍ୟାରେଜର ଗିପ୍ଟ ଦେଇଥିଲେ ପ୍ରେମିକ।
ପରେ ଏହାର ବିସ୍ପୋରଣରେ ପ୍ରେମିକାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି। ଏହାସହିତ ଅନ୍ୟ ୨ ଜଣକ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି। ବିବାହ ଉତ୍ସବରେ ମିଳିଥିବା ଉପହାର ମୃତ୍ୟୁର କାରଣ ପାଲଟିଛି।
ଏକ ଘଟଣାଟି ଘଟିଥି ଛତିଶଗଡର କବୀରଧାମ ଅଞ୍ଚଳରେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ୱେଡିଂ ପାର୍ଟିରେ କନ୍ୟାଙ୍କୁ ଏକ ହୋମ୍ ଥିଏଟର ଉପହାର ଦେଇଥିଲେ। ତେବେ ଏକ ରୁମରେ ଏହି ହୋମ୍ ଥିଏଟର ଥିବା ବେଳେ ଏହା ବ୍ଲାଷ୍ଟ ହୋଇଥିଲା।
ବିସ୍ପୋରଣରେ ବର ଓ ତାଙ୍କଙ୍କ ସମେତ ଅନ୍ୟ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି ଅଘଟଣ ପଛରେ ମୁଖ୍ୟ କାରଣ ରହିଛି ପ୍ରେମ। ବିବାହ ଉତ୍ସବରେ ଏହି ବୋମା ଖଞ୍ଜିତ ହୋମ୍ ଥିଏଟର ଉପହାର ଦେଇଥିବା ଯୁବକ ଜଣକ କନ୍ୟାଙ୍କ ପୂର୍ବତନ ପ୍ରେମିକ ବୋଲି କୁହାଯାଉଛି। ତେବେ ଏହି ବିସ୍ଫୋରଣରେ ଘରର କାନ୍ଥ ଏବଂ ଛାତ ମଧ୍ୟ ଫାଟି ଯାଇଥିବା ନେଇ ପୋଲିସ ସୂଚନା ଦେଇଛି।
ମୃତ୍ୟୁ ବରଣ କରିଥିବା ବର ହେଲେ ୨୨ ବର୍ଷୀୟ ହେମେନ୍ଦ୍ର ମାରାଭି। ପୋଲିସ କହିଛି ଯେ ୟେତେବେଳେ ବର ହୋମ ଥିଏଟର ସିଷ୍ଟମ ଅନ କରିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏହି କାରଣରୁ ବରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଚିକିତ୍ସା ସମୟରେ ବରର ଭାଇଙ୍କର ମୃତ୍ୟୁ ହୋଇଥିଲା।
ପଢ଼ନ୍ତୁ ଏହି ଖବର: PhonePe ଗ୍ରାହକଙ୍କ ପାଇଁ ଆଣିଲା ଖୁସି ଖବର; ଟଙ୍କା କାରବାର ସହ ଏଣିକି କରିପାରିବେ ସପିଂତେବେ ଏହି ମାମଲାର ଅଭିଯୋଗ ପରେ କବୀରଧାମ ପୋଲିସ ମଧ୍ୟପ୍ରଦେଶର ଜଣେ ଯୁବକଙ୍କୁ ହେପାଜତକୁ ନେଇଥିବା କହିଛନ୍ତି ଏଏସପି ମନୀଷା ଠାକୁର। ଏହା ବ୍ୟତୀତ ହୋମ୍ ଥିଏଟରରେ ବୋମା ଖଞ୍ଜି ଉପହାର ଦେଇଥିବା ଘଟଣା ଅଭିଯୁକ୍ତ ସ୍ୱୀକାର କରିଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ନବବିବାହିତ ହେମେନ୍ଦ୍ରଙ୍କ ସହ ବଡ ଭାଇ ରାଜକୁମାର ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।