ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୫୦ ଲକ୍ଷ ଟଙ୍କାର ବୀମା ପାଇଁ ଶିକ୍ଷୟତ୍ରୀଙ୍କ ପ୍ରାଣ ନେଲା ପତି; ମୁହଁରେ ତକିଆ ମାଡ଼ି ମାରିଲା ପଡ଼ୋଶୀ

୫୦ ଲକ୍ଷ ଟଙ୍କାର ବୀମା ପାଇଁ ଶିକ୍ଷୟତ୍ରୀଙ୍କ ପ୍ରାଣ ନେଲା ପତି; ମୁହଁରେ ତକିଆ ମାଡ଼ି ମାରିଲା ପଡ଼ୋଶୀ

ସଞ୍ଜୟଙ୍କର ଅନ୍ୟ ଜଣେ ଯୁବତୀ ସହ ଥିବା ସମ୍ପର୍କକୁ ନେଇ ନିଜ ଶିକ୍ଷୟତ୍ରୀ ପତ୍ନୀଙ୍କ ସହ ଝଗଡ଼ା ହୋଇ ଆସୁଥିଲା । ତେଣୁ ସେ ପତ୍ନୀଙ୍କ ଠାରୁ ସବୁ ଦିନ ପାଇଁ ମୁକ୍ତି ଚାହୁଁଥିଲେ । ପତ୍ନୀଙ୍କ ନାମରେ ଥିବା ୫୦ ଲକ୍ଷ ଟଙ୍କାର ଜାବନ ବୀମା ଉପରେ ବି ତାଙ୍କ ନଜର ଥିଲା ।

୫୦ ଲକ୍ଷ ଟଙ୍କାର ବୀମା ପାଇଁ ଶିକ୍ଷୟତ୍ରୀଙ୍କ ପ୍ରାଣ ନେଲା ପତି; ମୁହଁରେ ତକିଆ ମାଡ଼ି ମାରିଲା ପଡ଼ୋଶୀ
ମୃତା ଶିକ୍ଷୟତ୍ରୀ ଚନ୍ଦା ଅରୋଡ଼ା
  • News18 Odia
  • Last Updated: February 27, 2021, 8:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୀରଟ: ନିଜ ପତ୍ନୀଙ୍କ ପ୍ରତି ଏହି ବ୍ୟକ୍ତିଙ୍କ ଭଲ ପାଇବା ଏତେ କମ୍‌ ହୋଇଗଲା ଓ ଟଙ୍କା ପାଇବା ପାଇଁ ଲୋଭ ଏତେ ବଢ଼ିଗଲା ଯେ ସେ ବଡ଼ ନିର୍ମମ ଭାବେ ନିଜ ଶିକ୍ଷୟତ୍ରୀ ପତ୍ନୀଙ୍କୁ ହତ୍ୟା କରାଇଦେଲେ । ପତ୍ନୀଙ୍କ ନାମରେ ଥିବା ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଉପରେ ତାଙ୍କ ଆଖି ଥିଲା । ହେଲେ ତାଙ୍କର ଓ ଏହି ହତ୍ୟାରେ ତାଙ୍କୁ ସହଯୋଗ କରିଥିବା ପଡ଼ୋଶୀ ଡାକ୍ତରଙ୍କ ସବୁ ପ୍ଲାନ୍‌ ଫେଲ୍‌ ମାରିଲା ।

ଏହି ଲୋମହର୍ଷକ ହତ୍ୟା ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରଟ୍‌ ଜିଲ୍ଲାରେ (Meerut lady teacher murder) । ପ୍ରଥମେ ଶିକ୍ଷୟତ୍ରୀ ଚନ୍ଦା ଅରୋଡ଼ାଙ୍କର ନିଜ ଘରେ ହୋଇଥିବା ରହସ୍ୟମୟ ମୃତ୍ୟୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା । ପୋଲିସ ମାମଲାର ଗହନ ତଦନ୍ତ କରିବା ପରେ ଶିକ୍ଷୟତ୍ରୀ ଚନ୍ଦାଙ୍କ ସ୍ୱାମୀଙ୍କ ନିର୍ଦ୍ଦେଶରେ ତାଙ୍କ ପଡ଼ୋଶୀ ଡାକ୍ତର ହିଁ ତାଙ୍କ ମୁହଁରେ ତକିଆ ମାଡ଼ି ହତ୍ୟା କରିଥିବାର ପ୍ରମାଣ ପାଇଛି । ଚନ୍ଦାଙ୍କ ସ୍ୱାମୀ ସଞ୍ଜୟ ଲୁଥ୍ରା ଓ ପଡ଼ୋଶୀ ଡାକ୍ତର ରଜତ ଭରଦ୍ୱାଜଙ୍କୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଅନ୍ୟମାନଙ୍କୁ ଦୋଷ ଦେଲେ

ମୃତା ଶିକ୍ଷୟତ୍ରୀ ଚନ୍ଦା ଅରୋଡ଼ା


ପୋଲିସ କହିଛି ଯେ ସଞ୍ଜୟଙ୍କ ବିବାହ ବାହାରେ ଥିବା ସମ୍ପର୍କକୁ ନେଇ ତାଙ୍କର ପତ୍ନୀ ଚନ୍ଦାଙ୍କ ସହ ଝଗଡ଼ା ହୋଇ ଆସୁଥିଲା । ତେଣୁ ସେ ପତ୍ନୀଙ୍କ ଠାରୁ ସବୁ ଦିନ ପାଇଁ ମୁକ୍ତି ଚାହୁଁଥିଲେ । ଚନ୍ଦାଙ୍କ ନାମରେ ଥିବା ୫୦ ଲକ୍ଷ ଟଙ୍କାର ଜାବନ ବୀମାକୁ ପାଇବା ବି ତାଙ୍କର ଉଦ୍ଦେଶ୍ୟ ଥିଲା । ୪୦ ବର୍ଷୀୟା ଚନ୍ଦା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଗଞ୍ଜାମରେ ମଦ୍ୟପ ପୁଅ ହାତୁଡ଼ିରେ ପିଟି ପିଟି ନିଜ ମାକୁ ହତ୍ୟା କଲା; ଗିରଫ ହେଲା

‘ହିନ୍ଦୁସ୍ତାନ’ ଖବର କାଗଜର ଏକ ରିପୋର୍ଟ ଅନୁଯାୟୀ ବୁଧବାର ଦିନ ପୋଲିସ ଚନ୍ଦାଙ୍କ ସ୍ୱାମୀ ସଞ୍ଜୟ ଲୁଥ୍ରା ଓ ତାଙ୍କ ପଡୋଶୀ ରଜତ ଭରଦ୍ବାଜଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଯାଇଛି । ପୋଲିସ କହିଛି ଯେ ଚନ୍ଦା ନିଜ ସ୍ୱାମୀଙ୍କ ବିବାହ ବାହାରର ସମ୍ପର୍କକୁ ବିରୋଧ କରୁଥିବାରୁ ସେ ପଡ଼ୋଶୀ ଡାକ୍ତରଙ୍କ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

ଫେବୃଆରୀ ୨୦ ତାରିଖ ରାତିରେ ଅଭିଯୁକ୍ତ ସ୍ୱାମୀ ସଞ୍ଜୟ ଲୁଥ୍ରାଙ୍କ ସହ ତାଙ୍କ ଘରକୁ ଡାକ୍ତର ରଜତ ଭରଦ୍ୱାଜ ଆସିଲେ ଓ ଚନ୍ଦାଙ୍କୁ ହତ୍ୟା କଲେ । ଡକ୍ଟର ରଜତ ଭରଦ୍ୱାଜ ହିଁ ଚନ୍ଦାଙ୍କ ମୁହଁରେ ଏକ ତକିଆ ମାଡ଼ିବସିଥିଲେ । ସେ ସଞ୍ଜୟଙ୍କ ନିର୍ଦ୍ଦେଶରେ ଏହା କରୁଥିବା ବେଳେ ସଞ୍ଜୟ ଏହି ଅବସ୍ଥାର ଏକ ଫଟୋ ନିଜ ମୋବାଇଲ୍‌ ଫୋନରେ ନେଇଥିଲେ । ସେହି ଫଟୋ ପୋଲିସକୁ ମିଳିବା ପରେ ହିଁ ଚନ୍ଦାଙ୍କ ମୃତ୍ୟୁ ଏକ ହତ୍ୟା ବୋଲି ଜଣା ପଡ଼ିଥିଲା ।

ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ

ଚନ୍ଦାଙ୍କ ମୃତ ଦେହ ମୀରଟରେ ଥିବା ତାଙ୍କ ଶାଶୁ ଘରେ ରହସ୍ୟମୟ ଅବସ୍ଥାରେ ମିଳିଥିଲା । ତାଙ୍କୁ ହତ୍ୟା କରିବା ପରେ ମୃତ ଦେହକୁ ଡୀପ୍‌ ଫ୍ରିଜରରେ ରଖାଯାଇଥିଲା । ପରିବାର ଲୋକେ ପୋଲିସକୁ କହିଥିଲେ ଯେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଶବର ପୋଷ୍ଟ ମର୍ଟମ୍‌ କରିବା ପରେ ହତ୍ୟା ବିଷୟରେ କୌଣସି ପ୍ରମାଣ ମିଳି ନ ଥିଲା ।



ପୋଲିସକୁ ଟେଣ୍ଟ୍‌ ବ୍ୟବସାୟ କରୁଥିବା ସଞ୍ଜୟ ଲୁଥ୍ରା ଦେଇଥିବା ବୟାନ ଅନୁସାରେ ସେ ପଡ଼ୋଶୀ ଡାକ୍ତର ରଜତ ଭରଦ୍ୱାଜଙ୍କୁ ଦେଢ଼ ଲକ୍ଷ ଟଙ୍କା ଉଧାର ଦେଇଥିଲେ । ଡାକ୍ତର ସେହି ଟଙ୍କା ଫେରାଉ ନ ଥିଲେ । ସଞ୍ଜୟ ଶେଷରେ ତାଙ୍କୁ ପ୍ରସ୍ତାବ ଦେଇଥିଲେ ଯେ ସେ ଯଦି ଚନ୍ଦାଙ୍କୁ ହତ୍ୟା କରିବାରେ ସାହାଯ୍ୟ କରନ୍ତି ତାହେଲେ ତାଙଅକୁ ଆଉ ସେହି ଟଙ୍କା ଫେରାଇବାକୁ ପଡ଼ିବ ନାହିଁ । ଡାକ୍ତର ସେହି ପ୍ରସ୍ତାବରେ ରାଜି ହୋଇଥିଲେ ।
Published by: Anand Shankar Thankur Das
First published: February 27, 2021, 8:50 PM IST