ବିନା ହେଲମେଟରେ ପ୍ରେମିକାଙ୍କ ସହ ବୁଲୁଥିଲେ; ପତ୍ନୀଙ୍କୁ ଫଟୋ ଓ ଚାଲାଣ ପଠାଇଦେଲେ ପୋଲିସ

ଟ୍ରାଫିକ ନିୟମ ନ ମାନିବାରୁ ହୋଇପାରେ ଛାଡ଼ପତ୍ର! ଫଟୋ ପାଇ ସ୍ୱାମୀଙ୍କୁ ସନ୍ଦେହ କରି ଥାନାରେ ପହଞ୍ଚିଲେ ମହିଳା ।

ହୋଇପାରେ ବିବାହ ବିଚ୍ଛେଦ!

ହୋଇପାରେ ବିବାହ ବିଚ୍ଛେଦ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କେରଳ: ହେଲମେଟ୍ ନ ନେଇ ରାସ୍ତାରେ ଗାଡି ଧରି ବୁଲୁଥିଲେ ଯୁବକ । ସେ ବି ପୁଣି ପ୍ରେମିକାଙ୍କ ସହ। ରାସ୍ତାରେ ଟ୍ରାଫିକ ଦେଖି ଫଟୋ ସହ ଚାଲାଣ କାଟି ଯୁବକଙ୍କ ପତ୍ନୀଙ୍କ ପାଖକୁ ପଠାଇଦେଲେ । ଏମିତି ଅଜବ ଘଟଣା ଘଟିଛି କେରଳରେ । ଆଉ ଏବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସିଧା ଥାନାରେ ପହଞ୍ଚିଛି ।

କେରଳ ଇଡୁକ୍କୀରେ ରହୁଥିବା ଜଣେ ଯୁବକ ୨୫ ଏପ୍ରିଲ ବିନା ହେଲମେଟରେ ଜଣେ ମହିଳା ବନ୍ଧୁଙ୍କୁ ସ୍କୁଟର ପଛରେ ବସାଇ ବୁଲାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହେଲମେଟ୍ ପିନ୍ଧିନଥିଲେ କି ତାଙ୍କ ମହିଳା ବନ୍ଧୁ ବି ହେଲମେଟ୍ ପିନ୍ଧିନଥିଲେ। ରାସ୍ତାରେ ଲାଗିଥିବା କ୍ୟାମେରାରେ ଯୁବକଙ୍କ ଗାଡିର ଚାଲାଣ ଓ ତାଙ୍କ ମହିଳା ବନ୍ଧୁଙ୍କ ଫଟୋ ରେକର୍ଡ ହୋଇଥିଲା। ଗାଡ଼ିଟି ଯୁବକଙ୍କ ପତ୍ନୀଙ୍କ ନାମରେ ଥିବାରୁ ଫଟୋ ସିଧା ତାଙ୍କ ପାଖକୁ ଯାଇଥିଲା । ଏଥି ସହ କେତେ ଟଙ୍କା ଜରିମାନା ଦେବାକୁ ତାହା ମଧ୍ୟ ପଠାଯାଇଥିଲା। ଏହାକୁ ଦେଖିବା ପରେ ମହିଳା ଜଣ ରାଗି ଯାଇଥିଲେ ଓ ଘରକୁ ସ୍ୱାମୀ ଫେରିବା ପରେ ସେମାନଙ୍କ ମଧ୍ଯରେ ଝଗଡା ହୋଇଥିଲା ।

ଜୀବନ ନେଇପାରେ ମାଛ କଣ୍ଟା! ତଣ୍ଟିରେ ଲାଗିଯାଇଥିଲେ କଣ କରିବେ?




୩୨ ବର୍ଷୀୟ ଯୁବକ ଜଣଙ୍କ ଏକ ଟେକ୍ସଟାଇଲ ସପରେ କାମ କରନ୍ତି। ଉକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ କେବଳ ତାଙ୍କୁ ଲିଫ୍ଟ ଦେଇଥିଲେ ବୋଲି କହିଛନ୍ତି ଯୁବକ । ମହିଳା ଜଣଙ୍କ ମେ ୫ ତାରିଖରେ କର୍ଣ୍ଣାଟକ ପୋଲିସରେ ଏକ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ତାଙ୍କୁ ଓ ତାଙ୍କ ୩ ବର୍ଷର ପିଲାକୁ ମାରଧର କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ମହିଳାଙ୍କ ବୟାନ ଆଧାରରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି।
Published by:Soumya Das
First published: