କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

ନିଜ ଅଭିଯୋଗରେ ଏହି ବ୍ୟକ୍ତି କହିଛନ୍ତି ଯେ ଯେବେ ଠାରୁ ସେ କୁକୁଡ଼ାମାନଙ୍କୁ ଏକ ନିର୍ଦ୍ଦିଷ୍ଟ କମ୍ପାନୀରେ ତିଆରି ହୋଇଥିବା ଖାଦ୍ୟ ଖାଇବାକୁ ଦେଇଛନ୍ତି ସେବେ ଠାରୁ ସେମାନେ ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁଣେ: ଲୋକେ ସାଧାରଣତଃ ନିଜ ଟଙ୍କା ପଇସା, ସୁନା ରୂପା ବା ଗାଡି଼ ଆଦି ଜିନିଷ ଚୋରି ହୋଇଗଲା ବା କେହି ଆକ୍ରମଣ କଲେ ଥାନାକୁ ଯାଇ ଅଭିଯୋଗ କରନ୍ତି । କିନ୍ତୁ ଜଣେ ବ୍ୟକ୍ତି ତାଙ୍କ କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି ଅଭିଯୋଗ କରି ଥାନାରେ ପହଞ୍ଚିଛନ୍ତି ଓ ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଛି ଏହି ଘଟଣା । କୁକୁଡ଼ା ମାଲିକ ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ କୁକୁଡ଼ା କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

କୁକୁଡ଼ା ମାଲିକ ନିଜ ଅଭିଯୋଗରେ କହିଛନ୍ତି ଯେ ନିଜ କୁକୁଡ଼ାମାନଙ୍କୁ ସେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଖାଦ୍ୟ ଖାଇବାକୁ ଦେବା ପରେ ସେମାନେ ଅଣ୍ଡା ଦେବା ବନ୍ଦ କରି ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ତାଙ୍କ ଅଞ୍ଚଳର ଅନ୍ୟ କିଛି କୁକୁଡ଼ା ଚାଷୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ମାଥୋବାଚି ଆଲାଣ୍ଡି ନାମକ ଗାଁର ବାସିନ୍ଦା ଏହି କୁକୁଡ଼ା ମାଲିକଙ୍କ ଅଭିଯୋଗ ପାଇବା ପରେ ପୋଲିସ ଏ ସମ୍ପର୍କରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସମ୍ବଲପୁର: କୋଭିଡ କଟକଣା ଯୋଗୁଁ ମାସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ସମୟ ବଦଳିଲା

‘‘ପ୍ରାଥମିକ ଅନୁସନ୍ଧାନ ପରେ ଆମେ ଅହମ୍ମଦାବାଦର ଏକ କୁକୁଡ଼ା ଖାଦ୍ୟ ନିର୍ମାତା କମ୍ପାନୀରେ ସେହି ଖାଦ୍ୟ ତିଆରି ହୋଇଥିବା ଜାଣିପାରିଛୁ । ଏବେ ତଦନ୍ତ ଚାଲିଛି,’’ ଗଣମାଧ୍ୟମକୁ ସୂଚନା ଦେଇ ଲୋନି କାଲବୋର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ବରିଷ୍ଠ ଇନ୍ସପେକ୍ଟର ରାଜେନ୍ଦ୍ର ମୋକାଶୀ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛି

ଅଭିଯୋଗ ଅନୁସାରେ ଯେବେ ଠାରୁ କୁକୁଡ଼ାମାନଙ୍କୁ ସେହି କମ୍ପାନୀର ଖାଦ୍ୟ ଖାଇବାକୁ ଦିଆଯାଇଛି ସେବେ ଠାରୁ ସେମାନେ ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି । ନିକଟବର୍ତ୍ତୀ ଅଞ୍ଚଳର କିଛି ଚାଷୀ ମଧ୍ୟ ଏମିତି ହେଉଥିବା ଅଭିଯୋଗ କରିଛନ୍ତି । ସମ୍ପୃକ୍ତ କୁକୁଡ଼ା ଖାଦ୍ୟ ନିର୍ମାତାଙ୍କୁ ପୋଲିସ ଷ୍ଟେସନକୁ ଆସିବାକୁ କୁହାଯାଇଛି ।



କୁକୁଡ଼ା ଖାଦ୍ୟ ନିର୍ମାତାଙ୍କୁ ପଚରାଉଚରା କରିବା ପରେ ପୋଲିସ ତରଫରୁ ଏକ ବିବୃତ୍ତି ଜାରି କରାଯିବ ବୋଲି କହିଛନ୍ତି ମୋକାଶୀ ।
Published by:Anand S.T. Das
First published: