News18 Odia Digital
ବେଙ୍ଗାଲୁରୁ: ଏକ ଚିତାବାଘ ଜଣେ ବ୍ୟକ୍ତିଙ୍କୁ ଓ ତାଙ୍କ ପରିବାରକୁ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣକ ଅତୁଳନୀୟ ସାହସ ଦେଖାଇ ତା’ ସହ ଲଢ଼ିଥିଲେ ଓ ତାକୁ ହତ୍ୟା କରିବାରେ ସଫଳ ହେଲେ । ଚିତାବାଘ ସହ ଲଢ଼େଇରେ ସେ ଲହୁଲୁହାଣ ହୋଇଥିଲେ, ହେଲେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ଏହି ଘଟଣା ଭିଡିଓ କ୍ୟାମେରାରେ କୈଦ ହୋଇଥିଲା ।
କିଛି ଦିନ ତଳେ ଘଟଣାଟି ଘଟିଥିଲା କର୍ଣ୍ଣାଟକର ହାସନ ଜିଲ୍ଲାରେ । ବେଙ୍ଗାଲୁରୁଠାରୁ ୧୮୦ କିଲୋମିଟର ଦୂରରେ ଥିବା ଆରାସିକେରେ ତାଲୁକର ବାସିନ୍ଦା ରାଜଗୋପାଳ ନାୟକ ନିଜ ମୋଟରସାଇକେଲରେ ନିଜ ପତ୍ନୀ ଓ ପିଲାଙ୍କ ସହ ଘରକୁ ଫେରୁଥିବା ବେଳେ ଏକ ଚିତାବାଘ ଏକ ବୁଦା ପଛପଟୁ ତାଙ୍କ ଉପରକୁ ଡେଇଁପଡିଥିଲା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଚିତାବାଘଟି ପିଲାଟିର ଗୋଡକୁ କାମୁଡ଼ି ଦେଇଥିଲା ଓ ତା’ ମା’କୁ ଆକ୍ରମଣ କରିଥିଲା । ଏତିକି ବେଳେ ରାଜଗୋପାଳ ନିଜର ସାହସ ଦେଖାଇ ପଶୁଟିକୁ ତା’ ବେକ ପାଖରୁ ଜାବୁଡ଼ି ଧରି ନେଇଥିଲେ ଓ ତା’ ମୁଣ୍ଡରେ ପିଟିଥିଲେ । ଏହି ଲଢ଼େଇ ବେଳେ ଚିତାବାଘଟି ଖସିଯିବାକୁ ଚେଷ୍ଟା କରି ଥରେ ରାଜାଗୋପାଳଙ୍କୁ ଜୋର୍ କରି ଆମ୍ପୁଡ଼ି ଦେଇଥିଲା, କିନ୍ତୁ ସେ ତା’ ବେକକୁ ଛାଡ଼ି ନ ଥିଲେ । ରାଜାଗୋପାଳ ବଞ୍ଚି ରହିବା ପାଇଁ ଚିତାବାଘର ବେକକୁ ଜାବୁଡ଼ି ଧରିଥିଲେ ଓ ଶେଷରେ ପଶୁଟି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲା ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:ଏହି ଭୀଷଣ ଲଢ଼େଇରେ ରାଜାଗୋପାଳଙ୍କ ମୁହଁ ଓ କପାଳରେ ଅନେକ ଆଘାତ ଲାଗିଥିଲା । ପ୍ରାୟ ଦଶ ମିନିଟର ଏହି ଲଢ଼େଇ ପରେ ସେ ଚିତାବାଘର ଶବ ପାଖରେ ବସିଥିବା ବେଳେ ତାଙ୍କ ଚାରିପାଖରେ ଏକ ବିରାଟ ଜନତା ଏକତ୍ରିତ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲ ତଳକୁ ଖସିପଡ଼ିଲା କାର୍; ୩ ଜଣଙ୍କ ମୃତ୍ୟୁ; ଜଣେ ଆହତମରି ପଡ଼ିଥିବା ଚିତାବାଘକୁ ଦେଖାଉଥିବା ଏକ ଭିଡିଓ ସୋସିଆଲ ମିଡି଼ଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଇଣ୍ଟରନେଟରେ ଲୋକେ ରାଜାଗୋପାଳଙ୍କୁ 'ରିଅଲ୍ ଲାଇଫ୍ ଜର୍ଜ କୁଟି' ବୋଲି କହିଥିଲେ । ଜର୍ଜ କୁଟି ‘
ଦୃଶ୍ୟମ୍ ୨’ ଫିଲ୍ମର ଏକ ଚରିତ୍ର ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍‘‘ଏକ ଗାଁ ରାସ୍ତାରେ ଏହି ବ୍ୟକ୍ତି ଏକ ବାଇକରେ ନିଜ ପିଲା ଓ ସ୍ତ୍ରୀ ସହ ଯାଉଥିବା ବେଳେ ଜାନୁଆରଟି ବୁଦା ପଛ ପଟୁ ବାହାରି ତାଙ୍କ ବାଇକ୍ ଉପରକୁ ଡିଆଁ ମାରିଥିଲା ଓ ତାଙ୍କ ପିଲାର ଗୋଡ଼କୁ କାମୁଡ଼ି ଦେଇଥିଲା । ନିଜର ଓ ପରିବାରର ଜୀବନ ବଞ୍ଚାଇବାକୁ ଯାଇ ବ୍ୟକ୍ତି ଜଣକ ଚିତାବାଘ ସହ ଲଢ଼ିଥିଲେ । ନିକଟସ୍ଥ କ୍ଷେତରେ କାମ କରୁଥିବା ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ସେଠାରେ ପହଞ୍ଚିଥିଲେ ଓ ଚିତାବାଘ ଉପରେ ଆକ୍ରମଣ କରି ତାକୁ ହତ୍ୟା କରିଥିଲେ,’’ କହିଥିଲେ ହାସନ ଡିଭିଜନର ଡେପୁଟି କନେଷ୍ଟବଳ ଅଫ୍ ଫରେଷ୍ଟ କେ.ଏନ୍. ବାସଭରାଜ ।
ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲାଡିସିଏଫ୍ ଆହୁରି କହିଥିଲେ ଯେ ମରିଥିବା ଚିତାବାଘଟି ପୂର୍ବରୁ ନିକଟସ୍ଥ ଭୋଭି କଲୋନୀରେ ଜଣେ ମା’ ଓ ପୁଅ ଉପରେ ଆକ୍ରମଣ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ଗାଁଟି ଟୁମକୁରୁ ଜିଲ୍ଲାର ସୀମାରେ ଅବସ୍ଥିତ, ଯେଉଁଠି ଅତୀତରେ ସର୍ବାଧିକ ଚିତାବାଘ ଆକ୍ରମଣ ଘଟିଛି ।
ବାସଭରାଜ କହିଥିଲେ ଯେ ହୋଇପାରେ ଚିତାବାଘଟି ଭୋକିଲା ଥିଲା । “ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଚିତାବାଘକୁ ଦାଆରେ ଆକ୍ରମଣ କରାଯାଇଥିଲା । ତା’ ଶରୀରରେ ଦୁଇ ତିନିଟି କଟା ଚିହ୍ନ ଦେଖାଯାଉଥିଲା । ଆମେ ଏ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇ ନାହୁଁ । ମୃତ୍ୟୁର ପ୍ରକୃତ କାରଣ କେବଳ ପୋଷ୍ଟ ମର୍ଟମ୍ ରିପୋର୍ଟରୁ ଜାଣିହେବ,’’ ସେ କହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।