ଅଜାକୁ ଫେସବୁକରେ ଜଣେ ଯୁବତୀ ସହ ପ୍ରେମ ହୋଇଗଲା, ତେଣୁ ସେ ନାତିକୁ କିଡନାପ୍ କଲା!

ନିଜ ମାମୁଁଙ୍କ ବିବାହ ପ୍ରସ୍ତାବ ନେଇ ଯାଇଥିବା ଯୁବକ ବି ସେହି ଫେସବୁକ୍ ଯୁବତୀଙ୍କ ସହ ବନ୍ଧୁତା କରିବସିଥିଲେ । ଏଥିରେ କ୍ରୋଧିତ ହୋଇ ଅଜା ପ୍ରତିଶୋଧ ନେବାକୁ ନିଜ ୧୫ ମାସର ନାତିକୁ ଅପହରଣ କରିନେଇଥିଲେ ।

ପୋଲିସ ୪୮ ଘଣ୍ଟା ମଧ୍ୟରେ ଶିଶୁଟିକୁ ଉଦ୍ଧାର କରି ଅପହରଣକାରୀଙ୍କୁ ଗିରଫ କରିଥିଲା ।

ପୋଲିସ ୪୮ ଘଣ୍ଟା ମଧ୍ୟରେ ଶିଶୁଟିକୁ ଉଦ୍ଧାର କରି ଅପହରଣକାରୀଙ୍କୁ ଗିରଫ କରିଥିଲା ।

  • News18 Odia
  • Last Updated :
  • Share this:
News18 Odia Digital

ପ୍ରୟାଗରାଜ: ଯେତେବେଳେ ୧୫ ମାସର ଶିଶୁଟିର ଅପହରଣ ହୋଇଗଲା, କିଏ ଜାଣିଥିଲା ଯେ ଏହା ପଛରେ ତା’ ନିଜ ଅଜାଙ୍କ ହାତ ଥିବ ବୋଲି? ହେଲେ ଏହା ହିଁ ସତ୍ୟ ଥିଲା । ଜଣେ ବ୍ୟକ୍ତିଙ୍କୁ ଫେସବୁକରେ (Facebook) ପ୍ରେମ ହୋଇଗଲା । ତା’ପରେ ସେହି ଫେସବୁକ୍‌ ଗର୍ଲଫ୍ରେଣ୍ଡକୁ ପାଇବା ପାଇଁ ସେ ନିଜ ୧୫ ମାସର ନାତିକୁ ଅପହରଣ କରିନେଲେ । କେବଳ ଏତିକି ନୁହେଁ ପିଲାଟିକୁ ମାରିଦେବାକୁ ବି ସେ ଧମକ ଦେଲେ ।

ସଙ୍ଗମ ନଗରୀ ପ୍ରୟାଗରାଜରେ (Prayagraj) ମାନବୀୟ ସମ୍ପର୍କକୁ କଳଙ୍କିତ କରିଥିବା ଏହି ମାମଲା ସାମ୍ନାକୁ ଆସିଛି । ନିରୀହ ଶିଶୁଟିର ଅପହରଣ ସମ୍ପର୍କରେ ସୂଚନା ପାଇବା ପରେ ଉତ୍ତର ପ୍ରଦେଶ ପୋଲିସ ଆକ୍ସନ୍‌ ମୋଡ଼କୁ ଆସିଥିଲା ।

ଶିଶୁଟିକୁ ଅପହରଣ କରିଥିବା ଅପହରଣକାରୀଙ୍କ ସନ୍ଧାନରେ କ୍ରାଇମ ବ୍ରାଞ୍ଚ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଦୁର୍ଦ୍ଦାନ୍ତ ଅପହରଣକାରୀମାନେ ଫୋନ୍ ଯୋଗେ କଥାବାର୍ତ୍ତା କରୁ ନ ଥିଲେ, ବରଂ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ । ସେଥି ପାଇଁ ପୋଲିସ ଅପହରଣକାରୀଙ୍କ ପାଖରେ ପହଞ୍ଚି ପାରି ନ ଥିଲା । ଏହି ସମୟରେ କ୍ରାଇମ ବ୍ରାଞ୍ଚ କିଛି ସୁରାଗ ପାଇଲା ଯାହା ଶେଷରେ ପୋଲିସକୁ ଅପହରଣକାରୀଙ୍କ ପାଖରେ ପହଞ୍ଚାଇଥିଲା ।

୪୮ ଘଣ୍ଟା ମଧ୍ୟରେ ପୋଲିସ ଶିଶୁଟିକୁ ଉଦ୍ଧାର କରି ତା’ ପିତାମାତାଙ୍କୁ ଦେଇଥିଲା । ନହ୍ନେ ନାମକ ମୁଖ୍ୟ ଅପହରଣକାରୀ ଓ ତା’ ସାଥୀ ଦିଲଦାରଙ୍କୁ ବି ପୋଲିସ ଗିରଫ କରିଥିଲା । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଜେଲକୁ ପଠାଇବାକୁ ପ୍ରସ୍ତୁତ ହେଉଛି ।

କରେଲି ଥାନା ଅଞ୍ଚଳରେ ଏହି ନିରୀହ ଶିଶୁର ଅପହରଣର ପୂରା କାହାଣୀ ସମସ୍ତଙ୍କୁ ଚକିତ କରିଛି । ବାସ୍ତବରେ ୧୫ ମାସର ଏହି ଶିଶୁକୁ ତା’ ସମ୍ପର୍କରେ ଅଜା ହେଉଥିବା ନହ୍ନେ ଅପହରଣ କରି ନେଇଥିଲେ । ନହ୍ନେ ସାଉଦି ଆରବରେ ରହୁଥିଲେ । ଫେସବୁକରେ ସେ କରେଲିରେ ରହୁଥିବା ଜଣେ ଯୁବତୀ ସହ ବନ୍ଧୁତା କରିଥିଲେ । ନହ୍ନେ ବିବାହିତ ଥିଲେ, କିନ୍ତୁ ସେ ତାଙ୍କ ଫେସବୁକ ସାଙ୍ଗକୁ ବିବାହ କରିବାକୁ ନିଶ୍ଚିତ କରିଥିଲେ । ତେଣୁ ସେ ଭାରତ ଆସି ସେହି ଯୁବତୀକୁ ବିବାହ ପ୍ରସ୍ତାବ ଦେଇ ତା’ ପାଖକୁ ନିଜ ଜ୍ୱାଇଁ ସଲମାନଙ୍କୁ ପଠାଇଥିଲେ ।

କାହାଣୀ ଏଇଠି ଏକ ନୂଆ ମୋଡ଼ ନେଇଥିଲା । ନିଜ ମାମୁଁ ନହ୍ନେଙ୍କ ବିବାହ ପ୍ରସ୍ତାବ ନେଇ ଯାଇଥିବା ସଲମାନ ବି ସେହି ଫେସବୁକ ଯୁବତୀଙ୍କ ସହ ବନ୍ଧୁତା କରିବସିଥିଲେ । ଏହା ପରେ ଯୁବତୀ ଜଣକ ନହ୍ନେଙ୍କ ଠାରୁ ଦୂରତା ରଖିବା ଆରମ୍ଭ କରିଥିଲେ । କ୍ରୋଧିତ ହୋଇ ନହ୍ନେ ନିଜ ଜ୍ୱାଇଁ ସଲମାନଙ୍କ ଉପରେ ପ୍ରତିଶୋଧ ନେବାକୁ ନିଶ୍ଚିତ କଲେ ।

ଏହା ବି ପଢ଼ନ୍ତୁ | ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର; ୟୁନିଟ୍‌ ପିଛା ୨୦ ପଇସା ମହଙ୍ଗା ହେବ

ଏହା ବି ପଢ଼ନ୍ତୁ ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ସେ ସେପ୍ଟେମ୍ବର ୨୨ ତାରିଖରେ ସଲମାନଙ୍କ ୧୫ ମାସର ଭଣଜାକୁ ଅପହରଣ କରି ନେଇଥିଲେ ଓ ସଲମାନଙ୍କୁ ଫୋନ୍‌ କରି ତାଙ୍କ ଫେସବୁକ ବନ୍ଧୁକୁ ତାଙ୍କୁ ଫେରାଇବାକୁ ଦାବି କରିଥିଲେ ।



ଶିଶୁଟିର ଅପହରଣ ହୋଇଥିବା ସମ୍ପର୍କରେ କରହଡ଼ାରେ ରହୁଥିବା ତା’ ପିତା ମନସୁର ଅଲିଙ୍କୁ ଜଣାପଡ଼ିବା ପରେ ସେ ଥାନାରେ ଏକ ଅପହରଣ ରିପୋର୍ଟ ଦାଖଲ କରିଥିଲେ । ପୋଲିସ ୪୮ ଘଣ୍ଟା ମଧ୍ୟରେ ସିସିଟିଭି ଫୁଟେଜ୍‌ ଓ କ୍ରାଇମ ବ୍ରାଞ୍ଚ ସହାୟତାରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଶିଶୁର ସୁରକ୍ଷିତ ପୁନରୁଦ୍ଧାର ଓ ଅପହରଣକାରୀଙ୍କ ଗିରଫ ପାଇଁ ଏସ୍‌.ଏସ୍‌.ପି ସର୍ବଶ୍ରେଷ୍ଠ ତ୍ରିପାଠୀ ଏହି ମାମଲାର ତଦନ୍ତରେ ନିୟୋଜିତ ପୋଲିସ ଦଳକୁ ନଗଦ ଟଙ୍କା ଦେଇ ପୁରସ୍କୃତ କରିଛନ୍ତି ।
Published by:Anand Shankar Thankur Das
First published: