- News18 Odia
- Last Updated :
- New Delhi, India
Hotel Leela Palace'ମୁଁ ରାଜ ପରିବାରର ଜଣେ କର୍ମଚାରୀ ...' ରାଜଧାନୀ ଦିଲ୍ଲୀର (Delhi) ୫ ଷ୍ଟାର ହୋଟେଲ ଲିଲା ପ୍ୟାଲେସରେ(The Leela Palace)ଜଣେ ବ୍ୟକ୍ତି ଏପରି ମିଛ କହିଥଲେ ଯେ ହୋଟେଲର କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଗୋଟିଏ କିମ୍ବା ଦୁଇ ଦିନ ନୁହେଁ, ଏହି ବ୍ୟକ୍ତି ହୋଟେଲରେ ୧୧୨ ଦିନ ବିତାଇଥିଲେ। ଖାଲି ଏତିକି ନୁହେଁ ୨୪ ଲକ୍ଷ ବିଲ୍ କରି ଠକିକି ସେଠାରୁ ଖସିଆସିଥିଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ବ୍ୟକ୍ତିଙ୍କୁ ଖୋଜୁଛି। ପୋଲିସ କହିଛି ଯେ ଅଭିଯୁକ୍ତ ବ୍ୟକ୍ତିଙ୍କ ନାମ ହେଉଛି ମହମ୍ମଦ ସରିଫ କିନ୍ତୁ ହୋଟେଲ କର୍ମଚାରୀଙ୍କୁ କହିଛନ୍ତି ଯେ ମୁଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର(United Arab Emirates (UAE)) ବାସିନ୍ଦା ଏବଂ ଆବୁଧାବିର ରାଜ ପରିବାର ପାଇଁ କାମ କରୁଛି।
ଏହି ବ୍ୟକ୍ତିଙ୍କ ବିରୋଧରେ ଠକେଇ ଓ ଚୋରି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ପୋଲିସ କହିଛି ଯେ ସରିଫ ଗତ ବର୍ଷ ଅଗଷ୍ଟ ୧ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଲୀଲା ପ୍ୟାଲେସ ହୋଟେଲରେ ରହିଥିଲେ ଏବଂ କାହାକୁ ନ ଜଣାଇ ସେଠାରୁ ଚାଲି ଯାଇଥିଲେ। କେବଳ ଏତିକି ନୁହେଁ ହୋଟେଲ ରୁମରୁ ରୂପା ବାସନ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଚୋରି କରିଛନ୍ତି। ହୋଟେଲ ପରିଚାଳନା ଅଭିଯୋଗରେ ଶନିବାର ସରିଫଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।
ସରିଫ ହୋଟେଲ ଅଧିକାରୀଙ୍କୁ କହିଛନ୍ତି ଯେ ସେ ୟୁଏଇରେ ରୁହନ୍ତି ଏବଂ ଆବୁଧାବିର ରାଜ ପରିବାରର ସଦସ୍ୟ ଶେଖ ଫାଲାହ ବିନ ଜାଏଦ ଅଲ ନାହାନଙ୍କ(Sheikh Falah bin Zayed Al Nahyan) କାର୍ଯ୍ୟାଳୟରେ କାମ କରନ୍ତି। ସେ ଏକ ନକଲି ବ୍ୟବସାୟ କାର୍ଡ, ୟୁଏଇ ନାଗରିକ କାର୍ଡ ଏବଂ ଅନ୍ୟାନ୍ୟ ଦଲିଲ ଦେଖାଇ ସେଠାର ରହିଥିଲେ। ପୋଲିସ ବର୍ତ୍ତମାନ ଏହି ଦଲିଲଗୁଡ଼ିକର ତଦନ୍ତ ଆରମ୍ଭ କରିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।