News 18 Odia Digital
ନୂଆଦିଲ୍ଲୀ: ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥିଲେ କିନ୍ତୁ ସବୁଦିନ ପାଇଁ ଦୁନିଆ ଛାଡିକି ଚାଲିଗଲେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣମାନେ ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଭଗବାନଙ୍କୁ ଦର୍ଶନ କରିବା ସମୟରେ, ତାହା ଭି ଭଗବାନଙ୍କ ସାମ୍ନାରେ ହିଁ ହୋଇଗଲା ମୃତ୍ୟୁ। ନିକଟରେ ଜଣେ ବ୍ୟକ୍ତି ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ସମୟରେ ହିଁ ମୃତ୍ୟୁ ହୋଇଥିଲା।
ଗୁରୁବାର ଦିନ ଏହି ଘଟଣା ସିସିଟିଭିରେ କଏଦ ହୋଇଛି ଯେଉଁଥିରେ ମଧ୍ୟପ୍ରଦେଶ କଟନୀର ଜଣେ ବ୍ୟକ୍ତିଙ୍କ ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଛି। ରାଜେଶ ମେହାନୀ ନାମକ ଜଣେ ବ୍ୟକ୍ତି ସାଇ ବାବାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ। ମନ୍ଦିରରେ ସେ ପରିକ୍ରମା ମଧ୍ୟ କରିଥିଲେ, ଏହାପରେ ସେ ମୂର୍ତ୍ତି ନିକଟରେ ବସିଥିଲେ। କିନ୍ତୁ ପ୍ରାୟ ୧୫ ମିନିଟ୍ରୁ ଅଧକ ସମୟ ପର୍ଯ୍ୟନ୍ତ ପରେ ସେଠାରୁ ନଉଠିବାରୁ ମନ୍ଦିର ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା ଏବଂ ସେମାନେ ବ୍ୟକ୍ତିଙ୍କୁ ଉଠାଇଥିଲେ। କିନ୍ତୁ ବ୍ୟକ୍ତି ଜଣକ ଉଠିନଥିଲେ। ଏହାପରେ ମନ୍ଦିରର ପୂଜାରୀ ମଧ୍ୟ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।
କିଛି ମିନିଟ୍ ପରେ, ଲୋକମାନେ ଲକ୍ଷ୍ୟ କଲା ପରେ ତୁରନ୍ତ ସେହି ବ୍ୟକ୍ତିଙ୍କ ନିକଟକୁ ଆସିଥିଲେ, ଯେତେବେଳେ ବ୍ୟକ୍ତି ଜଣକ ଏହାର ଜବାବ ଦେବାରେ ବିଫଳ ହୋଇଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଡାକ୍ତରଖାନା ତାଙ୍କୁ ମୃତ ଘୋଷଣା କରିଥିଲା।
ଏକ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଏହା ହେଉଛି ତୃତୀୟ ଘଟଣା। ଶନିବାର ଦିନ ମଧ୍ୟପ୍ରଦେଶର ଅଗ୍ର-ମାଲୱା ଜିଲ୍ଲାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାରେ ଯୋଗଦେବାକୁ ଯାଉଥିବା ଜଣେ କଂଗ୍ରେସ କର୍ମୀ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଶ୍ରମିକ ଜଣକ ରାଜଗର ଜିଲ୍ଲାର ଜିରାପୁର ସହରର ୫୫ ବର୍ଷିୟ ମଙ୍ଗିଲାଲ ଶାହା ବୋଲି ଜଣାପଡିଛି। ଏକ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଏହା ହେଉଛି ତୃତୀୟ ଘଟଣା। ଶନିବାର ଦିନ ମଧ୍ୟପ୍ରଦେଶର ଅଗ୍ର-ମାଲୱା ଜିଲ୍ଲାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାରେ ଯୋଗଦେବାକୁ ଯାଉଥିବା ଜଣେ କଂଗ୍ରେସ କର୍ମୀ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଶ୍ରମିକ ଜଣକ ରାଜଗର ଜିଲ୍ଲାର ଜିରାପୁର ସହରର ୫୫ ବର୍ଷିୟ ମଙ୍ଗିଲାଲ ଶାହା ବୋଲି ଜଣାପଡିଛି।
ଶୁକ୍ରବାର ଦିନ ମଧ୍ୟପ୍ରଦେଶର ଜବଲପୁରର ଜଣେ ବସ୍ ଡ୍ରାଇଭର ଗାଡି ଚଳାଇବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।