ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୩ ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!

୩ ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!

ପୋଷ୍ଟ ମର୍ଟମ୍ କରିବାକୁ ଆସିଥିବା ହସପିଟାଲ୍ ଷ୍ଟାଫମାନେ ତାଙ୍କ ଡାହାଣ ଗୋଡ଼ରେ ଛୁରୀରେ ଟିକେ କାଟିବା ମାତ୍ରେ ସେ ଜାଗି ଉଠିଥିଲେ ଓ ଯନ୍ତ୍ରଣାରେ ଛଟପଟ ହୋଇ ଚେତା ଫେରି ପାଇଥିଲେ । ସେ ମୃତ ବୋଲି ଘୋଷଣା ହେବାର ୩ ଘଣ୍ଟା ପରେ ଏହା ଘଟିଥିଲା ।

୩ ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 4, 2020, 2:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନଆ ଦିଲ୍ଲୀ: ଜଣେ ବ୍ୟକ୍ତି ମୃତ ବୋଲି ଘୋଷିତ ହେବାର ଅଳ୍ପ କିଛି ଘଣ୍ଟା ପରେ ପୁଣି ‘ଜୀବନ୍ତ ହୋଇ’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏହି ଘଟଣା ଏବେ ଇଣ୍ଟରନେଟରେ ଚହଳ ପକାଇଛି । ହସପିଟାଲରେ ଡାକ୍ତରମାନେ ଏହି ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷିତ କରିବା ପରେ ତାଙ୍କୁ ନେଇ ଶବ କୋଠରୀରେ ରଖାଯାଇଥିଲା । ହେଲେ ଅଳ୍ପ କିଛି ଘଣ୍ଟା ପରେ ସେ ଜୀବନ୍ତ ଅଛନ୍ତି ବୋଲି ଜଣା ପଡ଼ିଥିଲା ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେନିଆରେ (Kenya) । କେନିଆର କେରିଚୋ ଜିଲ୍ଲାର କାପାକଟେଟ୍ ହସ୍ପିଟାଲରେ ଡାକ୍ତରମାନେ ୩୨ ବର୍ଷୀୟ ପିଟର କିଗେନଙ୍କୁ (Peter Kigen) ମୃତ ଘୋଷଣା କରିଥିଲେ । ପିଟର୍‌ ତାଙ୍କ ଘରେ ଥିବା ବେଳେ ହଠାତ୍‌ ପଡ଼ିଯାଇଥିଲେ ଓ ପରିବାର ଲୋକେ ତାଙ୍କୁ ହସପିଟାଲକୁ ଆଣିଥିଲେ । ତା’ପରେ ତାଙ୍କୁ ଶବ କୋଠରୀକୁ (morgue) ସ୍ଥାନାନ୍ତର କରାଯାଇଥିଲା । ହେଲେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ହସପିଟାଲର ଷ୍ଟାଫମାନେ ସେଠାରେ ଯାଇ ପହଞ୍ଚିବା ପରେ ନିଜ ଜୀବନର ସବୁ ଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଥିଲେ ।

ଏହା ବି ପଢ଼ନ୍ତୁ | BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହେଲେ; ପତ୍ନୀ କହିଲେ, ‘‘ଇଏ ଷଡ଼ଯନ୍ତ୍ର; ମୋ’ ସ୍ୱାମୀଙ୍କ ଜୀବନ ବିପଦରେ ଅଛି’’

ପୋଷ୍ଟ ମର୍ଟମ୍‌ କରିବାକୁ ଆସିଥିବା ହସପିଟାଲ୍‌ ଷ୍ଟାଫମାନେ ପିଟରଙ୍କ ଡାହାଣ ଗୋଡ଼ରେ ଛୁରୀରେ ଟିକେ କାଟିବା ମାତ୍ରେ ସେ ଜାଗି ଉଠିଥିଲେ ଓ ଯନ୍ତ୍ରଣାରେ ଛଟପଟ ହୋଇ ଚେତା ଫେରି ପାଇଥିଲେ । ସେ ମୃତ ବୋଲି ଘୋଷଣା କରାଯିବାର ତିନି ଘଣ୍ଟା ପରେ ଏହି ଘଟଣା ଘଟିଥିଲା ।

‘ଷ୍ଟାଣ୍ଡାର୍ଡ’ ଖବରକାଗଜ ସହିତ କଥା ହୋଇ ପିଟରଙ୍କ ସାନ ଭାଇ କେଭିନ କିପକୁରୁଇ କହିଛନ୍ତି, “ଯେତେବେଳେ ପ୍ରଥମେ ଆମେ କାଜୁଆଲିଟି ବିଭାଗରେ ତାଙ୍କୁ ନେଇ ପହଞ୍ଚିଲୁ, ଜଣେ ଡାକ୍ତର ଆମକୁ ଭେଟିଥିଲେ ଓ ଆମକୁ ରିସେପ୍ସନରେ ରୋଗୀର ବିବରଣୀ ପଞ୍ଜିକରଣ କରିବାକୁ କହି ରୋଗୀଙ୍କୁ (ପିଟରଙ୍କୁ) ଚିକିତ୍ସା ଆରମ୍ଭ କରିଥିଲେ ।’’

ଏହା ବି ପଢ଼ନ୍ତୁ | ଧନ କୁବେର’ ଅଭୟକାନ୍ତ ପାଠକ ପ୍ରଦୀପ ପାଣିଗ୍ରାହୀଙ୍କ ପାରିବାରିକ-ଆର୍ଥିକ ଲିଙ୍କର ଖୋଳତାଡ଼ କରୁଛି ଭିଜିଲାନ୍ସ SIT

ପିଟରଙ୍କୁ ସନ୍ଧ୍ୟା ୫:୩୦ରେ ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତରମାନେ ତାଙ୍କ ମୃତ୍ୟୁ ବିଷୟରେ ତାଙ୍କ ସାନ ଭାଇ କେଭିନଙ୍କୁ ସନ୍ଧ୍ୟା ୭:୪୫ରେ ଜଣାଇଥିଲେ । ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ପିଟର ହସପିଟାଲ୍‌ ପହଞ୍ଚିବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ । ହେଲେ ପିଟର୍‌ ପ୍ରାୟ ତିନି ଘଣ୍ଟା ପରେ ରାତି ୧୦:୩୦ରେ ଚେତା ଫେରି ପାଇଥିଲେ ।

‘‘ମୁଁ ଚେତା ଫେରି ଆସିବା ପରେ କେଉଁଠି ଅଛି ତାହା ଜାଣି ପାରି ନ ଥିଲି । ମୋ’ ଜୀବନ ରକ୍ଷା କରିଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି । ମୁଁ ତାଙ୍କୁ ସାରା ଜୀବନ ସେବା କରିବି,’’ କହିଛନ୍ତି ପିଟର ।



ଅନ୍ୟ ପକ୍ଷରେ ଡାକ୍ତର କହିଛନ୍ତି ଯେ ପିଟରଙ୍କ ଭାଇ ହିଁ ତାଙ୍କୁ ମୃତ ବୋଲି ଅନୁମାନ କରି ମୃତ୍ୟୁ ପ୍ରମାଣପତ୍ରକୁ ଅପେକ୍ଷା ନ କରି ତାଙ୍କୁ ଶବ କୋଠରୀକୁ ସ୍ଥାନାନ୍ତର କରିଥିଲେ । ହେଲେ ଏବେ ପିଟରଙ୍କୁ ସୁସ୍ଥ ଭାବେ ଫେରି ପାଇ ସାରା ପରିବାର ଖୁସିରେ ଅଛନ୍ତି ।
Published by: Anand Shankar Thankur Das
First published: December 4, 2020, 2:30 PM IST