ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଚାଉଳ ନେଇଗଲା ଜୀବନ! ୨୭ ହାଜର କିଲୋଗ୍ରାମ ଚାଉଳ ଯୋଗୁଁ ଚାଲିଗଲା ଜଣଙ୍କ ପ୍ରାଣ

ଚାଉଳ ନେଇଗଲା ଜୀବନ! ୨୭ ହାଜର କିଲୋଗ୍ରାମ ଚାଉଳ ଯୋଗୁଁ ଚାଲିଗଲା ଜଣଙ୍କ ପ୍ରାଣ

ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଚାଉଳ ମଧ୍ୟ କାହାର ଜୀବନ ନେଇପାରେ। ଚାଉଳ ତଳେ ପୋତି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଚାଉଳ ନେଇଗଲା ଜୀବନ! ୨୭ ହାଜର କିଲୋଗ୍ରାମ ଚାଉଳ ଯୋଗୁଁ ଚାଲିଗଲା ଜଣଙ୍କ ପ୍ରାଣ
ଚାଉଳ ଟ୍ରକ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 11:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦୁର୍ଘଟଣା କେବେ ଘଟିବ ସେ ବିଷୟରେ କିଛି କୁହିହେବ ନାହିଁ। ହଠାତ୍ ଦୁର୍ଘଟଣା ଘଟେ। ବେଳେବେଳେ ସବୁଠୁ ବଡ ଘଟଣାରେ ମଧ୍ୟ କେହି କ୍ଷତିଗ୍ରସ୍ତ ହୁଅନ୍ତି ନାହିଁ। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଚାଉଳ ମଧ୍ୟ କାହାର ଜୀବନ ନେଇପାରେ। ହଁ, ଇଂଲଣ୍ଡର ଲିଭରପୁଲରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ଚାଉଳ ତଳେ ପୋତି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣକ ଜନ୍ ବର୍ନସ୍ ବୋଲି ଜଣାପଡିଛି। ଜନ୍ ଜଣେ ଟ୍ରକ୍ ଡ୍ରାଇଭର।

ସୂଚନା ଅନୁଯାୟୀ, ଟିପର ଟ୍ରକର ଡ୍ରାଇଭର ଜନ୍ ୨୭ ହଜାର କିଲୋଗ୍ରାମ ବ୍ରାଉନ୍ ଚାଉଳ ତଳେ ପୋତି ହୋଇ ମୃତ୍ୟୁ ବରଣ କରିଛନ୍ତି। ଏତେ ମାତ୍ରାର ଚାଉଳ ଯୋଗୁଁ ତାଙ୍କ ଛାତି ହାଡ଼ ଭାଙ୍ଗି ଯାଇଥିଲା।ବ୍ୟକ୍ତି ଜଣକ ତାଙ୍କ ଟ୍ରକରେ ବାଦାମୀ ଚାଉଳ ନେଇ ଯାଉଥିଲେ। ଚାଉଳକୁ ଅନଲୋଡ୍ କରିବା ସମୟରେ ଭାରସାମ୍ୟ ହରାଇ ସେ ଚାଉଳ ଟ୍ରକ ତଳକୁ ଆସିଯାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ବାବଦକୁ କମ୍ପାନୀ ୨୦ କୋଟି ଟଙ୍କା ଦେଇଛି।

ଚାଉଳ ତଳେ ପୋତି ହୋଇ ହପର୍ ଟ୍ରାନ୍ସପୋର୍ଟରେ କାମ କରୁଥିବା ଜନଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ, ଅନୁସନ୍ଧାନରୁ ଜଣାପଡିଛି ଯେ କମ୍ପାନୀ ଅନେକ ପ୍ରକାରର ସୁରକ୍ଷା ନିୟମକୁ ଅଣଦେଖା କରୁଛି। ବର୍ତ୍ତମାନ କମ୍ପାନୀକୁ ୨୦ କୋଟିର କ୍ଷତିପୂରଣ ଦେବାକୁ ପଡିବ। ଏହି ମାମଲା ୨୫ ଅକ୍ଟୋବର ୨୦୧୫ର। କୁହାଯାଉଛି ଯେ ଘଟଣା ସମୟରେ ଜନ୍ ଅନ୍ୟ ଦୁଇଜଣ ଡ୍ରାଇଭରଙ୍କ ସହ ଥିଲେ ଯେଉଁମାନେ ଷ୍ଟୋରେଜ୍ ପାଇଁ ଚାଉଳକୁ କଣ୍ଟେନର ଶିପରେ ନେଇ ଯାଉଥିଲେ। ଚାଉଳ ପକାଇବା ପରେ ଟ୍ରକ ସହିତ ଅନ୍ୟ ଦୁଇଜଣ ଡ୍ରାଇଭର ବାହାରକୁ ଆସିଥିଲେ କିନ୍ତୁ ଜନ୍ ତାଙ୍କ କାର ଆଣି ନଥିଲେ।

ଯେତେବେଳେ ଲୋକମାନେ ତାଙ୍କୁ ଖୋଜିବା ପାଇଁ ଭିତରକୁ ଗଲେ, ସେଠାରେ କେବଳ ଟ୍ରକ୍ ପାର୍କିଂ କରାଯାଇଥିଲା। ଜନଙ୍କୁ ଖୋଜା ଯାଇଥିଲା କିନ୍ତୁ ତାଙ୍କୁ ପାଇନଥିଲେ। ଏହା ପରେ ତାଙ୍କ ମୃତଦେହ ଏକ ଗଦା ଚାଉଳ ତଳେ ମିଳିଥିଲା। ଏହି ଘଟଣା ପରେ ଘଟଣାର ଅନୁସନ୍ଧାନ କରାଯାଇଥିଲା।  ବର୍ତ୍ତମାନ କମ୍ପାନୀର ଭୁଲ ସାମ୍ନାକୁ ଆସିଛି, ଯାହା ପରେ ଏହା ଉପରେ କ୍ଷତିପୂରଣ ଦିଆଯାଇଛି।  କମ୍ପାନୀ ମଧ୍ୟ ଏହାର ଭୁଲକୁ ଗ୍ରହଣ କରିଛି ଓ ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷା ନିଶ୍ଚିତ କରିଛି।
Published by: Soumya Das
First published: November 14, 2021, 11:12 AM IST