ଭଉଣୀ ପ୍ରେମ ବିବାହ କଲାରୁ ଭାଇ କ୍ରୋଧିତ ହୋଇ ତା’ ସ୍ୱାମୀର ମୁଣ୍ଡ କାଟି ନେଇ ଥାନାରେ ପହଞ୍ଚିଲା

ପରିବାରର ବିରୋଧ ଯୋଗୁଁ ପୂଜା ୧୩ ଡିସେମ୍ବରରେ ନିଜ ପ୍ରେମିକଙ୍କ ସହ ଘରୁ ପଳାଇଯାଇ ଏକ ମନ୍ଦିରରେ ବିବାହ କରିଥିଲେ । ସେବେ ଠାରୁ ଦୁହେଁ ଏକ ଘର ଭଡ଼ା ନେଇ ରହୁଥିଲେ । ପୂଜାଙ୍କ ଭାଇ ଏହି ପ୍ରେମ ବିବାହକୁ ଗ୍ରହଣ କରିପାରି ନ ଥିଲେ ।

ଭଉଣୀ ପ୍ରେମ ବିବାହ କଲାରୁ ଭାଇ କ୍ରୋଧିତ ହୋଇ ତା’ ସ୍ୱାମୀର ମୁଣ୍ଡ କାଟି ନେଇ ଥାନାରେ ପହଞ୍ଚିଲା
ଏକ ସୁଖଦ ମୁହୂର୍ତ୍ତରେ ସ୍ୱାମୀ ବିଜୀତଙ୍କ ସହ ପୂଜା
  • News18 Odia
  • Last Updated: March 11, 2021, 10:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜବଲପୁର: ପ୍ରେମକୁ ନେଇ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଭଉଣୀର ପ୍ରେମ ବିବାହରେ କ୍ରୋଧିତ ହୋଇ ଜଣେ ଯୁବକ କୁରାଢ଼ିରେ ନିଜ ଭିଣୋଇର ମୁଣ୍ଡ କାଟି ତାକୁ ହତ୍ୟା କରିଛି । କଟା ମୁଣ୍ଡଟିକୁ ଏକ ଅଖାରେ ପୂରାଇ ସେ ଥାନାରେ ପହଞ୍ଚି ଏହି ହତ୍ୟା କରିଥିବା ସ୍ୱୀକାର କରି ଆତ୍ମସମର୍ପଣ କରିଛି ।

ଏହି ଲୋମହର୍ଷକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଜବଲପୁର ନିକଟସ୍ଥ ଏକ ଗ୍ରାମରେ । ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ଜଘନ୍ୟ ହତ୍ୟା ପରେ ଆଉ ଏକ ଦୁଃଖଦ ମୃତ୍ୟୁ ବି ଘଟିଛି । ହତ୍ୟା କରିଥିବା ସେହି ଯୁବକର ଭଉଣୀ ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା (suicide) କରିଛି । ଏହି ଦୁଇଟି ମୃତ୍ୟୁ ଘଟିଛି ଗୁରୁବାର ଦିନ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଭଦ୍ରକର ରୋନିତ ରଞ୍ଜନ ନାୟକ NDA ପ୍ରବେଶିକା ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ହାସଲ କଲେ

ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପୋଲିସ କହିଛି ଯେ ବିଜୀତ କାଶ୍ୟପ ନାମକ ମୃତ ଯୁବକ ଦୁଇ ମାସ ପୂର୍ବେ ରାମନଗରରେ ରହୁଥିବା ୧୯-ବର୍ଷୀୟା ପୂଜା ଶୁକ୍ଲାଙ୍କ ସହ ପ୍ରେମ ବିବାହ କରିଥିଲେ । ପୂଜାଙ୍କ ବଡ଼ ଭାଇ ମିଣ୍ଟୁ ଶିବରାମ ଶୁକ୍ଲା ଛଦ୍ମନାମ ଧୀରଜ ଏହାକୁ ଘୋର୍‌ ବିରୋଧ କରିଥିଲେ । ଅସଲରେ ପରିବାରର ବିରୋଧ ଯୋଗୁଁ ପୂଜା ୧୩ ଡିସେମ୍ବରରେ ନିଜ ପ୍ରେମିକ ବିଜୀତ କଶ୍ୟପଙ୍କ ସହ ଘରୁ ପଳାଇଯାଇ ଏକ ମନ୍ଦିରରେ ବିବାହ କରିଥିଲେ । ସେବେ ଠାରୁ ଦୁହେଁ ଜବଲପୁରରେ ଏକ ଘର ଭଡ଼ା ନେଇ ରହୁଥିଲେ ।

ହତ୍ୟାକାରୀ ଭାଇ ଧୀରଜ


ହେଲେ ପୂଜାଙ୍କ ୩୫-ବର୍ଷୀୟ ଭାଇ ଧୀରଜ ନିଜ ଭଉଣୀର ପ୍ରେମ ବିବାହକୁ ଗ୍ରହଣ କରିପାରି ନ ଥିଲେ । ଗୁରୁବାର ଦିନ ସେ ଜାଣିବାକୁ ପାଇଥିଲ ଯେ ବିଜୀତ କଶ୍ୟପ ପୂଜାକୁ ନେଇ ନିଜ ଗ୍ରାମକୁ ଆସିଛନ୍ତି । ଧୀରଜ ସେଠାରେ ପହଞ୍ଚି ଏକ କୁରାଢ଼ିରେ ବିଜୀତଙ୍କ ବେକକୁ ହାଣି ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲେ (man cuts head of sister husband)। ତା’ ପରେ କଟା ମୁଣ୍ଡକୁ ଏକ ଅଖାରେ ପୂରାଇ ସେ ତିଲୱାରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍ଅଫିସର୍‌; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା

‘‘ଆମେ ଯେତେବେଳେ ଅଖା ଖୋଲିଲୁ ସେଥିରେ ବିଜୀତ କଶ୍ୟପଙ୍କ କଟା ମୁଣ୍ଡ ଥିବା ଦେଖିଥିଲୁ । ଧୀରଜ ଆମକୁ କହିଥିଲେ ଯେ ସେ ହିଁ ବିଜୀତଙ୍କୁ ହତ୍ୟା କରିଛନ୍ତି । ଧୀରଜଙ୍କ ସୂଚନାକୁ ଭିତ୍ତି କରି ଆମେ ରାମନଗରର ବର୍ମନ ମୋହଲାରେ ପହଞ୍ଚି ସେଠାରେ ଏକ ଖେତରେ ବିଜୀତଙ୍କ ଶବ ପାଇଥିଲୁ,’’ କହିଛନ୍ତି ଘଟଣାର ତଦନ୍ତରେ ନିୟୋଜିତ ଜଣେ ପୋଲିସ ଅଧିକାରୀ (Jabalpur murder)।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ବିଜୀତଙ୍କ ହତ୍ୟା ବିଷୟରେ ସୂଚନା ପାଇବା ମାତ୍ରେ ତାଙ୍କ ସମ୍ପର୍କୀୟମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ବିଜୀତଙ୍କ ଶବ ନିକଟରେ ଦୁଃଖ ଓ ହତାଶାରେ କାନ୍ଦୁଥିବା ପୂଜାଙ୍କୁ ଘର ଭିତରକୁ ନେଇଯାଇଥିଲେ । ହେଲେ ଏହାର କିଛି ସମୟ ପରେ ପୂଜାଙ୍କୁ ଏକ ଦଉଡ଼ିରୁ ଝୁଲୁଥିବା ଦେଖାଯାଇଥିଲା । ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ ଦେହକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ | କଟକ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ: ମନ୍ଦିର ପୂଜକ ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଅଲଗା କଲେ

ବିଜୀତ କଶ୍ୟପ ଓ ପୂଜା ୧୩ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ପୂଜା ନିଜ ଘରୁ ପଳାଇଯିବା ପରେ ତାଙ୍କ ପରିବାର ତାଙ୍କ ନିଖୋଜ ହୋଇଥିବା ନେଇ ଏକ ରିପୋର୍ଟ ପୋଲିସ ନିକଟରେ ଦାଖଲ କରିଥିଲେ । ଫେବୃଆରୀ ୨୭ରେ ପୋଲିସ ଉଭୟଙ୍କୁ ଖୋଜିପାଇଥିଲା, କିନ୍ତୁ ପୂଜା ନିଜ ପରିବାର ସଦସ୍ୟଙ୍କ ସହ ଘରକୁ ଫେରିବାକୁ ମନା କରିଦେଇଥିଲେ । ପୂଜାଙ୍କୁ ୧୯ ବର୍ଷ ବୟସ ହୋଇଯାଇଥିବାରୁ ତାଙ୍କୁ ତାଙ୍କ ସ୍ୱାମୀ ବିଜୀତ କଶ୍ୟପଙ୍କ ସହ ଯିବାକୁ ପୋଲିସ ଅନୁମତି ଦେଇଥିଲା ।



ଦୁଇ ଦୁଇଟି ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ଯେ ପୂଜାଙ୍କ ଶବ ଏକ କୋଠରୀରେ ଝୁଲୁଥବା ଅବସ୍ଥାରେ ମିଳିଥିଲେ ବି ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ମଧ୍ୟ ହତ୍ୟା କରାଯାଇଛି ତାହା ଉପରେ ତଦନ୍ତ ଚାଲିଛି ।
First published: March 11, 2021, 10:25 PM IST