ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

Man beheads elder sister due to her love marriage, takes selfie with severed head | ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିର୍ତ୍ତୀଙ୍କ ମୁଣ୍ଡ କାଟି ଦେବା ପରେ ତାଙ୍କ ସାନ ଭାଇ କଟା ମୁଣ୍ଡକୁ ଘର ବାହାରକୁ ଆଣି ସମସ୍ତଙ୍କୁ ଦେଖାଇଥିଲେ । ମା’ଙ୍କ ସହ କଟା ମୁଣ୍ଡ ଧରି ସେ ଏକ ସେଲ୍ଫି ବି ନେଇଥିଲେ । ଏହି ହତ୍ୟାରେ ମା’ ବି ପୁଅକୁ ସମର୍ଥନ କରିଥିଲେ ।

ମୃତା ଯୁବତୀ କିର୍ତ୍ତୀ ଠୋରେ

ମୃତା ଯୁବତୀ କିର୍ତ୍ତୀ ଠୋରେ

  • Share this:
crimeNews18 Odia Digital

ଔରଙ୍ଗାବାଦ: କୁହାଯାଏ ଯେ ପ୍ରେମ ହେଉଛି ମାନବୀୟ ସମ୍ପର୍କର ଏକ ପବିତ୍ର ପରିପ୍ରକାଶ । ଆଉ ଏହା ବି କୁହାଯାଏ ଯେ ଭାଇ ଓ ଭଉଣୀର ସମ୍ପର୍କ ଠିକ୍‌ ସେମିତି ଏକ ପବିତ୍ର ଭାବ । ହେଲେ ପ୍ରେମ କରି ବିବାହ କରିଥିବାରୁ ଜଣେ ୧୯ ବର୍ଷୀୟା ଯୁବତୀକୁ ହତ୍ୟା କରାଯାଇଛି । ସେହି ହତ୍ୟା ତା’ ସାନ ଭାଇ ହିଁ କରିଛି । ବଡ଼ ଭଉଣୀର ମୁଣ୍ଡ କାଟି ହତ୍ୟା କରିଛି

ଏହି ହୃଦୟବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦରେ । ଏହା ଏକ ‘ଅନର୍‌ କିଲିଂ’ ବା ସମ୍ମାନ ହତ୍ୟା (honour killing) ପ୍ରସଙ୍ଗ ବୋଲି ସ୍ଥାନୀୟ ଲୋକେ ଓ ପୋଲିସ କହିଛନ୍ତି । ୧୭ ବର୍ଷୀୟ ଯୁବକ ନିଜ ବଡ଼ ଭଉଣୀ ଘରକୁ ନିଜ ମା’ ସହିତ ଯାଇ ସେଇଠି ଗୋଟିଏ ଦା’ରେ ଭଉଣୀର ଗଳା କାଟି ଦେହରୁ ତା’ ମୁଣ୍ଡ ଅଲଗା କରିଦେଇଛି । ଏହି ଘଟଣା ପରେ ବାସ୍ତବ ଜୀବନରେ ପ୍ରସିଦ୍ଧ ମରାଠୀ ଫିଲ୍ମ ‘ସୈରାତ୍‌’ର (Marathi film Sairat) ସତ୍ୟ ଲୋକଙ୍କ ସାମ୍ନାକୁ ଆସିଛି । ଯେମିତି ସେହି ଫିଲ୍ମରେ ‘ସମ୍ମାନ ହତ୍ୟାକାଣ୍ଡ’ ଦେଖାଯାଇଥିଲା – ଝିଅଟିର ପରିବାର ତା’ ଘରେ ଅତିଥି ହୁଅନ୍ତି ଓ ତା’ ପରେ ତାକୁ ସେଇଠି ହତ୍ୟା କରନ୍ତି – ସେମିତି ଏହି ଘଟଣା ଔରଙ୍ଗାବାଦର ଏକ ଗାଁରେ ଘଟିଛି (Aurangabad woman murder) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସନ୍ନି ଲିଓନି ବୋଲ୍ଡ ଫଟୋସୁଟ୍ କଲେ; କଳା ଡ୍ରେସ୍ ପିନ୍ଧି ବଢ଼େଇଲେ ଗ୍ଲାମର୍ ଉତ୍ତାପ

କିର୍ତ୍ତୀ ଠୋରେ (Kirti Thore) ନାମ୍ନୀ ଏହି ୧୯-ବର୍ଷୀୟା ଯୁବତୀ ନିଜ ପରିବାର ଇଚ୍ଛା ବିରୁଦ୍ଧରେ କଲେଜରେ ପଢୁଥିବା ତା’ର ଜଣେ ବନ୍ଧୁଭ୍କୁ ଜୁନ୍‌ ମାସରେ ବିବାହ କରିଥିଲା । ଦୁହେଁ କୋର୍ଟରେ ବିବାହ କରି ସାଙ୍ଗରେ ରହୁଥିଲେ । ବିବାହ ପରେ କିର୍ତ୍ତୀଙ୍କ ଜୀବନରେ ସବୁ କିଛି ଠିକ୍ ଚାଲିଥିଲା । ​​କିନ୍ତୁ ଡିସେମ୍ବର ୫ ତାରିଖ ଦିନ କିର୍ତ୍ତୀଙ୍କ ମା’ ଓ ସାନ ଭାଇ ତାଙ୍କ ଘରକୁ ଆସିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଅଭିନେତା-MP ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା; ପେଶାରେ ସେ ଜଣେ ସାମ୍ବାଦିକା କବି

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମା’ ଓ ସାନ ଭାଇ କିର୍ତ୍ତୀଙ୍କ ଘରକୁ ଆସି କହିଥିଲେ ଯେ ସେମାନେ ସବୁ କିଛି ଭୁଲିଯିବାକୁ ଚାହାଁନ୍ତି ଓ ତାଙ୍କ ବିବାହକୁ ଗ୍ରହଣ କରିବାକୁ ଚାହାଁନ୍ତି । ସେତିକି ବେଳେ ଘରେ କିର୍ତ୍ତୀଙ୍କ ସ୍ୱାମୀ ବି ଥିଲେ । ତାଙ୍କ ଦେହ ଖରାପ ଥିବାରୁ ସେ ଅନ୍ୟ ଏକ ରୋଠରୀରେ ଶୋଇଥିଲେ । କିର୍ତ୍ତୀ ମା୩ ଓ ଭାଇଙ୍କ କଥା ଶୁଣି ଆନନ୍ଦରେ ରୋଷେଇ ଘରେ ଭାଇଙ୍କ ପାଇଁ ଚା’ ତିଆରି କରୁଥିଲେ । ସେତିକି ବେଳେ କିର୍ତ୍ତୀଙ୍କ ଭାଇ ଏକ ଦା’ ପରି ତୀକ୍ଷ୍ଣ ଅସ୍ତ୍ର ଧରି ରୋଷୋଇ ଘରେ ପଶିଥିଲେ ଓ ନିଜ ବଡ଼ ଭଉଣୀର ମୁଣ୍ଡ ସମ୍ପୂର୍ଣ୍ଣ କାଟି ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା

ଏହି ହତ୍ୟାକାଣ୍ଡରେ କିର୍ତ୍ତୀଙ୍କ ମା’ ବି ନିଜ ପୁଅକୁ ସମର୍ଥନ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିର୍ତ୍ତୀଙ୍କ ମୁଣ୍ଡ କାଟି ଦେବା ପରେ ତାଙ୍କ ସାନ ଭାଇ କଟା ମୁଣ୍ଡକୁ ଘର ବାହାରକୁ ଆଣି ସମସ୍ତଙ୍କୁ ଦେଖାଇଥିଲେ । ମା’ଙ୍କ ସହ କଟା ମୁଣ୍ଡ ଧରି ସେ ଏକ ସେଲ୍ଫି ବି ନେଇଥିଲେ ବୋଲି ପୋଲିସକୁ କହିଛନ୍ତି ସ୍ଥାନୀୟ ଲୋକେ ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

‘‘ଅଭିଯୁକ୍ତ ୧୭ ବର୍ଷୀୟ ଯୁବକର ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ହେଲେ ସେଥିରୁ ସେହି ସେଲ୍ଫି ମିଳି ନାହିଁ । ସେ ତାକୁ ଡିଲିଟ୍‌ କରିଦେଇଥିବା ସନ୍ଦେହ କରାଯାଉଛି । ତାହା ଏକ ବଡ଼ ପ୍ରମାଣ ହେବ । ଆମେ ମୋବାଇଲ୍‌ ଫୋନକୁ ଫରେନସିକ୍‌ ଟେଷ୍ଟ ପାଇଁ ପଠାଇଛୁ ଓ ସେହି ସେଲ୍ଫି ବାହାର କରିବାକୁ ଚେଷ୍ଟା କରୁଛୁ । ଅଭିଯୁକ୍ତ ଯୁବକ ଓ ତା’ ମା’କୁ ଗିରଫ କରାଯାଇଛି,’’ ଔରଙ୍ଗାବାଦ ଏସ୍‌.ପି. ନିମିତ ଗୋୟଲ୍‌ ‘ଟାଇମ୍ସ ଅଫ୍‌ ଇଣ୍ଡିଆ’କୁ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ଚାର୍ଜଶୀଟ୍ ଦାଖଲ ହେଲା; ‘ନିଆଁ ଲିଭାଇବାକୁ ଚେଷ୍ଟା କରି ଥିଲେ

ଏହି ଘଟଣା ଏକ ‘ଅନର୍‌ କିଲିଂ’ ଘଟଣା ବୋଲି ପୋଲିସ ସନ୍ଦେହ କରୁଛି । ଅଭିଯୁ୍କ୍ତ ମା’ ଓ ପୁଅ ଭାବୁଥିଲେ ଯେ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରି କିର୍ତ୍ତୀ ପରିବାରର ସମ୍ମାନକୁ ନଷ୍ଟ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । କୁହାଯାଉଛି ଯେ ମୃତ୍ୟୁ ସମୟରେ କିର୍ତ୍ତୀ କିଛି ମାସର ଗର୍ଭବତୀ ଥିଲେ ।
Published by:Anand S.T. Das
First published: