‘ସାର୍, ମୁଁ ମୋ’ ଝିଅର ମୁଣ୍ଡ କାଟି ତାକୁ ମାରିଦେଇଛି’: କଟା ମୁଣ୍ଡ ଧରି ପୋଲିସକୁ କହିଲା ବାପା

ଦୁଇ ଦିନ ତଳେ ନିଜ ୧୮ ବର୍ଷୀୟା ଝିଅକୁ ଗାଁର ଜଣେ ଯୁବକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ବାପା । ସେତେବେଳେ ସେ ଶାନ୍ତ ରହିଥିଲେ, କିନ୍ତୁ ପତ୍ନୀ ଖେତକୁ ଯାଇଥିବା ବେଳେ ଝିଅକୁ ଘରେ ଏକୁଟିଆ ପାଇ ସେ ‘‘ଦଣ୍ଡ’’ ଦେଇଥିଲେ ।

‘ସାର୍, ମୁଁ ମୋ’ ଝିଅର ମୁଣ୍ଡ କାଟି ତାକୁ ମାରିଦେଇଛି’: କଟା ମୁଣ୍ଡ ଧରି ପୋଲିସକୁ କହିଲା ବାପା
ନିଜ ଝିଅର କଟା ମୁଣ୍ଡ ସହ ସର୍ବେଶ; (ଡାହାଣ) ଜଣେ ପୋଲିସ କର୍ମୀ କଟା ମୁଣ୍ଡକୁ ନେଇ ଯାଉଛନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଜଣେ ଲୋକ ଏକ ଯୁବତୀର କଟା ମୁଣ୍ଡ ଧରି ଥାନାକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖୁଥିବା ଲୋକଙ୍କ ଦେହ ଭୟରେ ଶିହିରି ଉଠିଥିଲା । ଅସଲରେ ସେ ଲୋକଟି ଥିଲା ସେହି ୧୮ ବର୍ଷୀୟା ଝିଅର ବାପା । ଝିଅଟିର ପ୍ରେମ ପ୍ରସଙ୍ଗ ବିଷୟରେ ଜାଣିବା ପରେ ସେ ଏତେ ଉତ୍ୟକ୍ତ ହୋଇଯାଇଥିଲା ଯେ ସେ ଝିଅଟିର ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲା ।

ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ । ନିଜ ଝିଅର କଟା ମୁଣ୍ଡ ଧରି ପୋଲିସ ଷ୍ଟେସନକୁ ଯାଉଥିବା ସର୍ବେଶ ନାମକ ବ୍ୟକ୍ତିକୁ ରାସ୍ତାରେ ଥିବା ପୋଲିସ କର୍ମଚାରୀମାନେ ଗିରଫ କରିଥିଲେ । ଏହି ଘଟଣା ଯୋଗୁଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଏସ୍‌ପି. ଅନୁରାଗ ବତ୍ସ ଓ ଅନ୍ୟ ବରିଷ୍ଠ ପୋଲିସ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ସୂଚନା ଅନୁଯାୟୀ ଅଭିଯୁକ୍ତ ସର୍ବେଶ ହରଦୋଇ ଜିଲ୍ଲାର ମଞ୍ଜିଲା ଥାନା ଅଞ୍ଚଳର ପାଣ୍ଡେତାରା ଗାଁର ନିବାସୀ । ସେ ଦୁଇ ଦିନ ତଳେ ନିଜ ୧୮ ବର୍ଷୀୟା ଝିଅକୁ ଗାଁର ଆଦେଶ ନାମକ ଜଣେ ଯୁବକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ସେତେବେଳେ ସେ ଶାନ୍ତ ରହିଥିଲେ, କିନ୍ତୁ ଗୁରୁବାର ଦିନ ଯେତେବେଳେ ତାଙ୍କ ପତ୍ନୀ ଖେତକୁ ଯାଇଥିଲେ, ସର୍ବେଶ ନିଜ ଝିଅକୁ ଘରେ ଏକୁଟିଆ ପାଇ ଏକ ତୀକ୍ଷ୍ଣ ଅସ୍ତ୍ରରେ ତା’ ଗଳା କାଟି ହତ୍ୟା କରିଥିଲେ । ଏହା ପରେ ସେ ନିଜେ କଟା ମୁଣ୍ଡକୁ ଧରି ଥାନାରେ ପହଞ୍ଚିଥିଲେ ।

ନିଜ ଝିଅର କଟା ମୁଣ୍ଡ ସହ ସର୍ବେଶ


‘‘ସାର୍, ମୁଁ ମୋ’ ଝିଅର ଗଳା କାଟି ତାକୁ ହତ୍ୟା କରିଛି,’’ ପୋଲିସ କର୍ମଚାରୀଙ୍କୁ କହିଥିଲେ ସର୍ବେଶ । ଏହା ଶୁଣି ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ କର୍ମଚାରୀମାନେ ସର୍ବେଶଙ୍କ ଘରେ ଯାଇ ପହଞ୍ଚିଥିଲେ । ଘଟଣା ସ୍ଥଳରେ ଝିଅଟିର ମୁଣ୍ଡବିହୀନ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପ ସର୍ବେଶକୁ ଗିରଫ କରିଥିଲା । ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା ।

ନିଜ ଝିଅର କଟା ମୁଣ୍ଡ ସହ ସର୍ବେଶ; (ଡାହାଣ) ଜଣେ ପୋଲିସ କର୍ମୀ କଟା ମୁଣ୍ଡକୁ ନେଇ ଯାଉଛନ୍ତି


ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

‘‘ଏହା ଏକ ଘୃଣ୍ୟ ଅପରାଧ । ଅଭିଯୁକ୍ତ ସର୍ବେଶ ନିଜ ଅପରାଧ ସ୍ୱୀକାର କରିଛି । ତାକୁ ଗିରଫ କରାଯାଇଛି । ଏହି ମାମଲାରେ ତଦନ୍ତ ଚାଲିଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି,’’ କହିଛନ୍ତି ପୋଲିସ ଅଧୀକ୍ଷକ ଅନୁରାଗ ବତ୍ସ ।



ଏହି ଘଟଣାରେ ଜଣେ ପିତାଙ୍କ ଅପରାଧ ତ ଅତି ଘୃଣ୍ୟ, କିନ୍ତୁ ତଦନ୍ତ ବେଳେ ପୋଲିସର ଅମାନୁଷିକ ଚେହେରା ମଧ୍ୟ ଦେଖିବାକୁ ମିଳିଥିଲା । ଜଣେ ପୋଲିସ୍ କର୍ମୀ ମୃତା ଝିଅଟିର କଟା ମୁଣ୍ଡକୁ ତା’ କେଶରୁ ଧରି ନେଇଯାଉଥିବା ଦେଖାଯାଇଥିଲା । ସେ ଏହାକୁ ଏକ କପଡ଼ାରେ ଘୋଡାଇ ନେବା ଉଚିତ୍ ମନେ କଲେ ନାହିଁ । ଉତ୍ତର ପ୍ରଦେଶ ପୋଲିସର ଅସମ୍ବେଦନଶୀଳ କାର୍ଯ୍ୟର ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି ।
Published by: Anand Shankar Thankur Das
First published: March 4, 2021, 8:08 PM IST