Viral Video: ନିଆଁ ସହିତ ଜମା ଖେଳନ୍ତୁନି, ଜଳେଇ ଦେବ; ଏମିତି ଘଟିଛି ଏହି ବ୍ୟକ୍ତିଙ୍କ ସହ

Viral video: ଏହି ଭାଇରାଲ ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡ଼ିନାହିଁ। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ଅନେକ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଭାଇରାଲ ଭିଡିଓ

ଭାଇରାଲ ଭିଡିଓ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Viral video: ପ୍ରାୟତଃ ସୋସିଆଲ ମିଡ଼ିଆରେ ଅନେକ ଭିଡିଓ, ଫଟୋ ରାତାରାତି ଭାଇରାଲ ହେଉଥିବାର ଦେଖିବାକୁ ମିଳେ। ଏଥିରେ ଅନେକ ମଜାଦାର ଭିଡିଓ ଥିବା ବେଳେ କିଛି ଷ୍ଟଣ୍ଟଭରା ଭିଡିଓ ମଧ୍ୟ ରହିଥାଏ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ଏକ ଭିଡିଓ। ଯାହାକୁ ଦେଖି ଆପଣ ମଧ୍ୟ ଡରିଯିବେ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଏକ ଷ୍ଟେଜ ଉପରେ ଷ୍ଟଣ୍ଟ କରୁଥିବା ଜଣେ ବ୍ୟକ୍ତିଙ୍କ ଦାଢ଼ିରେ କିପରି ନିଆଁ ଲାଗିଯାଉଛି। ବ୍ୟକ୍ତି ଜଣ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ବେଳେ ହଠାତ୍ ତାଙ୍କ ଦାଢ଼ିରେ ନିଆଁ ଲାଗିଗଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକ କୌଣସି ପ୍ରକାରେ ବ୍ୟକ୍ତିଙ୍କୁ ରକ୍ଷା କରିଥିଲେ। କୁହାଯାଉଛି ଯେ ସେ ଷ୍ଟଣ୍ଟ କରୁଥିବା ସମୟରେ ତାଙ୍କ ମୁହଁରେ ନିଆଁ ଲାଗିଗଲା।

ଭାଇରାଲ ଭିଡିଓରେ ପୀଡିତା ପେଟ୍ରୋଲ ଏବଂ ନିଆଁ ସହିତ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ରବି ପାଟିଦାର ନାମକ ଜଣେ ୟୁଜର୍ସ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ମିଲିୟନରୁ ଅଧିକ ଭ୍ୟୁ ପାଇସାରିଲାଣି।

ଭାଇରାଲ ହେଉଥିବା ଭିଡିଓରେ କ’ଣ ଅଛି?

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ସେ ଏକ ଟେବୁଲ ଉପରେ ଛିଡ଼ା ହୋଇଥିଲେ ଏବଂ ତାଙ୍କ ହାତରେ ଏକ ବାଡ଼ି ଥିଲା ଯାହା ନିଆଁରେ ଜଳୁଥିଲା। ବ୍ୟକ୍ତିର ଏହି ବିପଜ୍ଜନକ ଷ୍ଟଣ୍ଟ ଦେଖିବାକୁ ଅନେକ ଲୋକ ଏକତ୍ରିତ ହୋଇଥିଲେ।




କିଛି ସମୟ ପରେ ଷ୍ଟଣ୍ଟ କରୁଥିବା ବ୍ୟକ୍ତି ବାଡିଟିକୁ ପାଟି ପାଖରେ ନିଆଁ ଲଗାଇ ସେଥିରେ ପାଟିରୁ ପେଟ୍ରୋଲ ଫିଙ୍କିବା ସମୟରେ ତାଙ୍କ ଦାଢ଼ିରେ ନିଆଁ ଲାଗିଗଲା। ଅନ୍ୟମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସି ନିଆଁ ଲିଭାଇବା ପାଇଁ ଜୋରରେ ତାଙ୍କ ମୁହଁକୁ ଧରିଥିଲେ।

ହେଲେ ଏହି ଭାଇରାଲ୍ ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡ଼ିନାହିଁ। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
Published by:Lipina Das
First published: