ଇଏ ତ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

ବିବାହ ମଣ୍ଡପକୁ ବର ନ ଆସିବାରୁ କନ୍ୟା ଓ ତା’ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ବର ଦିନକ ଆଗରୁ ନିଜ ପ୍ରେମିକା ସହ କୁଆଡ଼େ ପଳାଇଯାଇଛି । କନ୍ୟାର ବିବାହ ସେହି ଦିନ ଓ ସେଇଠି କରିବାକୁ ତା’ ପରିବାରର ଇଚ୍ଛା ଶେଷରେ ପୂରଣ ହୋଇଥିଲା ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବେଙ୍ଗାଲୁରୁ: କୁହାଯାଏ ଯେ ମଣିଷର ଭାଗ୍ୟ କେବେ ଓ କେମିତି ଓଲଟପାଲଟ ହେବ ସେ ବିଷୟରେ କେହି କିଛି କହିପାରିବେ ନାହିଁ । ଜଣେ ବ୍ୟକ୍ତିଙ୍କ ଭାଗ୍ୟରେ ଯାହା ଲେଖା ହୋଇଛି, ସେ ନିଶ୍ଚିତ ଭାବରେ ଏହାକୁ ପାଇବେ । କିନ୍ତୁ ବେଳେବେଳେ ଭାଗ୍ୟ ହେତୁ ଜଣେ ବ୍ୟକ୍ତି ଏମିତି ଜିନିଷ ପାଇଥାଏ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ଏହି ପ୍ରକାର ଏକ ଘଟଣା ଘଟିଛି । ଜଣେ ବ୍ୟକ୍ତି ଅତିଥି ଭାବରେ ଏକ ବିବାହ ଉତ୍ସବକୁ ଯାଇଥିଲେ, ହେଲେ ସେଠାରୁ ସେ ବର ହୋଇ ଫେରିଥିଲେ ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ଣ୍ଣାଟକର (Karnataka) ଚିକମାଗଲୁର ଜିଲ୍ଲାରେ (Chikmagalur)। ସେଠାକାର ଏକ ଗାଁରେ ରହୁଥିବା ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ହେବାର ଥିଲା । କିନ୍ତୁ ବିବାହ ଦିନ ପାଖେଇ ଆସିବାରୁ ନବୀନ ନିଜ ପ୍ରେମିକା ସହ ପଳାଇ ଯାଇଥିଲେ ।

ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକାର ହତ୍ୟା ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେଲା; ତା ନାର୍କୋ ଟେଷ୍ଟ୍ ହେବନି

‘ବେଙ୍ଗାଲୁରୁ ମିରର୍‌’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ବିବାହ ପୂର୍ବରୁ ନବୀନଙ୍କ ଗର୍ଲଫ୍ରେଣ୍ଡ ଧମକ ଦେଇଥିଲେ ଯେ ଯଦି ସେ ଅନ୍ୟ କାହାକୁ ବିବାହ କରନ୍ତି ତେବେ ସେ ବିବାହ ହଲକୁ ଆସି ତାଙ୍କ ସାମ୍ନାରେ ବିଷ ଖାଇ ନିଜ ଜୀବନ ହାରିବେ । ନବୀନ ନିଜ ଗର୍ଲଫ୍ରେଣ୍ଡଙ୍କ ମୁହଁରୁ ଏମିତି କଥା ଶୁଣିବା ପରେ ବିବ୍ରତ ହୋଇ ବିବାହର ଗୋଟିଏ ଦିନ ପୂର୍ବରୁ ସେହି ପ୍ରେମିକାଙ୍କ ସହ କେଉଁଆଡ଼େ ପଳାଇ ଯାଇଥିଲେ ।

ନବୀନଙ୍କ ସହ ଏମିତି ହେବା ପରେ ବି ତାଙ୍କ ପରିବାର ତାଙ୍କ ସହ ବିବାହ ପାଇଁ ସ୍ଥିର ହୋଇଥିବା ଝିଅର ପରିବାରକୁ ଏ ବିଷୟରେ କହି ନ ଥଲେ । ତେଣୁ ଦୁଇ ଭାଇଙ୍କ ବିବାହ ପୂର୍ବରୁ ନିର୍ଦ୍ଦିଷ୍ଟ ତାରିଖ ଅନୁସାରେ ଗୋଟିଏ ମଣ୍ଡପରେ ହେବାକୁ ଯାଉଥିଲା । ବିବାହ ଦିନ ଆସିଲା, ମାତ୍ର କେବଳ ଅଶୋକ ସେଠାକୁ ବର ହୋଇ ଗଲେ ଓ ବିଧି ମୁତାବକ ବେଦୀରେ ସାତ ଫେରା ନେଲେ ।

ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ

ଏହା ପରେ ନବୀନଙ୍କ ପାଳି ଆସିଲା, କିନ୍ତୁ ନବୀନଙ୍କୁ କେଉଁଠି ଦେଖିବାକୁ ମିଳିଲା ନାହିଁ । ଏହା ଭିତରେ ଝିଅଟି ସେଠାରେ ଥିବା ଲୋକଙ୍କ ଠାରୁ ଜାଣିବାକୁ ପାଇଲା ଯେ ନବୀନ ଗୋଟିଏ ରାତି ପୂର୍ବରୁ ନିଜ ପ୍ରେମିକା ସହ ପଳାଇ ଯାଇଛନ୍ତି । ଏହା ଶୁଣି ସିନ୍ଧୁ ନାମକ ସେହି ଝିଅଟି ନିଜ ଭାଗ୍ୟକୁ ନିନ୍ଦି କାନ୍ଦିବାକୁ ଲାଗିଲା । ସେତିକି ବେଳେ ତା’ ପରିବାର ଲୋକେ ସେହି ବିବାହ ହଲରେ ଏକ ଯୋଗ୍ୟ ପୁଅକୁ ଖୋଜି ତା’ ସହ ବିବାହ କରାଇବାକୁ ଚିନ୍ତା କଲେ ଓ ସେଥିରେ ସଫଳ ବି ହେଲେ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା ତା ପରେ ପିତାଙ୍କୁ ହାଣି ହତ୍ୟା କଲେ

ସିନ୍ଧୁର ପରିବାର ଲୋକଙ୍କୁ ଯେଉଁ ପୁଅଟି ସେଠାରେ ପସନ୍ଦ ଆଶିଲା ତା’ ନାଁ ଥିଲା ଚନ୍ଦ୍ରପ୍ପା । ସେ ବୃତ୍ତିରେ ଜଣେ ବିଏମଟିସି ବସ୍‌ କଣ୍ଡକ୍ଟର । ଚନ୍ଦ୍ରପ୍ପା ସେହି ବିବାହ ଉତ୍ସବକୁ ଜଣେ ନିମନ୍ତ୍ରିତ ଅତିଥି ହୋଇ ଆସିଥିଲା । ହେଲେ ତାକୁ ସିନ୍ଧୁକୁ ବିବାହ କରିବାକୁ କୁହାଯିବାରୁ ସେ ତାହା କରିବାକୁ ଇଚ୍ଛା ପ୍ରକାଶ କରିଥିଲା ଓ ଦୁହିଁଙ୍କ ବିବାହ ସେଇଠି ଆୟୋଜିତ ହୋଇଥିଲା ।



ଏମିତି ଘଟଣାକୁ ଭାଗ୍ୟର ଖେଳ କୁହାଯିବ ନାହିଁ ତ ଆଉ କ’ଣ? ଗତ ରବିବାର ଦିନ ହୋଇଥିବା ଏହି ବିବାହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସିନ୍ଧୁ ଓ ଚନ୍ଦ୍ରପ୍ପା ଖୁସିଥିବାର ଲୋକେ କହୁଛନ୍ତି ।
Published by:Anand ST Das
First published: