ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଏହି ୬୨-ବର୍ଷୀୟ ବ୍ୟକ୍ତି PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିଲେ, ଗିରଫ ହେଲେ

ଏହି ୬୨-ବର୍ଷୀୟ ବ୍ୟକ୍ତି PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିଲେ, ଗିରଫ ହେଲେ

62-year-old man arrested for criticising PM Narendra Modi on YouTube | ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା ମନମୋହନ ମିଶ୍ର ନାମକ ଏହି ବ୍ୟକ୍ତି ପ୍ରାୟ ୩୫ ବର୍ଷ ପୂର୍ବେ ଚେନ୍ନାଇ ଆସିଥିଲେ ଓ ସେଇଠି ନିଜ ପରିବାର ସହିତ ରହିଆସୁଥିଲେ । ସେ ହିନ୍ଦୀ ଭାଷାରେ ବନାଇଥିବା ଭିଡିଓଗୁଡ଼ିକ ଉତ୍ତର ପ୍ରଦେଶରେ ଲୋକପ୍ରିୟ ହୋଇଥିଲା ।

ଏହି ୬୨-ବର୍ଷୀୟ ବ୍ୟକ୍ତି PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିଲେ, ଗିରଫ ହେଲେ
ମନମୋହନ ମିଶ୍ର ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
  • News18 Odia
  • Last Updated: August 28, 2021, 10:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ୟୁଟ୍ୟୁବରେ ଭିଡିଓ ବନାଇ ଛାଡ଼ିଥିବା ଅଭିଯୋଗରେ ଚେନ୍ନାଇରେ ରହୁଥିବା ଜଣେ ୬୨-ବର୍ଷୀୟ ହିନ୍ଦୀଭାଷୀ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି ।

ଗିରଫ ହୋଇଥିବା ମନମୋହନ ମିଶ୍ର ନାମକ ଏହି ବ୍ୟକ୍ତି ମୂଳତଃ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ବାସିନ୍ଦା, କିନ୍ତୁ ସେ ପ୍ରାୟ ୩୫ ବର୍ଷ ପୂର୍ବେ ଚେନ୍ନାଇ ଆସିଥିଲେ ଓ ସେଇଠି ନିଜ ପରିବାର ସହିତ ରହିଆସୁଥିଲେ ବୋଲି ବିଭିନ୍ନ ଗଣ ମାଧ୍ୟମ ରିପୋର୍ଟରେ କୁହାଯାଇଛି । ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚେନ୍ନାଇରେ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ୍‌ ଶନିବାର ଦିନ ପହଞ୍ଚିଥିଲା ଓ ମିଶ୍ରଙ୍କୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଙ୍କୁ ଘଟଣା ସ୍ଥଳକୁ ଆଣି ସିନ୍ ରିକ୍ରିଏଟ୍ କାହିଁକି କରୁନାହିଁ ପୋଲିସ? ଉଠିଲା ପ୍ରଶ୍ନ

କିଛି ଅଜ୍ଞାତ ଲୋକ ଉତ୍ତର ପ୍ରଦେଶର କୋତୱାଲୀ ପୋଲିସ ଷ୍ଟେସନରେ ମନମୋହନ ମିଶ୍ର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଥିବା ଭିଡିଓକୁ ବିରୋଧ କରି ଅଭିଯୋଗ କରିଥିଲେ । ମିଶ୍ର ହିନ୍ଦୀ ଭାଷାରେ ନିଜ ପ୍ରବଳ ମୋଦି-ବିରୋଧୀ ଭିଡିଓଗୁଡ଼ିକୁ ବନେଇଥିବାରୁ ସେଗୁଡ଼ିକ ଉତ୍ତର ପ୍ରଦେଶରେ ଖୁବ୍‌ ଲୋକପ୍ରିୟ ହୋଇଥିଲା ।

ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

୬୨ ବର୍ଷୀୟ ମନମୋହନ ମିଶ୍ର ଲୋକଙ୍କୁ ପ୍ୟାନ୍ କାର୍ଡ଼ ଓ ଆଧାର କାର୍ଡ଼ ଯୋଗାଇବା ପାଇଁ ଜଣେ ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି ବୋଲି ଜଣେ ପୋଲିସ ଅଧିକାରୀ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସଖବରକାଗଜକୁ କହିଛନ୍ତି । ସେ ସୋସିଆଲ ମିଡି଼ଆରେ ଖୁବ୍‌ ସକ୍ରିୟ ରହୁଥିଲେ ଓ ୟୁଟ୍ୟୁବରେ କେନ୍ଦ୍ର ସରକାର ଏବଂ ମୋଦୀଙ୍କୁ ସମାଲୋଚନା କରି ଅନେକ ଭିଡିଓ ପୋଷ୍ଟ କରୁଥିଲେ ବୋଲି ପୋଲିସ ଅଦିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମ

ମନମୋହନ ମିଶ୍ରଙ୍କ ଅଧିକାଂଶ ଭିଡିଓରେ କରୋନା ଭାଇରସ୍ ମହାମାରୀର (Coronavirus) ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିବାକୁ ନେଇ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ଆଉ ଏକ ଭିଡିଓରେ ମିଶ୍ର କହିଥିଲେ ଯେ ଦେଶର ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବାରେ ବିଫଳ ହୋଇଥିବାରୁ ମୋଦୀ ଇସ୍ତଫା ଦେବା ଉଚିତ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

ଚେନ୍ନାଇର ଆସିଷ୍ଟାଣ୍ଟ୍‌ ପୋଲିସ କମିଶନର ଅରୁଲ୍‌ ସନ୍ଥୋଷ ମୁଥୁ କହିଛନ୍ତି ଯେ ଉତ୍ତର ପ୍ରଦେଶରୁ ଏକ ପୋଲିସ ଟିମ୍‌ ଶୁକ୍ରବାର ଦିନ ଚେନ୍ନାଇରେ ପହଞ୍ଚିଥିଲା । ମନମୋହନ ମିଶ୍ରଙ୍କୁ ଗିରଫ କରି ଶନିବାର ଦିନ ଚେନ୍ନାଇର ମାଧବରାମ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଉତ୍ତର ପ୍ରଦେଶ ପୋଲିସକୁ ଟ୍ରାଞ୍ଜିଟ୍ ରିମାଣ୍ଡ ପ୍ରଦାନ କରିବା ପରେ ମିଶ୍ରଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଓ ତା’ ପରେ ତାଙ୍କୁ ଉତ୍ତର ପ୍ରଦେଶକୁ ନିଆଯାଇଥିଲା ।



ୟୁଟ୍ୟୁବରେ ଥିବା ମିଶ୍ରଙ୍କର ଏକ ପୁରୁଣା ଭିଡିଓରେ ସେ ମୋଦୀଙ୍କ ପ୍ରଶଂସକମାନଙ୍କୁ ଭୀଷଣ କଟୁ ଭାଷାରେ ସମାଲୋଚନା କରୁଥିବା ଓ ମୋଦୀଙ୍କୁ ମୂର୍ଖ ବୋଲି କହୁଥିବା ଓ ଦେଶର ବିନାଶ କରାଇଥିବା ବ୍ୟକ୍ତି ଭାବେ ଅଭିହିତ କରିଥିବା ଶୁଣାଯାଉଛି । ‘ଦି ହିନ୍ଦୁ’ ଖବରକାଗଜର ଏକ ରିପୋର୍ଟ ଅନୁସାରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମନମୋହନ ମିଶ୍ର ଉତ୍ତର ପ୍ରଦେଶର ଶହାଜହାଁପୁରରେ ଏକ ବିରୋଧ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ମୋଦିଙ୍କୁ କଠୋର ସମାଲୋଚନା କରି ନିଜ ୟୁଟ୍ୟୁବ୍‌ ଭିଡିଓଗୁଡ଼ିକର ପ୍ରସାର କରାଉଥିଲେ ।
Published by: Anand S.T. Das
First published: August 15, 2021, 11:59 PM IST