୮ ଜଣ ନିରୀହ ଝିଅଙ୍କୁ ବଳାତ୍କାର କରି ଭିଡିଓ ବନେଇଥିଲା, ବ୍ଲାକମେଲ୍ କରୁଥିଲା, ଗିରଫ ହେଲା

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଯୁବକ ଏ ପର୍ଯ୍ୟନ୍ତ ପ୍ରାୟ ଆଠ ଜଣ ନିରୀହ ଝିଅଙ୍କୁ ବଳାତ୍କାର କରି ସେମାନଙ୍କ ଭିଡିଓ ବନେଇଛି ଓ ସେମାନଙ୍କୁ ବ୍ଲାକମେଲ କରିସାରିଛି । ପୋଲିସ ତାକୁ ଗିରଫ କରି ଜେଲକୁ ପଠାଇଛି ଓ ତା’ ମୋବାଇଲ ଫୋନ୍ ଜବତ କରିଛି ।

୮ ଜଣ ନିରୀହ ଝିଅଙ୍କୁ ବଳାତ୍କାର କରି ଭିଡିଓ ବନେଇଥିଲା, ବ୍ଲାକମେଲ୍ କରୁଥିଲା, ଗିରଫ ହେଲା
ଗିରଫ ହେବା ପରେ ଅଭିଯୁକ୍ତ ଶବାବ ଅଲି (ମଝିରେ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଜମଗଡ଼: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ପୋଲିସ ଆଜି ଜଣେ ଏମିତି ବ୍ୟକ୍ତିକୁ ଗିରଫ କରିଛି ଯିଏ ନିରୀହ ଝିଅମାନଙ୍କୁ ବଳାତ୍କାର (rape) କରି ସେମାନଙ୍କ ଭିଡିଓ ପ୍ରସ୍ତୁତ କରୁଥିଲା ଓ ତା’ ପରେ ସେମାନଙ୍କୁ ବ୍ଲାକମେଲ (blackmail) କରୁଥିଲା । ଏହି ବ୍ୟକ୍ତି ଗୋଟେ ନିରୀହ ଝିଅକୁ ବଳାତ୍କାର କରିବା ପରେ ତା’ର ଭିଡିଓ ବନେଇ ତାକୁ ବ୍ଲାକମେଲ କରୁଥିବା ବେଳେ ସମଗ୍ର ଘଟଣା ସାମନାକୁ ଆସିଥିଲା ।

ଏହି ମାମଲାରେ ସେହି ଝିଅଟିର ପରିବାର ସଦସ୍ୟ ପୋଲିସ ଷ୍ଟେସନରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ପଚରାଉଚରା ଆରମ୍ଭ କରିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଥିଲା ।

ପୋଲିସକୁ ଜଣାପଡ଼ିଛି ଯେ ଏହି ଅଭିଯୁକ୍ତ ଯୁବକ ଏ ପର୍ଯ୍ୟନ୍ତ ପ୍ରାୟ ଆଠ ଜଣ ନିରୀହ ଝିଅଙ୍କୁ ବଳାତ୍କାର କରି ସେମାନଙ୍କ ଭିଡିଓ ବନେଇଛି ଓ ସେମାନଙ୍କୁ ବ୍ଲାକମେଲ କରିସାରିଛି । ପୋଲିସ ତାକୁ ଗିରଫ କରି ଜେଲକୁ ପଠାଇ ଦେଇଛି ଓ ତା’ ମୋବାଇଲକୁ ଜବତ କରିଛି ।

ଆଖପାଖର ଅନ୍ୟ ଝିଅମାନଙ୍କ ସହ ବି ଏହି ଯୁବକର ସମ୍ବନ୍ଧ ଥିବା ତଥ୍ୟ ସାମନାକୁ ଆସୁଛି ।


ଗିରଫ ହୋଇଥିବା ଏହି ଅଭିଯୁକ୍ତର ନାଁ ଶବାବ ଅଲି । ସେ ଆଜମଗଡ଼ ଜିଲ୍ଲାର ହୁସେନାବାଗ ମୁସରାକପୁର ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା । ତା’ ବିରୋଧରେ ଥାନାରେ ଝିଅମାନଙ୍କୁ ନିର୍ଯାତନା ଦେବା ସମ୍ବନ୍ଧୀୟ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ୍ ତାକୁ ଗିରଫ କରି ପଚରାଉଚରା କରିବା ପରେ ଅଭିଯୁକ୍ତର ଏକ ଭୟଙ୍କର ଚେହେରା ପ୍ରକାଶ ପାଇଥିଲା । ସେ ନିଜ ଆଖପାଖରେ ରହୁଥିବା ନିରୀହ ଝିଅମାନଙ୍କୁ ବଳାତ୍କାର କରୁଥିଲା ଓ ତା’ପରେ ସେମାନଙ୍କର ଅଶ୍ଳୀଳ ଭିଡିଓ ବନେଇ ସେମାନଙ୍କୁ ବ୍ଲାକମେଲ୍‌ କରୁଥିଲା ।

ଏହି ମାମଲା ବିଷୟରେ ସୂଚନା ଦେଇ ପୋଲିସ ଅଧୀକ୍ଷକ ପ୍ରଫେସର ତ୍ରିବେଣୀ ସିଂ କହିଛନ୍ତି ଯେ ଶବାବ ଅଲି ବିରୋଧରେ ଏକ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ଅନୁସନ୍ଧାନ ଓ ପଚରାଉଚରାରୁ ଜଣାପଡିଥିଲା ​​ଯେ ଅଭିଯୁକ୍ତ ଝିଅଟି ସହିତ ଶାରୀରିକ ସମ୍ପର୍କ ବି ରଖିଥିଲା । ଏସ୍‌.ପି. କହିଛନ୍ତି ଯେ ଏହା ଆଖପାଖର ଝିଅମାନଙ୍କ ସହ ବି ଏହି ଯୁବକର ସମ୍ବନ୍ଧ ଥିବା ତଥ୍ୟ ସାମନାକୁ ଆସୁଛି ଓ ସେହି ବିଷୟରେ ତଦନ୍ତ କରାଯାଉଛି । ତଦନ୍ତ ସମୟରେ ଯଦି ମାମଲା ସଠିକ୍ ବୋଲି ଜଣାପଡ଼େ ତେବେ ତା’ ବିରୋଧରେ ଏକ ଅଲଗା ମାମଲା ଦାଖଲ ହେବ ଓ ଗୋଟେ ୱାରେଣ୍ଟ ପ୍ରସ୍ତୁତ କରାଯାଇ ତାକୁ ଜେଲରେ ରଖାଯିବ ।

ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’

ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା

ପୋଲିସ ଏହି ବଦମାସ୍‌ ଯୁବକୁ ଗିରଫ ତ କଲା, ହେଲେ ଏବେ ତଦନ୍ତ ପରେ ଜଣାପଡିବ ସେ କେତେ ନିରୀହ ଝିଅଙ୍କ ଜୀବନ ନଷ୍ଟ କରିଛି । ଏହି ସତ୍ୟ ତ ପୋଲିସର ତଦନ୍ତ ପରେ ହିଁ ପ୍ରକାଶ ପାଇବ।
Published by: Anand Shankar Thankur Das
First published: July 23, 2020, 8:00 PM IST
corona virus btn
corona virus btn
Loading