ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର

ବର୍ଷେ ହେବ ଦୁହେଁ ଲୁଚି ଛପି ପରସ୍ପର ସହ ଦେଖା ସାକ୍ଷାତ କରୁଥିଲେ । ହେଲେ ଏହି ଲୁଚକାଳି ଖେଳ ବେଶୀ ଦିନ ଚାଲିପାରିଲା ନାହିଁ । ଧୀରେ ଧୀରେ ସେମାନଙ୍କ ପ୍ରେମ କାହାଣୀ ସାରା ଗାଁରେ ବ୍ୟାପିଗଲା ।

ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର
ବିବାହ ବେଦୀରେ ରାହୁଲ ଓ ଜ୍ୟୋତି (ଫଟୋ ସୌଜନ୍ୟ ଦୈନିକ ଜାଗରଣ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: ହୋଲି ଦିନ ଲୋକେ ପରସ୍ପର ଉପରେ ଅବିର ଓ ତରଳ ରଙ୍ଗ ଲଗାନ୍ତି, ପରସ୍ପରର ଗାଲରେ ଅବିର ବୋଳନ୍ତି । ହୋଲି ଦିନ ସମସ୍ତେ ପାରସ୍ପରିକ ତିକ୍ତତା ଭୁଲି ରଙ୍ଗ ଖେଳନ୍ତି । ‘ଶୋଲେ’ ଫିଲ୍ମର ସେହି ପ୍ରସିଦ୍ଧ ଗୀତ ଆପଣଙ୍କର ମନେ ଥିବ – ‘ହୋଲି କେ ଦିନ୍‌ ଦିଲ୍‌ ମିଲ୍‌ ଜାତେ ହେଁ ରଙ୍ଗୋଁ ମେଁ ରଙ୍ଗ୍‌ ମିଲଜାତେ ହେଁ ।’ ହେଲେ ହୋଲି ଦିନ ହୋଲି ରଙ୍ଗ ବଦଳରେ ସିନ୍ଦୂର ଲଗାଇ ଦେବା ପରେ ଜଣେ ଯବକ ଓ ଯୁବତୀ ସବୁ ଦିନ ପାଇଁ ପରସ୍ପରର ଜୀବନସାଥୀ ହୋଇଯାଇଛନ୍ତି ।

ଏହି ଅପୂର୍ବ ବିବାହ ଘଟିଛି ବିହାରର ଭାଗଲପୁର ଜିଲ୍ଲାରେ । କାହଲଗାଓଁ ବ୍ଲକର ବଂଶୀପୁର ଗାଁର ରାହୁଲ ଓ ଜ୍ୟୋତି ହୋଲି ଦିନ ରଙ୍ଗ ଖେଳ ପରେ ପରସ୍ପରର ଜୀବନସାଥୀ ହୋଇଯାଇଛନ୍ତି । ଏହି ଘଟଣାଟି ପୂରା ଏକ ଫିଲ୍ମ ପରି ମନେହେବ । ଜ୍ୟୋତି ପ୍ରାୟ ବର୍ଷକ ତଳେ ସେହି ଗାଁର ଯୁବକ ରାହୁଲକୁ ନିଜ ହୃଦୟ ଦେଇସାରିଥିଲା । ଲୁଚି ଛପି ଦୁହେଁ ପରସ୍ପର ସହ ଦେଖା ସାକ୍ଷାତ କରୁଥିଲେ, ହେଲେ ସେମାନଙ୍କ ପରିବାର ଲୋକେ ଏ କଥା ଜାଣି ନ ଥିଲେ । ଏହି ଲୁଚକାଳି ଖେଳ ବେଶୀ ଦିନ ଚାଲିପାରିଲା ନାହିଁ । ଧୀରେ ଧୀରେ ସେ ଦୁହିଁଙ୍କ ପ୍ରେମ କାହାଣୀ ସାରା ଗାଁରେ ବ୍ୟାପିଗଲା । ଆଉ ହୋଲି ଦିନ ହିଁ ଏହି ପ୍ରେମ କାହାଣୀ ଏକ ସୁନ୍ଦର ମୋଡ଼ ନେଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

ଜ୍ୟୋତି ତା’ର କିଛି ସାଙ୍ଗମାନଙ୍କ ସହ ମିଶି ଅବିର ନେଇ ରାହୁଲ ଘରକୁ ହୋଲି ଖେଳିବା ପାଇଁ ଯାଇଥିଲା । ଜ୍ୟୋତିକୁ ଦେଖି ରାହୁଲ ବି ଅବିର ନେଇ ତା’ ସହ ହୋଲି ଖେଳିବାକୁ ବାହାରି ଆସିଲା । ଦୁହେଁ ପ୍ରଥମେ ପରସ୍ପରର ଗାଲରେ ଅବିର ବୋଳିଥିଲେ । ତା’ପରେ ସେମାନଙ୍କ ହୃଦୟର ରଙ୍ଗ ଆପେ ଆପେ ବାହାରକୁ ବାହାରି ଆସିଥିଲା । ହଠାତ୍‌ ରାହୁଲ ସିନ୍ଦୂର ଆଣି ଜ୍ୟୋତିର ମଥାରେ ବୋଳି ଦେଇଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

ଏହି କଥା ଉଭୟଙ୍କ ପରିବାର ଲୋକଙ୍କୁ ଜଣା ପଡ଼ିବା ପରେ ସମସ୍ତେ କିଛି ଘଣ୍ଟା ଚିନ୍ତିତ ରହିଥିଲେ । ହେଲେ ଉଭୟ ଗୋଟିଏ ଜାତିର ହୋଇଥିବାରୁ ଗ୍ରାମବାସୀମାନେ ନିଷ୍ପତ୍ତି କଲେ ଯେ ଜ୍ୟୋତି ଓ ରାହୁଳର ବିବାହ କରିଦିଆଯାଇପାରେ । ଗାଁର ଲୋକେ ଏକତ୍ରିତ ହୋଇ ଉଭୟଙ୍କ ବିବାହ ଆୟୋଜନ କରିବାକୁ ଆଗେଇ ଯାଇଥିଲେ ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ଉଭୟ ପକ୍ଷଙ୍କ ସହମତିରେ ହୋଲିର ପର ଦିନ ବିବାହ ବେଦୀରେ ବସି ରାହୁଲ ଓ ନିଜ ସ୍ୱପ୍ନର ରାଣୀ ଜ୍ୟୋତିଙ୍କ ମଥାରେ ସମସ୍ତଙ୍କ ସାମନାରେ ସିନ୍ଦୂର ଲଗେଇଥିଲେ ଓ ଦୁହେଁ ମନ୍ତ୍ରୋଚ୍ଚାର ମଧ୍ୟରେ ସାତ ଜନ୍ମ ପାଇଁ ପରସ୍ପରର ହେଲେ ବୋଲି ଶପଥ ନେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ରାହୁଲ ପ୍ଲସ୍‌-ଟୁର ଛାତ୍ର, ଆଉ ଜ୍ୟୋତି ବି.ଏ.ର ଛାତ୍ରୀ, ହେଲେ ପ୍ରେମରେ ସେମାନଙ୍କ ପାଠ ପଢ଼ା ଓ ବୟସର ତାରତମ୍ୟ କୌଣସି ପ୍ରତିବନ୍ଧକ ଆଣିଲା ନାହିଁ । ଦୁହେଁ ଗାଁରେ ଥିବା ଶିବ ମନ୍ଦିରରେ ପୂରା ରୀତିନୀତି ମଧ୍ୟରେ ବିବାହ କରିଥିଲେ । ଦୁଇ ସମୁଦି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଗ୍ରାମବାସୀମାନେ ନୂତନ ଦମ୍ପତିଙ୍କ ଦୀର୍ଘ ଓ ସୁଖମୟ ଜୀବନ ପାଇଁ ଆଶୀର୍ବାଦ କରିଥିଲେ ।



ରାହୁଲ ନିଜ ପିତାମାତାଙ୍କର ଏକ ମାତ୍ର ପୁଅ । ତାଙ୍କର ଚାରି ଭଉଣୀ ଅଛନ୍ତି । ତାଙ୍କ ବାପା ଶିଶୁ ବିକାଶ ପ୍ରକଳ୍ପର ଚାକିରିରୁ ଅବସର ନେଇଛନ୍ତି । ଅଙ୍ଗନୱାଡି ସେବିକା ଥିବା ତାଙ୍କ ମା’ ଆଉ ଦୁନିଆରେ ନାହାଁନ୍ତି । ଜ୍ୟୋତି ନିଜ ପିତାମାତାଙ୍କର ଏକ ମାତ୍ର ଝିଅ । ତା’ର ଦୁଇ ଭାଇ ଅଛନ୍ତି । ଏବେ ଏହି ବିବାହ ବିଷୟରେ ପୂରା ବିହାରରେ ଆଲୋଚନା ହେଉଛି । ରାହୁଲ ଓ ଜ୍ୟୋତି ନିଜ ପ୍ରେମକୁ ସାକାର କରି ବହୁତ ଖୁସି ଅଛନ୍ତି ।
Published by: Anand ST Das
First published: April 6, 2021, 2:58 PM IST