ମମତାଙ୍କ ଆଘାତ: ମୁଖ୍ୟ ସଚିବଙ୍କ ରିପୋର୍ଟରେ ସନ୍ତୁଷ୍ଟ ନୁହଁନ୍ତି ନିର୍ବାଚନ ଆୟୋଗ; ମାଗିଲେ ଅଧିକ ସୂଚନା
ନନ୍ଦିଗ୍ରାମରେ (Nandigram) ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ଆଘାତ ପରେ ପଶ୍ଚିମ ବଙ୍ଗ ସରକାର ନିର୍ବାଚନ ଆୟୋଗକୁ ପଠାଇଥିବା ରିପୋର୍ଟରେ ଚାରି-ପାଞ୍ଚ ଜଣଙ୍କ ଆକ୍ରମଣ କରିଥିବା ବିଷୟରେ ଉଲ୍ଲେଖ କରାଯାଇ ନାହିଁ ।

ମମତା ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ଚାରି-ପାଞ୍ଚ ଜଣ ତାଙ୍କୁ ଠେଲି ଦେଇଛନ୍ତି
- News18 Odia
- Last Updated: March 19, 2021, 5:28 PM IST
କୋଲକାତା: ପଶ୍ଚିମ ବଙ୍ଗର (West Bengal) ନନ୍ଦିଗ୍ରାମରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ବଙ୍ଗଳା ସରକାର ପଠାଇଥିବା ରିପୋର୍ଟରେ ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନୁହଁନ୍ତି । ଏହି କାରଣରୁ ନିର୍ବାଚନ ଆୟୋଗ (Election Commission) ମୁଖ୍ୟ ଶାସନ ସଚିବଙ୍କୁ ଏହି ଘଟଣା ସହ ଜଡିତ ଅଧିକ ସୂଚନା ଦେବାକୁ କହିଛନ୍ତି ।
ପଶ୍ଚିମ ବଙ୍ଗ ସରକାରଙ୍କ ଦ୍ୱାରା ନିର୍ବାଚନ ଆୟୋଗକୁ ପଠାଯାଇଥିବା ରିପୋର୍ଟରେ ନନ୍ଦିଗ୍ରାମରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଘାତ ପରେ ଚାରି-ପାଞ୍ଚ ଜଣଙ୍କ ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ଦର୍ଶାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗର ଜଣେ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା କେଉଁଠାରେ ଘଟିଛି ତାହାର କୌଣସି ସ୍ପଷ୍ଟ ଦୃଶ୍ୟ ଉପଲବ୍ଧ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
୧୦ ମାର୍ଚ୍ଚରେ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିଲା