ମମତା ବାନାର୍ଜୀଙ୍କ PM ମୋଦୀଙ୍କୁ ଚିଠି ଲେଖିଲେ: ‘‘ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟି ଘୋଷଣା କରନ୍ତୁ’’

Mamata Banerjee Letter to PM Modi: ନିଜ ଚିଠିରେ ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ନେତାଜୀଙ୍କ ସହ କ’ଣ ଘଟିଛି ତାହା ଜାଣିବା ପାଇଁ ପ୍ରଧାନ ମନ୍ତ୍ରୀ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଏହି ବିଷୟକୁ ସର୍ବସାଧାରଣରେ ରଖନ୍ତୁ ।

ମମତା ବାନାର୍ଜୀଙ୍କ PM ମୋଦୀଙ୍କୁ ଚିଠି ଲେଖିଲେ: ‘‘ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟି ଘୋଷଣା କରନ୍ତୁ’’
ମମତା ବାନାର୍ଜୀଙ୍କ ପିଏମ ମୋଦୀଙ୍କୁ ଚିଠି
  • News18 Odia
  • Last Updated: November 18, 2020, 7:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (West Bengal's CM Mamata Banerjee) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (PM Narendra Modi) ୨୩ ଜାନୁଆରୀକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ (Netaji Subhash Chandra Bose) ଜନ୍ମ ବାର୍ଷିକୀରେ ଜାତୀୟ ଛୁଟି (National Holiday) ଘୋଷଣା କରିବାକୁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାନାର୍ଜୀ ପ୍ରଧାନ ମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଯେ ନେତାଜୀଙ୍କ ସହ କ’ଣ ଘଟିଛି ତାହା ଜାଣିବା ପାଇଁ ପ୍ରଧାନ ମନ୍ତ୍ରୀ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଏହି ବିଷୟକୁ ସର୍ବସାଧାରଣରେ ରଖନ୍ତୁ ।

ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ପତ୍ରରେ ମମତା ବାନାର୍ଜୀ କହିଛନ୍ତି ''ଆପଣ ଭଲଭାବେ ଜାଣିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ୨୩ ଜାନୁଆରୀ ୨୦୧୨ ରେ ପାଳନ କରାଯିବ । ବଙ୍ଗଳାର ମହାନତମ ପୁଅ ଭାବେ ନେତାଜୀ ଦେଶର ହିରୋ । ରାଷ୍ଟ୍ରୀୟ ନେତା ବ୍ରିଟିଶ ସରକାର ବିରୋଧରେ ସ୍ୱାଧୀନତା ସଂଗ୍ରାମର ଆଇକନ୍ ଅଟନ୍ତି । ସେ ଅନେକ ପିଢ଼ି ପାଇଁ ଏକ ଆଦର୍ଶ ହୋଇଆସୁଛନ୍ତି । ତାଙ୍କର ନିରନ୍ତର ନେତୃତ୍ୱରେ ଭାରତୀୟ ଜାତୀୟ ସେନାର ହଜାର ହଜାର ସାହସୀ ସୈନିକ ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । "

ସେ ଲେଖିଛନ୍ତି- "ପ୍ରତିବର୍ଷ ସାରା ଦେଶରେ ନେତାଜୀଙ୍କ ଜନ୍ମଦିନ ବହୁତ ସମ୍ମାନ ଓ ଶ୍ରଦ୍ଧା ସହ ପାଳନ କରାଯାଏ । ଆପଣ ନିଶ୍ଚିତ ଭାବରେ ମନେ ରଖିବେ ଯେ ଦୀର୍ଘ ଦିନ ଧରି ନେତାଜୀଙ୍କ ଜନ୍ମଦିନକୁ ଜାତୀୟ ଛୁଟି ଘୋଷଣା କରିବାକୁ ଆମେ କେନ୍ଦ୍ର ସରକାରଙ୍କ ଠାରୁ ଦାବି କରିଆସୁଛୁ । ଏହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । " ବାନାର୍ଜୀ ଆହୁରି ଲେଖିଛନ୍ତି ଯେ ''ଆମର ମହାନ ନେତା ତଥା ଦେଶର ହିରୋଙ୍କୁ ସମ୍ମାନିତ କରିବା ପାଇଁ ଆମେ ଜାନୁଆରୀ ୨୩ କୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବାକୁ ଆମର ଦାବିକୁ ଦୋହରାଇଛୁ ।''

କେନ୍ଦ୍ରକୁ ନେତାଜୀଙ୍କ ସହିତ ଜଡିତ ଫାଇଲଗୁଡିକ ସାର୍ବଜନୀନ କରିବାକୁ ଦାବି
ବାନାର୍ଜୀ ଲେଖିଛନ୍ତି- " ଯେତେ ଦୂର ପ୍ରଶ୍ନ ଉଠୁଛି ଆପଣ ମଧ୍ୟ ନେତାଜୀଙ୍କ ରହସ୍ୟମୟ ଭାବେ ନିଖୋଜ ହେବା ସହିତ ପରିଚିତ ଥିବେ। ବଙ୍ଗଳାର ଲୋକ ବିଶେଷକରି ବଙ୍ଗଳାବାସୀଙ୍କର ଏହି ଘଟଣାର ସତ୍ୟତା ଜାଣିବାର ଅଧିକାର ରହିଛି । ପଶ୍ଚିମ ବଙ୍ଗ ସରକାର ନେତାଜୀଙ୍କ ଅନେକ ଫାଇଲ ସାର୍ବଜନୀନ କରିସାରିଛି । ଅତୀତରେ ଅନେକଥର ଆମେ ଏହି ମାମଲାର ଚିତ୍ର ସଫା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରରୁ ଦାବି କରିଛୁ । ଆମେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ କି ନେତାଜୀଙ୍କ ସହ କ’ଣ ଘଟିଛି ଏହି ମାମଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଓ ସମଗ୍ର ବିଷୟକୁ ସାର୍ବଜନୀନ କରିବା ଉଚିତ ଯାହା ଦ୍ୱାରା ଦେଶର ମହାନ ନେତାଙ୍କ ସହ କ’ଣ ଘଟିଛି ଲୋକମାନେ ଜାଣିପାରିବେ । ”

ମମତା ତାଙ୍କ ଚିଠିରେ ଲେଖିଛନ୍ତି, "ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଇଁ ଆମ ହୃଦୟରେ ଏକ ବିଶେଷ ସ୍ଥାନ ଅଛି । ମୁଁ ଅନୁରୋଧ କରୁଛି ଆପଣ ଦୟାକରି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ଓ ୨୩ ଜାନୁୟାରୀକୁ କେନ୍ଦ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଜାତୀୟ ଛୁଟି ଭାବରେ ଘୋଷଣା କରନ୍ତୁ । ଏହା ବ୍ୟତୀତ ନେତାଜୀଙ୍କ ନିଖୋଜ ମାମଲାରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ଓ ଏହି ଘଟଣାର ସତ୍ୟତାକୁ ଦେଶ ତଥା ବିଦେଶର ଲୋକଙ୍କ ସାମ୍ନାରେ ରଖନ୍ତୁ । ଯେଉଁମାନେ ଦୀର୍ଘ ଦିନ ଧରି ଜାଣିବାକୁ ଚାହୁଁଛନ୍ତି, ସେମାନଙ୍କ ପ୍ରିୟ ନେତାଙ୍କ ସହ କ’ଣ ଘଟିଛି ।"
Published by: Jagdish Barik
First published: November 18, 2020, 7:26 PM IST
corona virus btn
corona virus btn
Loading