ମମତା ବାନାର୍ଜୀଙ୍କ ଡିଗ୍ରୀ କରିଦେବ ଆଶ୍ଚର୍ଯ୍ୟ; ଜାଣନ୍ତୁ କେତେ ପଢ଼ିଛନ୍ତି ଏହି ଫାୟାରବ୍ରାଣ୍ଡ
ସରଳତାକୁ ପସନ୍ଦ କରୁଥିବା ମମତା ବାନାର୍ଜୀ ଶିକ୍ଷା କ୍ଷେତ୍ରରେ ଦେଶର ବହୁ ବଡ ରାଜନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି । ରାଜନୀତିରେ 'ଫାୟାରବ୍ରାଣ୍ଡ' କୁହାଯାଉଥିବା ମମତା ବାନାର୍ଜୀ କେବଳ ଆଇନ ଅଧ୍ୟୟନ କରିନାହାଁନ୍ତି ବରଂ ଇସଲାମିକ ହିଷ୍ଟ୍ରୀରେ ମଧ୍ୟ ମାଷ୍ଟର କରିଛନ୍ତି ।
ମମତା ବାନାର୍ଜୀଙ୍କ ଡିଗ୍ରୀ କରିଦେବ ଆଶ୍ଚର୍ଯ୍ୟ!
- News18 Odia
- Last Updated: May 5, 2021, 9:59 AM IST
କୋଲକାତା: ମମତା ବାନାର୍ଜୀ ପୁଣି ଥରେ ପଶ୍ଚିମବଙ୍ଗରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ । ଟିଏମସି ମୁଖ୍ୟ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେବାକୁ ଯାଉଛନ୍ତି । ବଙ୍ଗଳାର ସିଏମ୍ ଭାବରେ ତୃତୀୟ ଇନିଂସ ଖେଳିବାକୁ ପ୍ରସ୍ତୁତ ହେଉଥିବା ମମତା ବାନାର୍ଜୀଙ୍କୁ 'ଫାୟାରବ୍ରାଣ୍ଡ' ରାଜନେତା ମଧ୍ୟ କୁହାଯାଏ । ସେ ୧୫ ବର୍ଷ ବୟସରେ ରାଜନୀତିରେ ଏଣ୍ଟ୍ରି କରିଥିଲେ।
ଶିକ୍ଷାଗତ ଯୋଗ୍ୟତା:
ସରଳତାକୁ ପସନ୍ଦ କରୁଥିବା ମମତା ବାନାର୍ଜୀ ଶିକ୍ଷା କ୍ଷେତ୍ରରେ ଦେଶର ବହୁ ବଡ ରାଜନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି । ସେ ୧୯୭୦ ରେ ଦେଶବନ୍ଧୁ ଶିଶୁ ବିଦ୍ୟାଳୟରୁ ତାଙ୍କର ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଏହା ପରେ ସେ ଜୋଗମୟା ଦେବୀ କଲେଜରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । କେବଳ ଏତିକି ନୁହେଁ ମୁସଲମାନ ସମ୍ପ୍ରଦାୟ ଉପରେ କଠୋର ରାଜନୀତି କରିଥିବା ମମତା ବାନାର୍ଜୀ କଲିକତା ବିଶ୍ୱବିଦ୍ୟାଳୟରୁ ଇସଲାମିକ ହିଷ୍ଟ୍ରୀରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ଶ୍ରୀକୃଷ୍ଣ ମହାବିଦ୍ୟାଳୟରୁ ଶିକ୍ଷା ଡିଗ୍ରୀ ଓ କୋଲକାତାର ଯୋଗେଶ ଚନ୍ଦ୍ର ଚୌଧୁରୀ ଆଇନ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ସେ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିରୁ ସମ୍ମାନଜନକ ଡକ୍ଟରେଟ୍ ମଧ୍ୟ ପାଇଥିଲେ । ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟରେଟ୍ ଅଫ୍ ସାହିତ୍ୟ (ଡି.ଲିଟ) ଆଖ୍ୟା ମଧ୍ୟ ଦିଆଯାଇଛି ।
କରୋନା ସଙ୍କଟ ସମୟରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ସିଏମ୍ ହେବାକୁ ଯାଉଛନ୍ତି । ସିଏମ୍ ପଦ ପାଇଁ ଶପଥ ଗ୍ରହଣ ଉତ୍ସବ ଅତି ସରଳତାର ସହ ଚାଲିଛି ।






