ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ

ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ

Opposition parties unite against Modi government on Pegasus issue | ବିରୋଧୀ ଦଳମାନେ ସରକାରଙ୍କ ଉଦ୍ଦେଶ୍ୟରେ ପେଗାସସ୍‌ ପ୍ରସଙ୍ଗରେ ଶାଣିତ ପ୍ରଶ୍ନ ପଚାରିଛନ୍ତି । ଭାରତ ସରକାର ଏହି ଇସ୍ରାଏଲୀ ସ୍ପାଏୱେର୍ କିଣିଛନ୍ତି ନା ନାହିଁ ତା’ର ଉତ୍ତର ହଁ ବା ନାରେ ଦିଅନ୍ତୁ ବୋଲି କହିଛନ୍ତି ସେମାନେ ।

ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ
ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧିଙ୍କ ସହ କଥାବାର୍ତ୍ତା ସାରି ଫେରୁଛନ୍ତି ମମତା ବାନାର୍ଜୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୁପ୍ତଚର କାର୍ଯ୍ୟ କରିବାରେ ବ୍ୟବହୃତ ବିଦେଶୀ ସଫ୍ଟୱେୟାର୍‌ ପେଗାସସ୍ (Pegasus) ପ୍ରସଙ୍ଗରେ ଦେଶର ପ୍ରମୁଖ ବିରୋଧୀ ଦଳମାନେ ନରେନ୍ଦ୍ର ମୋଦି (Narendra Modi) ସରକାରଙ୍କ ବିରୁଦ୍ଧରେ ମେଳି ହେବା ଜାରି ରଖିଛନ୍ତି । କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କ (Rahul Gandhi) ଅଧ୍ୟକ୍ଷତାରେ ବୁଧବାର ଦିନ ୧୪ଟି ବିରୋଧୀ ଦଳ ସରକାରଙ୍କ ବିରୋଧରେ ମେଳି କରିଛନ୍ତି ।

ବିରୋଧୀ ଦଳମାନେ ପାର୍ଲାମେଣ୍ଟରେ ସରକାରଙ୍କୁ ହଲାପଟା କରିବା ପରେ ଓ ବାଚସ୍ପତିଙ୍କ ଉପରେ କାଗଜ ଫିଙ୍ଗି ୧୦ ଜଣ ସାଂସଦ ନିଲମ୍ବିତ ହେବା ପରେ ଏହି ଏକଜୁଟତା ଦେଖାଇଛନ୍ତି । ହେଲେ ପେଗାସସ୍ ପ୍ରସଙ୍ଗରେ ପ୍ରଥମେ ତଦନ୍ତ ପାଇଁ ଏକ କମିଟି ଗଠନ କରିଥିବା ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଆଶ୍ଚର୍ଯ୍ୟଜନକ ଭାବେ ବୁଧବାର ଦିନର ବିରୋଧୀଙ୍କ ମେଳିକୁ ଆସି ନ ଥିଲେ । ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ମମତା ଏ ବିଷୟରେ ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ କରିନାହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୃତ୍ୟୁ ପୂର୍ବରୁ କହିଲେ ଗଞ୍ଜାମର ଯୁବତୀ: ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’

ବିରୋଧୀ ଦଳମାନେ ସରକାରଙ୍କ ଉଦ୍ଦେଶ୍ୟରେ ପେଗାସସ୍‌ ପ୍ରସଙ୍ଗରେ ଶାଣିତ ପ୍ରଶ୍ନ ପଚାରିଛନ୍ତି । ଭାରତ ସରକାର ଏହି ଇସ୍ରାଏଲୀ ସ୍ପାଏୱେର୍ କିଣିଛନ୍ତି ନା ନାହିଁ ତା’ର ଉତ୍ତର ହଁ ବା ନାରେ ଦିଅନ୍ତୁ ବୋଲି କହିଛନ୍ତି ସେମାନେ । ପେଗାସସକୁ ଭାରତ ସରକାର ନିଜ ଦେଶବାସୀଙ୍କ ବିରୋଧରେ ବ୍ୟବହାର କରୁଛନ୍ତି ନା ନାହିଁ ବୋଲି ହଁ ବା ନାରେ ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ରାହୁଳ ଗାନ୍ଧି । ପେଗାସସ୍ ଫୋନ୍ ହାକିଂ ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ଏମିତି ପ୍ରଶ୍ନଗୁଡ଼ିକୁ ନେଇ ସଂସଦର ମୌସୁମି ଅଧିବେଶନରେ ଆରମ୍ଭରୁ ଝଡ଼ ଲାଗି ରହିଥିବା ବେଳେ ଆଲୋଚନା କରିବାକୁ ସରକାର ଧରାଛୁଆଁ ଦେଉ ନ ଥିବା ଦେଖାଯାଉଛି । ଏ ଭଳି ସ୍ଥିତିରେ ବୁଧବାର ଦିନ ୧୪ଟି ବିରୋଧୀ ଦଳର ନେତାଏ ମେଳି କରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ।

ବୈଠକ ପରେ ଅନ୍ୟ ବିରୋଧୀ ଦଳ ନେତାମାନଙଅକ ସହ ରାହୁଳ ଗାନ୍ଧି


‘‘ସରକାର ପେଗାସସ୍‌ ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ କରନ୍ତୁ । ଏହି ଇସ୍ରାଏଲୀ ସ୍ପାଏୱେର୍ କିଣିଛନ୍ତି ନା ନାହିଁ ତା’ର ଉତ୍ତର ହଁ ବା ନାରେ ଦିଅନ୍ତୁ । ଭାରତ ସରକାର ନିଜ ଦେଶବାସୀଙ୍କ ବିରୋଧରେ ବ୍ୟବହାର କରୁଛନ୍ତି ନା ନାହିଁ ବୋଲି ହଁ ବା ନାରେ ଉତ୍ତର ଦିଅନ୍ତୁ,’’ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ବର: ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ; ଉଦ୍ଧାର କରାଗଲା

ବିରୋଧୀ ଦଳମାନଙ୍କ ଏହି ବୈଠକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆଲୋଚନା ପାଇଁ ଅଡି଼ ବସିବାକୁ ବିରୋଧୀ ଦଳମାନେ ଏଥିରେ ନିଷ୍ପତ୍ତି ନେଇଥିଲେ । ସଂସଦ ଆରମ୍ଭ ହେବା କ୍ଷଣି ମିଳିମିଶି ସରକାରଙ୍କୁ ପୁଣି ହଲାପଟା କରିବାକୁ ବି ସେମାନେ ସ୍ଥିର କରିଥିବା ଜଣାପଡ଼ିଛି । ଗୃହ ମଧ୍ୟରେ ବିରୋଧୀଙ୍କ ଏଭଳି ଆଚରଣକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ସରକାର ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ଦିନ ପରେ ଗଜପତି SPଙ୍କ ଅବସର; ହାଇ କୋର୍ଟରେ CBI ତଦନ୍ତ ଦାବି ହେଲା

‘‘ପେଗାସସ୍ ପ୍ରସଙ୍ଗ କେବଳ ପ୍ରାଇଭେସିରେ ସୀମିତ ନାହିଁ । ଏହା ଜାତୀୟତାବାଦ ଉପରେ ପ୍ରଶ୍ନ ଉଠାଇଛି । ଏହା ନିରୋଳା ଦେଶଦ୍ରୋହ । ତେଣୁ ସରକାର ଏହା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଏବଂ ଏହାର ତଦନ୍ତ କରାନ୍ତୁ,’’ ଦାବି କରିଛନ୍ତି ରାହୁଳ ଗାନ୍ଧି । ପେଗାସସ୍ ସହ ମୁଦ୍ରାସ୍ଫୀତି ଓ କୃଷକ ସମସ୍ୟାକୁ ମଧ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳମାନେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଆତଙ୍କ ଖେଳାଇଲା ଡେଙ୍ଗୁ; ଭୁବନେଶ୍ୱରରେ ୧୫-ବର୍ଷୀୟା ବାଳିକାର ମୃତ୍ୟୁ ହେଲା

ବିରୋଧୀଙ୍କ ହୋ-ହଲ୍ଲାରେ ବୁଧବାରର ସଂସଦ ଅଧିବେଶନ ଧୋଇଯିବା ପରେ ଓ ବିରୋଧୀଙ୍କ ମେଳି ଖବର ଗଣମାଧ୍ୟମରେ ଆସିବା ପରେ ସେମାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସରକାର । ‘‘କେହି କେଉଁଠି ଭାବୁନାହାନ୍ତି ଯେ ବିରୋଧୀ ଦଳମାନେ ପୁଣି ଥରେ ଭାରତକୁ ସୁନାର ଦେଶରେ ପରିଣତ କରିବାକୁ ଏକତ୍ର ହେଉଛନ୍ତି । ସମସ୍ତେ ବୁଝିପାରୁଛନ୍ତି ଯେ ରାହୁଳ ଗାନ୍ଧିଙ୍କୁ ଗୋଟିଏ ସମ୍ମାନଜନକ ପଦବୀରେ ବସାଇବାକୁ ଏହି ସମଗ୍ର ନାଟକ କରାଯାଉଛି,’’ କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।



ସୁପ୍ରିମ କୋର୍ଟଙ୍କ ତତ୍ତ୍ବାବଧାନରେ ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ କରାଇବାକୁ କିଛି ବରିଷ୍ଠ ସାମ୍ବାଦିକ ଦାବି କରି ସାରିଥିବା ବେଳେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Published by: Anand ST Das
First published: July 28, 2021, 11:22 PM IST