ମମତା କହିଲେ ତାଙ୍କୁ SPG ମୋଦିଙ୍କ ମିଟିଂକୁ ଛାଡ଼ି ନ ଥିଲା; ‘‘ମୋତେ ବଦନାମ କରିବାକୁ ଚେଷ୍ଟା ହେଉଛି’’

ମମତା ବାନାର୍ଜୀ ଅଭିଯୋଗ କରି କହିଛନ୍ତି ଯେ ଯଦିଓ ସେହି ବୈଠକ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରେ ବାତ୍ୟାକୁ ନେଇ ଏକ ସମୀକ୍ଷା ବୈଠକ ବୋଲି କୁହାଯାଇଥିଲା, ସେଥିରେ ରାଜ୍ୟପାଳ ଓ ବିରୋଧୀ ଦଳର ନେତା ବି ଉପସ୍ଥିତ ଥିଲେ ।

ମମତା କହିଲେ ତାଙ୍କୁ SPG ମୋଦିଙ୍କ ମିଟିଂକୁ ଛାଡ଼ି ନ ଥିଲା; ‘‘ମୋତେ ବଦନାମ କରିବାକୁ ଚେଷ୍ଟା ହେଉଛି’’
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା/ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ବାତ୍ୟା ସମୀକ୍ଷା ବୈଠକରେ ସାମିଲ୍ ନ ହୋଇ ବିଭିନ୍ନ ମହଲରି ସମାଲୋଚନାର ଶିକାର ହେବା ପରେ ମୁହଁ ଖୋଲିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee)। ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବିଜେପି ତରଫରୁ ଗଣମାଧ୍ୟମକୁ ମିଥ୍ୟା ତଥ୍ୟ ଓ ସୂଚନା ଦିଆଯାଇ ତାଙ୍କ ଭାବମୂର୍ତ୍ତିକୁ ଟାର୍ଗେଟ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ସହ ପଶ୍ଚିମ ବଙ୍ଗର ନିର୍ବାଚିତ ସରକାରକୁ କେନ୍ଦ୍ର ସରକାର କାମ କରିବାକୁ ଦିଅନ୍ତୁ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଳ୍ପନ୍ ବନ୍ଦୋପାଧ୍ୟାୟଙ୍କ କେନ୍ଦ୍ରୀୟ ଡାକରାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ବି ଦାବି କରିଛନ୍ତି ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ।

ଏହା ବି ପଢ଼ନ୍ତୁ | Ambulance Charge: ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ ହେବା ପରେ ଲୋକଙ୍କୁ ଆଉ ଅସୁବିଧା ହେବନି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟାସ୍‌ ବାତ୍ୟା (Cyclone Yaas) ସମୀକ୍ଷା ବୈଠକର ଦିନକ ପରେ ନିଜ ମୁହଁ ଖୋଲି ମମତା ବାନାର୍ଜୀ କହିଛନ୍ତି ଯେ ବାସ୍ତବରେ ସେ ଓ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟ କଲାଇକୁଣ୍ଡାରେ ପହଞ୍ଚିବା ବେଳକୁ ବୈଠକ ଆରମ୍ଭ ହୋଇ ଯାଇଥିଲା । ‘‘ଏସ୍‌.ପି.ଜି. (ପ୍ରଧାନ ମନ୍ତ୍ରୀଙ୍କ ବିଶେଷ ସୁରକ୍ଷା ବଳ) ଆମକୁ ଭିତରେ ପ୍ରବେଶ କରିବାକୁ ଅନୁମତି ନଦେଇ ବାହାରେ ଅପେକ୍ଷା କରିବାକୁ କହିଲା । ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ଏକ ରିପୋର୍ଟ ଦେବାକୁ ଆମେ ଅଳ୍ପ ସମୟ ମାଗିଥିଲେ ବି ଏସ୍‌.ପି.ଜି. ତା’ ପାଇଁ ଅନୁମତି ଦେଇ ନ ଥିଲା, ବରଂ ଘଣ୍ଟାଏ ପରେ ବୈଠକ ଆରମ୍ଭ ହେବ ବୋଲି କହିଥିଲା,’’ କହଛନ୍ତି ମମତା ବାନାର୍ଜୀ ।

ପଶ୍ଚିମ ବଙ୍ଗରେ ମୋଦିଙ୍କ ବୈଠକରେ ଡାହାଣ ପଟେ ମମତାଙ୍କ ଖାଲି ସିଟ୍


ଆକାଶ ମାର୍ଗରୁ ପଶ୍ଚିମ ବଙ୍ଗର ବାତ୍ୟା ୟାସ୍‌ (Yaas) ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସାରିବା ପରେ କଲାଇକୁଣ୍ଡାରେ ଏକ ସମୀକ୍ଷା ବୈଠକ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ସେହି ବୈଠକରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ତାଙ୍କ ସରକାର ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟ ସାମିଲ୍‌ ହୋଇ ନ ଥିଲେ । ବୈଠକରେ ଆଲୋଚନା ଆରମ୍ଭ କରିବାକୁ ପ୍ରଧାନ ମନ୍ତ୍ରୀ ପ୍ରାୟ ଅଧ ଘଣ୍ଟାଏ ଅପେକ୍ଷା କରିଥିଲେ । ତା’ ପରେ କିଛି ସମୟ ପାଇଁ ମୁଖ୍ୟ ମନ୍ତ୍ରୀ ଆସିଲେ ଓ ରାଜ୍ୟରେ ବାତ୍ୟା କ୍ଷୟକ୍ଷତି ଉପରେ ରିପୋର୍ଟ ଲେଖା ଥିବା କାଗଜ ବିଡ଼ାଏ ଧରାଇ ଦେଇ ଚାଲିଯାଇଥିଲେ ବୋଲି କୁହାଯାଇଥିଲା ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍

‘‘ମୋ’ର ଦିଘା ଓ ସାଗର ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇସାରିଥିଲା । ତା’ ପୂର୍ବ ଦିନ ବିଳମ୍ବିତ ସନ୍ଧ୍ୟାରେ ହଠାତ୍‌ ସୂଚନା ଆସିଲା ଯେ ସେହି ଦିନ ପ୍ରଧାନ ମନ୍ତ୍ରୀ ବାତ୍ୟା ଅଞ୍ଚଳ ପରିଦର୍ଶନ ପାଇଁ ଆସିବେ... ଏମିତି କିଛି ଆବଶ୍ୟକତା ନାହିଁ ଯେ ପ୍ରତି ଥର ପ୍ରଧାନ ମନ୍ତ୍ରୀ ଆସିଲେ ତାଙ୍କୁ ମୁଖ୍ୟ ମନ୍ତ୍ରୀ ସ୍ୱାଗତ କରି ଆଣିବେ...’’ କହିଛନ୍ତି ମମତା ବାନାର୍ଜୀ ।

ବରିଷ୍ଠ ବିଜେପି ନେତା ତଥା ଦଳର ଅନ୍ୟତମ ମୁଖପାତ୍ର ଶାହନୱାଜ ହୁସେନ୍


ସେ ଆହୁରି କହିଛନ୍ତି, ‘‘କୁହାଯାଇଥିଲା ଯେ ଏହି ବୈଠକ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରେ ବାତ୍ୟାକୁ ନେଇ ଏକ ସମୀକ୍ଷା ବୈଠକ ହେବ । ମାତ୍ର ଏଇଟା ତାହା ନ ଥିଲା । ସେହି ବୈଠକରେ କାହିଁକି ରାଜ୍ୟପାଳ ଓ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ?’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ନାରୀଙ୍କ ସମଲିଙ୍ଗୀ ପ୍ରେମ ଉପରେ ଆଧାରିତ ଫିଲ୍ମରେ ନଜର ଆସୁଛନ୍ତି

ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସାରି ପ୍ରଧାନ ମନ୍ତ୍ରୀ କାଲାଇକୁଣ୍ଡା ଏୟାର୍ ଷ୍ଟ୍ରିପରେ ପହଞ୍ଚିବା ବେଳେ ମାତ୍ର ୧୫ ମିନିଟ୍ ପାଇଁ ସେଠାକୁ ଯାଇଥିଲେ ମମତା ବାନାର୍ଜୀ । ତା’ ପରେ ସେ ଓ ମୁଖ୍ୟ ସାସନ ସଚିବ ସେଠାରୁ ଚାଲି ଯାଇଥିଲେ । ଏହାକୁ ବିଜେପି ଦେଶର ସଙ୍ଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ ବୋଲି କହୁଛି ଓ ମମତା ଏହା କରି ଏକ ଭୁଲ୍‌ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହୁଛି । ହେଲେ ମମତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କାରଣରୁ ସେ ସମୀକ୍ଷା ବୈଠକରେ ସାମିଲ ହୋଇପାରିବେ ନାହିଁ ବୋଲି ପୂର୍ବରୁ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆ ଯାଇଥିଲା ବୋଲି ପଶ୍ଚିମ ବଙ୍ଗ ସରକାର କହୁଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର

‘‘ସବୁ ଜାଣି ଶୁଣି ଦେଶର ଶାସକ ଦଳର କେତେକ ନେତା ଓ ମନ୍ତ୍ରୀ ସୋସିଆଲ ମିଡ଼ିଆରେ ଭୁଲ୍‌ ତଥ୍ୟ ପ୍ରଚାର କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଆମକୁ ଟାର୍ଗେଟ୍ ନ କରି ପଶ୍ଚିମ ବଙ୍ଗର ନିର୍ବାଚିତ ସରକାରକୁ କେନ୍ଦ୍ର ସରକାର କାମ କରିବାକୁ ଦିଅନ୍ତୁ,’’ କହିଛନ୍ତି ମମତା ବାନାର୍ଜୀ ।



ବରିଷ୍ଠ ବିଜେପି ନେତା ତଥା ଦଳର ଅନ୍ୟତମ ମୁଖପାତ୍ର ଶାହନୱାଜ ହୁସେନ୍ କହିଛନ୍ତି, ‘‘ଦେଶର ପ୍ରଧାନ ମନ୍ତ୍ରୀ ଏକ ରାଜ୍ୟରେ ଉପସ୍ଥିତ ଅଛନ୍ତି, ହେଲେ ସବୁ ପ୍ରୋଟୋକଲକୁ ଉଲ୍ଲଙ୍ଘନ କରି ରାଜ୍ୟର ମୁଖ୍ୟ ମନ୍ତ୍ରୀ ସେଠାରେ ନ ଥିଲେ । ସେ ନିଜେ ଅନେକ ଆଶା କରୁଛନ୍ତି ଯେ ତାଙ୍କ ସହ ସବୁ ପ୍ରୋଟୋକଲ୍‌ ପାଳନ ହେଉ, ହେଲେ ସେ ନିଜେ ପ୍ରୋଟୋକଲକୁ ଭାଙ୍ଗୁଛନ୍ତି ।’’
Published by: Anand ST Das
First published: May 29, 2021, 11:15 PM IST