BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

ନେତାଜୀ ଜୟନ୍ତୀ ସମାରୋହରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ଉପସ୍ଥିତିରେ BJP କାର୍ଯ୍ୟକର୍ତ୍ତାମାନେ ‘ଜୟ ଶ୍ରୀ ରାମ’ (Jai Sri Ram) ସ୍ଲୋଗାନ ଦେଇଥିବାରୁ ମମତା ବାନାର୍ଜୀ (Mamata Banerjee) ରାଗିଯାଇଥିଲେ ଓ ସେଠାରେ ଭାଷଣ ଦେବାକୁ ମନା କରିଦେଇଥିଲେ ।

BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ
ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ
  • News18 Odia
  • Last Updated: January 25, 2021, 4:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ଜାନୁଆରୀ ୨୩ରେ ପଶ୍ଚିମ ବଙ୍ଗର (West Bengal) କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ (Netaji Jayanti) ଜନ୍ମ ବାର୍ଷିକୀ ପାଳନ ଅବସରରେ ଘଟିଥିବା ସ୍ଲୋଗାନ ଦେବା ଘଟଣା ଉପରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଜବାବ ଦେଇଛନ୍ତି । ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ହୁଗୁଳିରେ ଏକ ସାଧାରଣ ସଭା କରି କହିଛନ୍ତି, ‘‘ମୁଁ ବିଜେପି ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ନିଜ ଗଳା କାଟିବାକୁ ପସନ୍ଦ କରିବି ।’’

କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଜାନୁଆରୀ ୨୩ ତାରିଖରେ ଆୟୋଜିତ ହୋଇଥିବା ନେତଜୀଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେହି ସମାରୋହରେ ମମତା ବାନାର୍ଜୀ ଉପସ୍ଥିତ ଥିଲେ ବି ସେ ଭାଷଣ ଦେବାକୁ ମନା କରିଦେଇଥିଲେ । ଏହାର କାରଣ ଥିଲା ଯେ ସେଠାରେ ଉପସ୍ଥିତ ଲୋକେ ‘ଜୟ ଶ୍ରୀ ରାମ’ (Jai Sri Ram) ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

ଏହି ଘଟଣା ଉପରେ ମମତା ବାନାର୍ଜୀ ସୋମବାର କହିଛନ୍ତି, ‘‘ସେହି ଲୋକମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ମୋତେ ଅପମାନିତ କରିଛନ୍ତି । ମୁଁ ବନ୍ଧୁକରେ ବିଶ୍ୱାସ କରେ ନାହିଁ, ମୁଁ ରାଜନୀତିରେ ବିଶ୍ୱାସ କରେ । ବିଜେପି ନେତାଜୀଙ୍କୁ ଓ ପଶ୍ଚିମ ବଙ୍ଗକୁ ଅପମାନିତ କରିଛି ।’’

ନେତାଜୀ ଜୟନ୍ତୀରେ ଆୟୋଜିତ ସମାରୋହରେ ମୋଦି ଓ ମମତା 


ପଶ୍ଚିମ ବଙ୍ଗରେ (west Bengal) ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ନେତାଜୀଙ୍କ ୧୨୫ତମ ଜୟନ୍ତୀକୁ (Netaji birth anniversary) ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ (Trinamool Congress) । କୋଲକାତାରେ (Kolkata) ନେତାଜୀଙ୍କ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ସହ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ (Mamata Banerjee) ଦେଖିବାକୁ ମିଳିଥିଲା । ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ମମତା ଉପସ୍ଥିତ ଥିଲେ ମଧ୍ୟ ଅଭିଭାଷଣ ରଖିବାକୁ ମନା କରି ଦେଇଥିଲେ ।

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

କୋଲକାତାରେ (Kolkata) ଏହି ଭବ୍ୟ କାର୍ଯ୍ୟକ୍ରମରେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ନେତାଜୀ ହିଁ ଭାରତର ସ୍ବାଧୀନତା ଆନ୍ଦୋଳନକୁ ସଠିକ ଦିଗ ଦେଖାଇଥିଲେ। ‘‘ଦେଶର ପ୍ରତିଟି ନାଗରିକକୁ ଦେଶର ସୈନିକ ବନାଇ ପାରିଥିଲେ ନେତାଜୀ । ବର୍ତ୍ତମାନ ଭାରତ ଆଡ଼କୁ କେହି ଆଙ୍ଗୁଳି ଉଠାଇ ପାରୁନାହାନ୍ତି । ଏବେକାର ଭାରତ ସମୃଦ୍ଧ ଭାରତ ଓ ସଶକ୍ତ ଭାରତ, ଯାହା ନେତାଜୀଙ୍କ ପରିକଳ୍ପନାର ବାସ୍ତବ ରୂପ ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ (Parakram Divas) ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି ବୋଲି ମୋଦି କହିଥିବା ବେଳେ ମମତା ଏହି ଦିନକୁ ପଶ୍ଚିମ ବଙ୍ଗରେ ‘ଦେଶ ନାୟକ ଦିବସ’ (Desh Nayak Divas) ଭାବେ ପାଳନ କରାଯାଉଛି ଓ କରାଯିବ ବୋଲି କହିଥିଲେ ।



ରାଲି ଅବସରରେ ମମତା କହିଥିଲେ କାହିଁକି ନେତାଜୀଙ୍କ ଜୟନ୍ତୀଙ୍କୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ତାହା ବୁଝାପଡୁନି । ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ସୁଭାଷ ବୋଷଙ୍କୁ (Subhas Bose) ‘ଦେଶ ନାୟକ’ ଆଖ୍ୟା ଦେଇଥିଲେ ବୋଲି ସେ କହିଥିଲେ ।
Published by: Anand Shankar Thankur Das
First published: January 25, 2021, 4:10 PM IST