ମୋଦି-ମମତା କଳହ: ଆଲାପନ୍‌ ବନ୍ଦୋପାଧ୍ୟାୟଙ୍କୁ ନୋଟିସ୍ ଜାରି ହେଲା; ତାଙ୍କୁ ଜେଲ୍ ସଜା ମିଳିପାରେ

କେନ୍ଦ୍ର ସରକାରଙ୍କ ଆଦେଶ ସତ୍ତ୍ୱେ ଦିଲ୍ଲୀ ନ ଯାଇ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ହୋଇଥିବା ପଶ୍ଚିମ ବଙ୍ଗର ପୂର୍ବ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ଏବେ NDMA ଆକ୍ଟ ଅନୁସାରେ ଦଣ୍ଡ ଦିଆଯାଇପାରେ ।

(ବାମରୁ ଡାହାଣ) ନରେନ୍ଦ୍ର ମୋଦି, ଆଲାପନ୍ ବନ୍ଦୋପାଧ୍ୟାୟ ଓ ମମତା ବାନାର୍ଜୀ (ଫାଇଲ୍ ଫଟୋ)

(ବାମରୁ ଡାହାଣ) ନରେନ୍ଦ୍ର ମୋଦି, ଆଲାପନ୍ ବନ୍ଦୋପାଧ୍ୟାୟ ଓ ମମତା ବାନାର୍ଜୀ (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ (Alapan Bandopadhyay) ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ଅବସର ନେବା ଓ ତାଙ୍କୁ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ନିଜ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିବାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଟଣା ଓ଼ଟରା ଆହୁରି ବଢ଼ିଯାଇଛି । କେନ୍ଦ୍ର ସରକାର ଆଲାପାନ୍ ବନ୍ଦୋପାଧ୍ୟାୟଙ୍କୁ ଏକ କାରଣ-ଦର୍ଶାଅ ନୋଟିସ୍ ପଠାଇ ତିନି ଦିନ ମଧ୍ୟରେ ତା’ର ଉତ୍ତର ଦେବାକୁ କହିଛନ୍ତି ।

ଆଲାପାନ ବନ୍ଦୋପାଧ୍ୟାୟକୁ ପଠାଯାଇଥିବା ନୋଟିସରେ NDMA ଆକ୍ଟର ଧାରା ୫୧କୁ ଦର୍ଶାଯାଇଛି ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରର ନିର୍ଦ୍ଦେଶ ପାଳନ କରି ନ ଥିବାରୁ ବନ୍ଦୋପାଧ୍ୟାୟଙ୍କୁ ଏକରୁ ଦୁଇ ବର୍ଷ ଜେଲ ଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟରେ ଦଣ୍ଡିତ କରାଯାଇପାରେ । କେନ୍ଦ୍ର ସରକାର ମେ ୨୮ ତାରିଖ ରାତିରେ ବନ୍ଦୋପାଧ୍ୟାୟଙ୍କ ସେବା ଲୋଡ଼ିଥିଲେ ଓ ଏହି ବରିଷ୍ଠ ଆଇ.ଏ.ଏସ୍‌. ଅଧିକାରୀଙ୍କୁ ମେ ୩୧ ତାରିଖ ସକାଳ ୧୦ଟାରେ ଦିଲ୍ଲୀରେ ଦାୟିତ୍ୱ ନେବାକୁ କହିଥିଲେ । ହେଲେ ସେ ଦିଲ୍ଲୀ ନ ଆସିବାକୁ ସ୍ଥିର କଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେ

ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡକାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ବାତ୍ୟା ୟାସ୍‌ (Cyclone Yaas) ପଶ୍ଚିମ ବଙ୍ଗରେ କରିଥିବା କ୍ଷୟକ୍ଷତି ଉପରେ ଡାକିଥିବା ବୈଠକରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍ ମାତ୍ର ୧୫ ମିନିଟ୍‌ ରହି ଚାଲିଯିବାର କିଛି ଘଣ୍ଟା ପରେ ଆସିଥିଲା ।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

ଦିଘାରେ ବାତ୍ୟା ୟାସ୍ କ୍ଷୟକ୍ଷତି ଦେଖିବା ଅବସରରେ ମମତାଙ୍କ ସହ ଆଲାପନ୍ ବନ୍ଦୋପାଧ୍ୟାୟ


ସୋମବାର ଦିନ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡକାଇବା ଆଦେଶକୁ ଅସମ୍ବୈଧାନିକ ବୋଲି କହି ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଏହା ସହିତ ସେ ଆଗାମୀ ତିନି ବର୍ଷ ପାଇଁ ବନ୍ଦୋପାଧ୍ୟାୟଙ୍କୁ ନିଜ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି ବୋଲି କହିଥିଲେ ।

ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ତାପରେ ବଡ଼ ପୁଅ

ଏହି ପରିପ୍ରେକ୍ଷୀରେ ପୂର୍ବତନ ଆଇ.ଏ.ଏସ୍. ଅଧିକାରୀ ଇ.ଏ.ଏସ୍. ସରମା କହିଛନ୍ତି ଯେ ନିୟମ ଅନୁସାରେ ଯେ କୌଣସି ରାଜ୍ୟରୁ ଆଇ.ଏ.ଏସ୍. (କ୍ୟାଡର) ଯେକୌଣସି ଅଧିକାରୀଙ୍କୁ କେନ୍ଦ୍ରକୁ ଡକାଇବାର ଅଧିକାର କେନ୍ଦ୍ର ସରକାରଙ୍କର ନିଶ୍ଚିତ ଅଛି ।କିନ୍ତୁ ଏହି ପ୍ରକାରର ଡାକରା ଯୁକ୍ତିଯୁକ୍ତ କାରଣ ସହିତ ଜନସାଧାରଣଙ୍କ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।



ସରମା ଆହୁରି କହିଛନ୍ତି ଯେ ଏଭଳି ନିଷ୍ପତ୍ତି ନେବା ବେଳେ ପରମ୍ପରା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ଥିଲା ଓ ମତଭେଦ ପରେ କେନ୍ଦ୍ର ସରକାର ଅସାଧାରଣ ପରିସ୍ଥିତିକୁ ଦର୍ଶାଇବା ଉଚିତ ଥିଲା। ‘‘ଉପଲବ୍ଧ ସମ୍ବାଦ ରିପୋର୍ଟରୁ ଲାଗୁଛି ଯେ କେନ୍ଦ୍ର ସରକାର ଏହି ମାମଲାରେ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି.’’ କହିଛନ୍ତି ସରମା ।
Published by:Anand ST Das
First published: