ଟିଏମସି ସରକାରର ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ବୁଧବାର ଦିନ ୮ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
News 18 Odia Digital
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ବିଜେପିରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିଓଙ୍କ ସମେତ ୯ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ସୁପ୍ରିଓଙ୍କ ବ୍ୟତୀତ ସ୍ନେହାସିସ୍ ଚକ୍ରବର୍ତ୍ତୀ, ପାର୍ଥା ଭୋମିକ୍, ଉଦୟାନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୁସେନ୍ ଓ ସତ୍ୟଜିତ୍ ବର୍ମନ୍ ରାଜ୍ୟପାଳଙ୍କ ଦ୍ୱାରା କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଆଦିବାସୀ ନେତା ବିରବାହା ହାନ୍ସଡା ଓ ବିପ୍ଲବ ରୟ ଚୌଧୁରୀ ରାଜ୍ୟ ମନ୍ତ୍ରୀ (ସ୍ଵଧୀନ) ଭାବରେ ଶପଥ ଗ୍ରହଣ କରିଛନ୍ତି।
ସ୍କୁଲ ଚାକିରି ସ୍କାମରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ପାର୍ଥା ଚାଟାର୍ଜୀଙ୍କୁ ଗିରଫ କରାଯିବା ପରେ ଟିଏମସି ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଛି। ନିକଟରେ ସିଏମ ମମତା ବାନାର୍ଜୀ ପାର୍ଥା ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ପାର୍ଥା ଚାଟାର୍ଜୀ ଶିଳ୍ପ, ବାଣିଜ୍ୟ, ଅଣ୍ଡରଟେକିଂ ଓ ସଂସଦୀୟ ବ୍ୟାପାର ସମେତ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିଲେ।
ଟିଏମସି ସଭାପତି ମମତା ବାନାର୍ଜୀ ସୋମବାର ତାଙ୍କ ଦଳର ସଂଗଠନରେ ଏକ ବଡ ପରିବର୍ତ୍ତନ କରିଛନ୍ତି ଓ ବୁଧବାର କ୍ୟାବିନେଟ ପୁନଃଗଠନ କରିଛନ୍ତି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।