ମମତା ବାନାର୍ଜୀ ଜିତିଲେ ଭବାନୀପୁର ଉପନିର୍ବାଚନ; କହିଲେ, ‘କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ’

Mamata Banerjee wins Bhabanipur Assembly bypoll Bengal | ମମତା ବାନାର୍ଜୀ ଭବାନୀପୁରରୁ ତିନି ଥର – ୨୦୧୧ ଉପ-ନିର୍ବାଚନ, ୨୦୧୬ ବିଧାନସଭା ନିର୍ବାଚନ ଓ ୨୦୨୧ ଉପ-ନିର୍ବାଚନରେ – ଲଢ଼ିଛନ୍ତି ଓ ଜିତିଛନ୍ତି । ଗତ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ଲଢ଼ି ହାରିଯାଇଥିଲେ ।

ବିଜୟ ପରେ ମମତା ବାନାର୍ଜୀ

ବିଜୟ ପରେ ମମତା ବାନାର୍ଜୀ

  • Share this:
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଭବାନୀପୁର ବିଧାନସଭା ଉପ-ନିର୍ବାଚନରେ ​​ରେକର୍ଡ଼ ୫୮,୮୩୨ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଜବରଦସ୍ତ ବିଜୟ ହାସଲ କରିବା ପରେ କେନ୍ଦ୍ର ସରକାରଙ୍କୁ ପ୍ରଖର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଶାସନରୁ ହଟାଇବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ, ମାତ୍ର ବିଫଳ ହେଲେ (Mamata Banerjee wins in Bengal bypoll)।

‘‘ମୁଁ ୫୮,୮୩୨ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଭବାନୀପୁର ବିଧାନ ସଭା ନିର୍ବାଚନରେ ​​ଜିତିଛି । ଏହି ବିଧାନସଭା କ୍ଷେତ୍ରର ସବୁ ୱାର୍ଡରେ ମୋତେ ବିଜୟ ମିଳିଛି । ଏଠାରେ ପ୍ରାୟ ୪୬% ଲୋକ ଅଣ-ବଙ୍ଗୀଳୀ । ସେମାନେ ସମସ୍ତେ ମୋତେ ଭୋଟ୍ ଦେଇଛନ୍ତି । ପଶ୍ଚିମ ବଙ୍ଗର ଲୋକେ ଭବାନୀପୁରକୁ ଦେଖୁଛନ୍ତି । ଏହା ମୋତେ ପ୍ରେରଣା ଦେଉଛି,’’ ଜିତିବା ପରେ କହିଛନ୍ତି ମମତା ବାନାର୍ଜୀ ।

ଏହା ବି ପଢ଼ନ୍ତୁ | Pipili Bypollରେ ହେଲା ଶଙ୍ଖନାଦ; ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ୨୦,୯୧୬ ଭୋଟରେ ଜିତିଲେ

ଉପ-ନିର୍ବାଚନରେ ​​ବ୍ୟାପକ ବିଜୟ ହାସଲ କରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଆହୁରି କହିଛନ୍ତି, ‘‘ବେଙ୍ଗଲରେ ନିର୍ବାଚନ ଆରମ୍ଭ ହେବା ପରଠାରୁ କେନ୍ଦ୍ର ସରକାର ଆମକୁ କ୍ଷମତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ । ମୋ’ ଗୋଡରେ ଏଇଥି ପାଇଁ ଆଘାତ ଲଗାଇଥିଲେ ଯେ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ । ଆମକୁ ଭୋଟ୍ ଦେଇଥିବାରୁ ମୁଁ ଲୋକଙ୍କୁ ଓ ଛଅ ମାସ ମଧ୍ୟରେ ଉପନିର୍ବାଚନ ଆୟୋଜନ କରିଥିବାରୁ ନିର୍ବାଚନ କମିଶନକୁ କୃତଜ୍ଞତା ଜଣାଉଛି ।’’

ମମତା ବାନାର୍ଜୀ


ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଫରେଷ୍ଟ ଗାର୍ଡ଼ ଆଦି ,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

‘‘ନନ୍ଦିଗ୍ରାମରେ ହୋଇଥିବା ଷଡଯନ୍ତ୍ରକୁ ଭବାନୀପୁରବାସୀ ଉପଯୁକ୍ତ ଉତ୍ତର ଦେଇଛନ୍ତି,’’ କୋଲକାତାର ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ମମତା ବାନାର୍ଜୀ । କିଛି ମାସ ପୂର୍ବେ ଅନୁଷ୍ଠିତ ହୋଇଥିବା ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ​​(West Bengal Assembly Polls) ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡି଼ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

ଗତ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରୁ ବାନାର୍ଜୀ ହାରିଯିବା ପରେ ରାଜ୍ୟର ଜଣେ ମନ୍ତ୍ରୀ ସୋଭନଦେବ ଚଟ୍ଟୋପାଧ୍ୟାୟ ଭବାନୀପୁର ଆସନ ମମତାଙ୍କ ପାଇଁ ଖାଲି କରିଥଲେ । ମମତା ବାନାର୍ଜୀ ସେହି ଆସନରୁ ଜିତି ଏବେ ବିଧାନସଭାକୁ ଫେରିଛନ୍ତି । ଏପ୍ରିଲ-ମେ’ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ମମତାଙ୍କ ତୃଣମୂଳ କଂଗ୍ରେସ (Trinamool Congress) ପ୍ରାୟ ୨୮,୦୦୦ ଭୋଟ ବ୍ୟବଧାନରେ ଏହି ଆସନ ଜିତିଥିଲା । ଏବେ ମମତା ତା’ର ଦୁଇ ଗୁଣରୁ ଅଧିକ ଭୋଟ୍‌ ବ୍ୟବଧାନରେ ଏହି ଆଶନ ଜିତିଛନ୍ତି ।



ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

୨୦୧୧ ମସିହାରୁ ଭବାନୀପୁରରେ ଅନୁଷ୍ଠିତ ହୋଇଥିବା ସବୁ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (Trinamool Congress) ଜିତିଛି । ମମତା ବାନାର୍ଜୀ ଭବାନୀପୁରରୁ ତିନି ଥର – ୨୦୧୧ ଉପ-ନିର୍ବାଚନ, ୨୦୧୬ ବିଧାନସଭା ନିର୍ବାଚନ ଓ ୨୦୨୧ ଉପ-ନିର୍ବାଚନରେ – ​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ଓ ପ୍ରତି ଥର ଜିତିଛନ୍ତି । ସେ ୨୦୧୧ରେ ୫୪,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଏହି ଆସନ ଜିତିଥିଲେ । ୨୦୧୬ରେ ତାଙ୍କର ବିଜୟ ମାର୍ଜିନ୍‌ ୨୫,୩୦୧ ଥିଲା ।

ଏହା ବି ପଢ଼ନ୍ତୁ | Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ପୂଜା ବିଧି

ଏ ଥର ଉପନିର୍ବାଚନରେ ଭବାନୀପୁରରେ ୭୨ ପ୍ରତିଶତ ଲୋକେ ମମତାଙ୍କୁ ଭୋଟ୍‌ ଦେଇଛନ୍ତି । ୨୦୧୧ରେ ଏଠାରୁ ମମତା ୭୩,୬୩୫ ଖଣ୍ଡ ଭୋଟ୍ ପାଇଥିଲେ, ଯାହାକି ୭୮ ପ୍ରତିଶତ ଭୋଟ୍ ଥିଲା । ୨୦୧୬ ବିଧାନସଭା ନିର୍ବାଚନରେ ​​ସେ ୬୫,୫୨୦ ଖଣ୍ଡ ଭୋଟ୍ ହାସଲ କରିଥିଲେ, ଯାହା ମୋଟ ଭୋଟର ୪୮% ଥିଲା । ଏଥର ସେ ୭୨ ପ୍ରତିଶତ ସହ ୮୫,୨୬୩ ଖଣ୍ଡ ଭୋଟ୍ ପାଇଛନ୍ତି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

୨୦୧୧ରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ୧୮୪ଟି ଆସନ ଜିତିଥିଲା । ଏହି ବିଜୟ ପଶ୍ଚିମ ବଙ୍ଗରେ ବାମପନ୍ଥୀ ଦଳର ୩୪ ବର୍ଷର ଶାସନକୁ ହଟାଇଦେଇଥିଲା । ୨୦୧୧ରେ ମମତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ମାତ୍ରେ ମମତା ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ହୋଇଥିଲେ ।
Published by:Anand S.T. Das
First published: