ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ମଇଳା ରାଜନୀତି କରୁଥିବା ବେଳେ ବେଙ୍ଗଲର ଦେଶକୁ ରକ୍ଷା କରିଛି । ନିର୍ବାଚନ ଆୟୋଗ ବିଜେପିର ମୁଖପାତ୍ର ପରି କାମ କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ‘ଖେଲା ହୋବେ’ ଓ ‘ଜୟ ବାଂଲା’ ସ୍ଲୋଗାନ୍ TMC ପାଇଁ ଭଲ କାମ କଲା ।

Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ
ମମତା ବାନାର୍ଜୀ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ (West Bengal Assembly Polls 2021) ତୃଣମୂଳ କଂଗ୍ରେସର ବିଜୟକୁ ରାଜ୍ୟର “ଲୋକଙ୍କ ବିଜୟ” ବୋଲି ବର୍ଣ୍ଣନା କରି ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ ତାଙ୍କ ରାଜ୍ୟର ଲୋକେ ଦେଶକୁ ବଞ୍ଚାଇଦେଇଛନ୍ତି, ଆଉ ସେଇଥି ପାଇଁ ସେ ଗର୍ବିତ ଅନୁଭବ କରୁଛନ୍ତି ।

ଲଗାତର ତୃତୀୟ ଥର ପାଇଁ ମମତା ବାନାର୍ଜୀ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ହେବାର ପ୍ରବଳ ସମ୍ଭାବନା ରହିଛି । ତାଙ୍କ ଦଳ ତୃଣମୂଳ କଂଗ୍ରେସ (Trinamool Congress) ଏହି ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିବାକୁ ଯାଉଛି । ତୃଣମୂଳ କଂଗ୍ରେସ ବର୍ତ୍ତମାନ ୨୦୦ରୁ ଅଧିକ ଆସନରେ ଆଗୁଆ ରହିଛି ।

ଏହା ବି ପଢ଼ନ୍ତୁ | କରୋନା ବେକାବୁ: ଦେଶରେ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ; ଆମେରିକାରୁ ଆସିଲା ରିଲଫ୍ସାମଗ୍ରୀ

“ଆମର ଏହି ବିଜୟ ବଙ୍ଗଳାବାସୀଙ୍କର ବିଜୟ । ମୁଁ ଗର୍ବିତ ଯେ ପଶ୍ଚିମ ବଙ୍ଗ ଦେଶକୁ ରକ୍ଷା କରିଛି । ନିର୍ବାଚନ ଆୟୋଗ (Election Commission of India) ଆମ ସହ ଖରାପ ବ୍ୟବହାର କରିଥିଲେ । ସେମାନେ ବିଜେପିର ମୁଖପାତ୍ର ପରି ଆଚରଣ କରିଥିଲେ । ଦୁଇଟି ସ୍ଲୋଗାନ୍‌ – ‘ଖେଲା ହୋବେ’ ଓ ‘ଜୟ ବାଂଲା’ – (Khela Hobe and Jay Bangla) ଆମ ପାଇଁ ଭଲ କାମ କଲା ।ଏହି ମ୍ୟାଚରେ ବେଙ୍ଗଲ୍‌ ଜିତିଲା । ଆମେ ବେଙ୍ଗଲର ଗ୍ରାମାଞ୍ଚଳରେ ଥିବା କ୍ଲବଗୁଡ଼ିକ ମଧ୍ୟରେ ୫୦,୦୦୦ ଫୁଟବଲ୍‌ ବାଣ୍ଟିବୁ,’’ କୋଲକାତାରେ (Kolkata) ଗଣମାଧ୍ୟମକୁ କହିଛନ୍ତି ମମତା । “ବିଜେପି ମଇଳା ରାଜନୀତି କଲା ଆଉ ଏହି ନିର୍ବାଚନରେ ​​ହାରିଲା,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି

ଶୁଭେନ୍ଦୁ ଅଧିକାରୀ


ନନ୍ଦିଗ୍ରାମ (Nandigram), ଯେଉଁ ଆସନରୁ ମମତା ତାଙ୍କ ପୂର୍ବ ଅନୁଗତ ତଥା ଏବେକା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ (Suvendu Adhikari) ବିରୋଧରେ ନିଜେ ନିର୍ବାଚନ ଲଢ଼ିଥିଲେ, ତା’ ବିଷୟରେ ଚିନ୍ତା ନ କରିବାକୁ ମମସା ଲୋକଙ୍କୁ କହିଛନ୍ତି ।

ଏହା ବି ପଢ଼ନ୍ତୁ | ପିପିଲି Bypoll: ମେ ୧୩ରେ ହେବ ଭୋଟ୍; ଅଜିତ ମଙ୍ଗରାଜ ଚାଲିଯିବାର ଦିନ ପରେ ତାଙ୍କ ମାଚାଲିଗଲେ

“ନନ୍ଦିଗ୍ରାମ ବିଷୟରେ ଚିନ୍ତା କର ନାହିଁ । ସଙ୍ଘର୍ଷ ପାଇଁ ଆପଣମାନଙ୍କୁ କିଛି ବଳିଦାନ ଦେବାକୁ ପଡି଼ବ । ମୁଁ ନନ୍ଦୀଗ୍ରାମ ପାଇଁ ସଙ୍ଘର୍ଷ କରିଥିଲି କାରଣ ମୁଁ ଏକ ଆନ୍ଦୋଳନ ଆରମ୍ଭ କରିଥିଲି । ଠିକ୍‌ ଅଛି । ଲୋକେ ଯାହା ରାୟ ଦେଉଛନ୍ତି ଦିଅନ୍ତୁ । ମୁଁ ତାକୁ ଗ୍ରହଣ କରିବି । ମୋ’ର କିଛି ଆପତ୍ତି ନାହିଁ । ଆମେ ନନ୍ଦିଗ୍ରାମର ଫଳାଫଳର ସମୀକ୍ଷା କରିବୁ ଓ ଆବଶ୍ୟକ ହେଲେ କୋର୍ଟକୁ ଯିବୁ । ମୁଁ ଜାଣିବାକୁ ପାଇଛି ଯେ ନନ୍ଦିଗ୍ରାମରେ ଫଳାଫଳ ଘୋଷଣା ହେବା ପରେ ସେଠାରେ କିଛି ମାନିପୁଲେସନ୍ କରାଯାଇଥିଲା । ମୁଁ ପରେ ସେ କଥା ପ୍ରକାଶ କରିବି । କିନ୍ତୁ ଆମେ ୨୨୧ରୁ ଅଧିକ ସିଟ୍ ଜିତିଛୁ, ଆଉ ବିଜେପି ନିର୍ବାଚନରେ ​​ହାରିଛି,’’ କହିଛନ୍ତି ମମତା ବାନାର୍ଜୀ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ

ନିର୍ବାଚନ ଆୟୋଗର ୱେବସାଇଟରେ ଆସିଥିବା ତାଜା ଡାଟାରେ କୁହାଯାଇଛି ଯେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ୧୦,୦୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ସେଠାରେ ଭୋଟ୍‌ ଗଣତି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଫେରାର୍ଗ୍ୟାଙ୍ଗଷ୍ଟର୍ଶେଖ୍ହାଇଦର୍କୁ ତେଲଙ୍ଗାନାରୁ ଗିରଫ କଲା କମିଶନରେଟ୍ ପୋଲିସ

ମମତା ଆହୁରି କହିଛନ୍ତି ଯେ କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ମୁକାବିଲା କରିବା ତାଙ୍କ ସରକାରର ସର୍ବୋଚ୍ଚ ପ୍ରାଥମିକତା ହେବ । “କୋଭିଡ୍-୧୯ର ମୁକାବିଲା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ । ଏବେକାର ପରିସ୍ଥିତି ଯୋଗୁଁ ଶପଥ ଗ୍ରହଣ ଉତ୍ସବ ଏକ ସାଧାରଣ ସମାରୋହ ହେବ ।ଏହି ଝଡ଼କୁ ଆମେ ପାର୍‌ କରିବୁ ।ଆମେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ବଣ୍ଟନ କରିବୁ ।ସମସ୍ତଙ୍କୁ ମାଗଣାରେ କରୋନା ଟିକା ବଣ୍ଟନ କରିବାକୁ ମୁଁ କେନ୍ଦ୍ରକୁ ବି ଅନୁରୋଧ କରୁଛି । ଯଦି ତାହା ନ ହୁଏ ତେବେ ମୁଁ ଗାନ୍ଧୀ ମୀର୍ତ୍ତି (କୋଲକାତାରେ) ସାମ୍ନାରେ ଧାରଣାରେ ବସିବି,’’ କହିଛନ୍ତି ମମତା ବାନାର୍ଜୀ ।



ସେ ବେଙ୍ଗଲବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ବର୍ତ୍ତମାନ କେହି ବିଜୟ ରାଲି ବାହାର ନ କରନ୍ତୁ । ‘‘କିନ୍ତୁ କୋଭିଡକୁ ପରାସ୍ତ କରିବା ପରେ ଏହା ହେବ ।ପରିସ୍ଥିତି ସ୍ୱାଭାବିକ ହେବା ପରେ ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଆମେ ଏକ ବଡ଼ ବିଜୟ ରାଲି କରିବୁ,’’ କହିଛନ୍ତି ମମତା ବାନାର୍ଜୀ ।
Published by: Anand ST Das
First published: May 2, 2021, 9:35 PM IST