News18 Odia Digital
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ନିଜର ଭିନ୍ନ ସ୍ଲୋଗାନକୁ ବେଶ ଜଣାଶୁଣା । ତାହା ନିର୍ବାଚନ ହେଉ କିମ୍ବା କୌଣସି ରାଜନେତା ଓ ଆଇନକୁ ସମାଲୋଚନାକୁ ନେଇ ହେଉ । କିଛି ଦିନ ପୂର୍ବରୁ ଏହିପରି ଏକ ସ୍ଲୋଗାନ୍ 'କା କା ଛି ଛି' ଜୋରଦାର ଭାଇରାଲ୍ ହୋଇଥିଲା । ମମତା ବାନାର୍ଜୀଙ୍କ ଆଉ ଏକ ସ୍ଲୋଗାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି । ଯେଉଁଠାରେ ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୧୧ ସଂପର୍କରେ ଏକ ସ୍ୱତନ୍ତ୍ର ଶୈଳୀରେ ତୃଣମୂଳ କଂଗ୍ରେସର (TMC) କର୍ମୀଙ୍କୁ ସମ୍ବୋଧିତ କରୁଛନ୍ତି ।
ବଙ୍ଗଳାର ମୁର୍ସିଦାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ସେ କହିଛନ୍ତି, ' ଯେପରି ପ୍ଲାସି ଯୁଦ୍ଧ ସମୟରେ ମୀର ଜାଫର ବ୍ରିଟିଶ ସୈନ୍ୟବାହିନୀରେ ଯୋଗ ଦେଇଥିଲେ, ସେହିଭଳି କିଛି ଦୁଷ୍ଟ ଗାଈ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହା ସହ ସେ କହିଛନ୍ତି, 'ବର୍ତ୍ତମାନ ସେହି ଲୋକମାନେ ବହୁତ ହାଲ୍ଲା କରୁଛନ୍ତି - ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବାମ୍ବା ବାମ୍ବା । ସେହି ଲୋକମାନେ ଯେତେ ଶୀଘ୍ର ଦଳ ଛାଡିବେ ସେତେ ଭଲ । ' ହାମ୍ବା ହାମ୍ବା ଅର୍ଥ ହେଉଛି ସେହି ସ୍ୱର ଯାହା ଗାଇ ବୋବାଇଥାଏ ।
ମମତାଙ୍କ ରାଲିର ଏକ ସାତ ସେକେଣ୍ଡର ଭିଡିଓ କ୍ଲିପ୍ ଯେଉଁଥିରେ ମମତା 'ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବାମ୍ବା ବମ୍ବା' କହୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ଟ୍ୱିଟରରେ ଅନେକ ମିମ୍ସ ମଧ୍ୟ ସେୟାର କରାଯାଉଛି ।
ସୂଚନାଯୋଗ୍ୟ ଯେ ପଶ୍ଚିମ ବଙ୍ଗର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।