ପାର୍ଥ ଚାଟାର୍ଜୀଙ୍କ ଉପରେ CM ମମତା ବାନାର୍ଜୀଙ୍କ ଆକ୍ସନ
News18 Odia Digital
West Bengal SSC Scam: ପଶ୍ଚିମବଙ୍ଗରେ ସ୍କୁଲ ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି।
ଇଡି ଗିରଫ ହେବା ପରେ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଥିଲା। ଏହି ସମୟରେ ଗୁରୁବାର ମମତା ବାନାର୍ଜୀ ଏକ କ୍ୟାବିନେଟ ବୈଠକ ଡାକିଥିଲେ ଏହି ବୈଠକର ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପାର୍ଥ ଚାଟାର୍ଜୀ ମମତା ବାନାର୍ଜୀ ସରକାରରେ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ, ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଥିଲେ।
ତାଙ୍କୁ ଗତ ୨୩ରେ କେନ୍ଦ୍ରୀୟ ଏଜେନ୍ସି ଇଡି ଗିରଫ କରିଥିଲା। ଗିରଫ ପୂର୍ବରୁ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଏଜେନ୍ସି ପ୍ରାୟ ୨୧ କୋଟି ଟଙ୍କା ଜବତ କରିଥିଲା।
ସରକାରୀ ବିଦ୍ୟାଳୟ ତଥା ସହାୟକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମୟରେ ପାର୍ଥ ଚାଟାର୍ଜୀ ଶିକ୍ଷା ବିଭାଗର ଦାୟିତ୍ୱରେ ଥିଲେ। ପରେ ଏହି ବିଭାଗ ତାଙ୍କଠାରୁ ନିଆଯାଇଥିଲା। ବିଦ୍ୟାଳୟ ସେବା ଆୟୋଗ ଦ୍ୱାରା ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ଅଭିଯୋଗକୁ ଇଡି ବର୍ତ୍ତମାନ ଯାଞ୍ଚ କରୁଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।