ଶତ୍ରୁଘ୍ନ ସିହ୍ନା ଓ ବାବୁଲୁ ସୁପ୍ରିୟୋଙ୍କୁ ଉପ ନିର୍ବାଚନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ମମତା ବାନାର୍ଜୀ

ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆସାନସୋଲ ସଂସଦୀୟ ଆସନରୁ ଉପ-ନିର୍ବାଚନରେ ​​ପ୍ରାର୍ଥୀ ଭାବରେ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି।

ଶତ୍ରୁଘ୍ନ ସିହ୍ନା ଓ ବାବୁଲୁ ସୁପ୍ରିୟୋଙ୍କୁ ଉପ ନିର୍ବାଚନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ମମତା ବାନାର୍ଜୀ

ଶତ୍ରୁଘ୍ନ ସିହ୍ନା ଓ ବାବୁଲୁ ସୁପ୍ରିୟୋଙ୍କୁ ଉପ ନିର୍ବାଚନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ମମତା ବାନାର୍ଜୀ

  • Share this:
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଶତ୍ରୁଘ୍ନ ସିହ୍ନାଙ୍କୁ ଆସାନସୋଲ୍ ଆସନରେ ଉପ-ନିର୍ବାଚନ ପାଇଁ ଓ ବାବୁଲୁ ସୁପ୍ରିୟୋଙ୍କୁ ବାଲିଗଞ୍ଜ ଆସନରୁ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବରେ ମନୋନୀତ କରିଛନ୍ତି।

ମମତା ବାନାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି

ଟିଏମସି ମୁଖ୍ୟ ଟ୍ବିଟ କରି କହିଛନ୍ତି, ‘‘ତୃଣମୂଳ କଂଗ୍ରେସ ତରଫରୁ ଘୋଷଣା କରି ଖୁସି ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରଖ୍ୟାତ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ଆମର ପ୍ରାର୍ଥୀ ହେବେ।’’

ବାବୁଲ ସୁପ୍ରିଓ ପ୍ରାର୍ଥୀ ହେବେ

ସେ ଟ୍ୱିଟ୍ କରି କହିଛନ୍ତି ଯେ ବାଲିଗଞ୍ଜ ଆସନ ଉପ-ନିର୍ବାଚନରେ ​​ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିଓ ଆମର ପ୍ରାର୍ଥୀ ହେବେ। ଜୟ ହିନ୍ଦ, ଜୟ ବଙ୍ଗଳା, ଜୟ ମା-ମାଟି- ମାନୁଷ।

ଆସାନସୋଲ ଓ ବାଲିଗୁଞ୍ଜରେ ହେବାକୁ ଥିବା ଉପ-ନିର୍ବାଚନ

ଆସାନସୋଲ ଲୋକସଭା ଆସନରୁ ଦୁଇଥର ଭାରତୀୟ ଜନତା ପାର୍ଟିର ସାଂସଦ ସୁପ୍ରିୟୋ ଗତ ବର୍ଷ ଦଳ ଛାଡ଼ି ଟିଏମସିରେ ଯୋଗଦେବା ପରେ ଏହି ଆସନ ଖାଲି ପଡ଼ିଥିଲା। ଏଥିସହିତ ରାଜ୍ୟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ମୃତ୍ୟୁ ପରେ ବାଲିଗଞ୍ଜ ବିଧାନସଭା ଆସନ ଖାଲି ପଡ଼ିଛି।

ଏପ୍ରିଲ ୧୨ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ

ପ୍ରକାଶ ଥାଉକି ବେଙ୍ଗଲରେ ଏପ୍ରିଲ ୧୨ରେ ଗୋଟିଏ ଲୋକସଭା ଓ ଚାରୋଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦୁଇ ଭେଟେରାନଙ୍କ ନିର୍ବାଚନ ହେତୁ ରାଜନୀତି ପୁଣି ଥରେ ଗରମ ହୋଇଛି। ଏଥର ଏହା ଦେଖାଯିବ ଯେ ବିଜେପି ଏହି ଆସନରେ ସଫଳତା ହାସଲ କରୁଛି ନା ଟିଏମସି। ୨୦୧୪ ଓ ୨୦୧୯ ବର୍ଷରେ ଆସାନସୋଲ ଲୋକସଭା ଆସନରୁ ବାବୁଲ ସୁପ୍ରିଓଙ୍କୁ ବିଜେପି ଟିକେଟରେ ସାଂସଦ ଭାବରେ ନିର୍ବାଚିତ କରାଯାଇଥିଲା। ଏଥି ସହିତ ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଥମେ ବିଜେପି ଯୋଗ ଦେଇଥିଲେ ପରେ କଂଗ୍ରେସରେ ମିଶିଥିଲେ। ଆଉ ଏବେ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗ ଦେଇଛନ୍ତି।
Published by:Lipina Das
First published: