ମମତାଙ୍କ ପୁତୁରା ଅଭିଷେକଙ୍କ ପତ୍ନୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କଲା -ସୂତ୍ର
ସିବିଆଇର ଏକ ଟିମ୍ ଆଜି ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ (Abhishek Banerjee) ଘରେ ପହଞ୍ଚିଛନ୍ତି । ଖବର ଅନୁଯାୟୀ କୋଇଲା ଚୋରା ଚାଲାଣ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସମନ ଜାରି କରାଯାଇଛି ।

ମମତାଙ୍କ ପୁତୁରା ଅଭିଷେକଙ୍କ ପତ୍ନୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କଲା
- News18 Odia
- Last Updated: February 21, 2021, 4:40 PM IST
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗରେ (West Bengal) ଆସନ୍ତା କିଛି ମାସ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଭିଷେକ ବାନାର୍ଜୀଙ୍କ (Abhishek Banerjee) ଅସୁବିଧା ବଢ଼ିଥିବା ଜଣାପଡିଛି । ଆଜି ସିବିଆଇ ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛନ୍ତି । ଖବର ଅନୁଯାୟୀ କୋଇଲା ଚୋରା ଚାଲାଣ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସମନ ଜାରି କରାଯାଇଛି ।
ପ୍ରଥମ ଥର ପାଇଁ ସିବିଆଇ କୋଇଲା ଚୋରା ଚାଲାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଥିଲା । ସିବିଆଇ ଟିମ୍ ଅଭିଷେକଙ୍କ ଘରେ ପହଞ୍ଚିବା ପରେ ସେ ଓ ତାଙ୍କ ପତ୍ନୀ ଘରେ ନଥିଲେ । ତେବେ ପରିସ୍ଥିତି ଆହୁରି ବିଗିଡିଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ସମଗ୍ର ଅଞ୍ଚଳକୁ ବ୍ୟାରିକେଡ୍ କରିଛି ।
ବେଆଇନ ଖଣି ଓ କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ କ୍ରମାଗତ ଭାବେ ଚଢ଼ାଉ କରୁଛି । ଏହି ପରିପ୍ରେକ୍ଷୀରେ ଜୟଦେବ ମଣ୍ଡଳ ଓ ଦୀର୍ଘ ଦିନ ଧରି ଚାଲିଆସୁଥିବା କୋଇଲା ମାଫିଆ ଅନୁପ ମାଜି ଛଦ୍ମନାମ ଲାଲାଙ୍କ କାର୍ଯ୍ୟାଳୟରେ ମଧ୍ୟ କିଛି ଦିନ ପୂର୍ବରୁ ସିବିଆଇ ଚଢ଼ାଉ କରିଥିଲା । ଏହି ସମୟ ମଧ୍ୟରେ ସିବିଆଇ କୋଲକାତା, ପୁରୁଲିଆ, ପଶ୍ଚିମ ବର୍ଦ୍ଧମାନ ଓ ବାଙ୍କୁରାରେ ସର୍ଚ୍ଚ ଅପରେସନ କରିଥିଲା । ଏହି ଚଢ଼ାଉ ସମୟରେ ସିବିଆଇ ମଣ୍ଡଲ, ମାଜି ଓ ଆମିଆ ଷ୍ଟିଲ ନାମକ ଏକ କମ୍ପାନୀର ପରିସରରେ ସର୍ଚ୍ଚ କରିଥିଲା । ଏହାପୂର୍ବରୁ କିଛି ଦିନ ପୂର୍ବେ କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ବ୍ୟବସାୟୀ ତଥା ଯୁବ ତୃଣମୂଳ କଂଗ୍ରେସ ନେତା ବିନୟ ମିଶ୍ର, ବ୍ୟବସାୟୀ ଅମିତ ସିଂ ଏବଂ ନୀରଜ ସିଂଙ୍କ ତିନିଟି ଘରେ ଚଢ଼ାଉ କରିଥିଲା ।
ଏହି ଚଢ଼ାଉ ସମୟରେ ଘରେ ସିବିଆଇ କାହାକୁ ପାଇ ନଥିଲା । ଏହା ପରେ ବିନୟ ମିଶ୍ରଙ୍କ ସମେତ ସମସ୍ତଙ୍କ ନାମରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା । ବିନୟ ମିଶ୍ରଙ୍କ ବିରୋଧରେ ଅନେକ ଥର ପଚରାଉଚରା ପାଇଁ ଡକାଯିବା ପରେ ମଧ୍ୟ ସେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ଏହି ମାମଲାରେ ଅନୁପ ମଜୀ ଛଦ୍ମନାମ ଲାଲାଙ୍କ ସମ୍ପତ୍ତି ଜବତ କରିବାକୁ ସିବିଆଇ ହାଇ କୋର୍ଟରେ ଆବେଦନ କରିଛି ।