ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମମତା ବାନାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ସାକ୍ଷାତରେ ବଢ଼ିଲା ବିପକ୍ଷ ଦଳର ଆଶା

ମମତା ବାନାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ସାକ୍ଷାତରେ ବଢ଼ିଲା ବିପକ୍ଷ ଦଳର ଆଶା

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଡିଏମକେର କାନିମୋଝି ଓ ବଲିଉଡର ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ଓ ଶବାନା ଆଜମୀଙ୍କୁ ଭେଟିବେ। ଏହା ପୂର୍ବରୁ ସେ ଗାନ୍ଧୀ ପରିବାରଙ୍କୁ ସାକ୍ଷାତ କରିଥିଲେ ।

ମମତା ବାନାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ସାକ୍ଷାତରେ ବଢ଼ିଲା ବିପକ୍ଷ ଦଳର ଆଶା
ସୋନିଆ ଗାନ୍ଧୀଙ୍କ ସହ ମମତା ବାନାର୍ଜୀଙ୍କ ସାକ୍ଷାତ
  • News18 Odia
  • Last Updated: July 29, 2021, 12:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବୁଧବାର ଦିନ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ଚା’ ବୈଠକରେ ଆଲୋଚନା ହୋଇଥିଲା। ଦୁଇ ଜଣଙ୍କ ଏହି ବୈଠକକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ହୋଇଛି। କୁହାଯାଉଛି ଯେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ​​ବିଜେପିକୁ ଚ୍ୟାଲେଞ୍ଜ କରିବାର ରଣନୀତି ଉପରେ ଉଭୟ ଦଳ ଆଲୋଚନା କରିଥିଲେ। ଏହି ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜାନପାଥରେ ହୋଇଥିବା ଏହି ବୈଠକର ଫଟୋ ସାମ୍ନାକୁ ଆସିଛି, ଯାହା ସୂଚାଉଛି ଯେ ଏହି ଦୁଇ ନେତ୍ରୀଙ୍କ ମଧ୍ୟରେ ବହୁତ ସକାରାତ୍ମକ ବାର୍ତ୍ତାଳାପ ହୋଇଥିଲା।

ଫଟୋ ଦେଖି ଏହା ଜଣାପଡୁଛି ଯେ ଉଭୟ ସୋନିଆ ଓ ରାହୁଲ, ମମତା ବାନାର୍ଜୀଙ୍କୁ ସ୍ବାଗତ କରିବା ପାଇଁ ଘର ବାହାରେ ପହଞ୍ଚିଥିଲେ। ଦୁହେଁ ହାତ ଯୋଡି ମମତାଙ୍କୁ ନମସ୍କାର ମଧ୍ୟ ହୋଇଥିଲେ ଓ ପରେ ତାଙ୍କୁ ସାଙ୍ଗରେ ଘର ଭିତରକୁ ସ୍ବାଗତ କରିଥିଲେ। ସୋନିଆ ଗାନ୍ଧୀଙ୍କ ସହ ବାନାର୍ଜୀଙ୍କ ଦୀର୍ଘ ଦିନର ସମ୍ପର୍କ ରହି ଆସୁଛି ଓ ଦୁଇ ନେତ୍ରୀ ପରସ୍ପରର ପ୍ରିୟ ବୋଲି ବିବେଚନା କରାଯାଏ।

କଂଗ୍ରେସ ସହ ତୃଣମୂଳ କଂଗ୍ରେସର ବୈଠକ


ଏହା ପୂର୍ବରୁ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଏଥର ବିରୋଧୀ ଦଳ ବହୁତ ଶକ୍ତିଶାଳୀ ହେବେ ଓ ସେ ଆଶା କରୁଛନ୍ତି ଯେ ୨୦୨୪ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାରେ ସଫଳ ହେବେ।

ସେ ଗଠବନ୍ଧନ ମୁଖ ହେବାକୁ ମନା କରି କହିଥିଲେ ଯେ କେହି ପ୍ରଧାନ ମନ୍ତ୍ରୀ ହୋଇପାରିବେ ହେଲେ ସେ ତାଙ୍କ ମତାମତ ଦେବେ ନାହିଁ। ସେ ନିଜକୁ ଜଣେ କାର୍ଯ୍ୟକର୍ତ୍ତା ବୋଲି କହିଥିଲେ। ବାନାର୍ଜୀ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ସେ ପ୍ରଥମେ ବିରୋଧୀଙ୍କୁ ଏକଜୁଟ କରିବାକୁ ଓ ପରେ ଏକ ବିଶ୍ୱସନୀୟ ଚେହେରା ଖୋଜିବେ। ସେ ସମାନ ଚିନ୍ତାଧାରା ବିଶିଷ୍ଟ ଦଳ ସହ ଏକ ମେଣ୍ଟ କରିବାକୁ ଭାବୁଛନ୍ତି ବୋଲି ସ୍ପଷ୍ଟ କରିଥିଲେ ।

ମମତା ଓ ସୋନିଆଙ୍କ ମଧ୍ୟରେ ଏହି ସାକ୍ଷାତ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ଯେତେବେଳେ ବାନାର୍ଜୀ ବାହାରକୁ ଆସିଲେ, ଉଭୟ ମା’ ଓ ପୁଅ ତାଙ୍କୁ ବିଦାୟ ଜଣାଇଥିଲେ, ଯାହା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ଆଶା ଦେଇଛି । ବାନାର୍ଜୀ ଗୁରୁବାର ଦିନ ଡିଏମକେର କାନିମୋଝି ଓ ବଲିଉଡର ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ଓ ଶବାନା ଆଜମୀଙ୍କୁ ଭେଟିବେ।
Published by: Lipina Das
First published: July 29, 2021, 12:46 PM IST