ମମତା ବାନାର୍ଜୀ (ପ୍ରତୀକାତ୍ମକ ଛବି)
News18 Odia Digital
କୋଲକାତା: ୨୦୨୪ ମସିହା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରୟ କହିଛନ୍ତି ଯେ ଆଗାମୀ ଦିନରେ ତାଙ୍କ ଦଳ ବିରୋଧୀ ଦଳର ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ।
ସୌଗାତ ରୟ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ତୃଣମୂଳ ନେତାମାନେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିବେ। ମମତା ବାନାର୍ଜୀ ଆଗୁଆ ଅଛନ୍ତି। ତାଙ୍କୁ ଏହି ବିଶାଳ ରାଜ୍ୟ ସମର୍ଥନ କରିଛି ବୋଲି ସେ କହିଛନ୍ତି ଓ ଦେଶରେ ଟିଏମସି ସୁପ୍ରିମୋଙ୍କର ଭଲ ଭାବମୂର୍ତ୍ତି ରହିଛି।
ଟିଏମସି ସାଂସଦ କହିଛନ୍ତି, "ଆମେ ନିଶ୍ଚିତ ଭାବେ ଏକ ସାଧାରଣ ଚେହେରା ଚାହିଁବୁ, କିନ୍ତୁ ଆମର କର୍ମୀମାନେ ନିଶ୍ଚିତ ଭାବରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଚାହାଁନ୍ତି। ଆମକୁ ଅନ୍ୟ ବିରୋଧୀ ଦଳ ଓ ନେତାଙ୍କ ସହିତ କଥାବାର୍ତ୍ତା କରିବାକୁ ପଡ଼ିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।