ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କେନ୍ଦ୍ର ସହ ଝଗଡ଼ାରେ ମମତାଙ୍କ ’ଖେଲା’: ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ନ ଛାଡ଼ି ନିଜ ମୁଖ୍ୟ ପରାମର୍ଶଦାତା କଲେ

କେନ୍ଦ୍ର ସହ ଝଗଡ଼ାରେ ମମତାଙ୍କ ’ଖେଲା’: ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ନ ଛାଡ଼ି ନିଜ ମୁଖ୍ୟ ପରାମର୍ଶଦାତା କଲେ

କେନ୍ଦ୍ର ସରକାର ଆଲାପନ୍ ବନ୍ଦୋପାଧ୍ୟାୟଙ୍କ ସେବାକୁ ତିନି ମାସ ବୃଦ୍ଧି କରି ତାଙ୍କୁ ଦିଲ୍ଲୀ ବଦଳି କରିଥିଲେ । କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରି ପଦରୁ ଇସ୍ତଫା ଦେଇଛନ୍ତି । ତା’ ପରେ ତୁରନ୍ତ ମମତା ତାଙ୍କୁ ନିଜ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି ।

କେନ୍ଦ୍ର ସହ ଝଗଡ଼ାରେ ମମତାଙ୍କ ’ଖେଲା’: ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ନ ଛାଡ଼ି ନିଜ ମୁଖ୍ୟ ପରାମର୍ଶଦାତା କଲେ
ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ; (ଡାହାଣ) ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: କେନ୍ଦ୍ର ଓ ପଶ୍ଚିମ ବଙ୍ଗ (West Bengal) ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାପ୍ତ ନ ହୋଇ ଆହୁରି ବଢୁଛି । ପଶ୍ଚିମ ବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ (Alapan Bandopadhyay) ବଦଳି କରି ଦିଲ୍ଲୀ ନେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ନେଇ ବିବାଦ ଆହୁରି ବଢ଼ିଛି । ଉଭୟ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଓ ଆଲାପନ୍ ବନ୍ଦୋପାଧ୍ୟାୟ ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଭଣ୍ଡୁର୍‌ କରିଛନ୍ତି ।

ବରିଷ୍ଠ ଆଇ.ଏ.ଏସ୍‌. ଅଫିସର୍‌ ଆଲାପନ୍ ବନ୍ଦୋପାଧ୍ୟାୟ ନିଜ ପଦରୁ ଅବସର ଘୋଷଣା କରିଛନ୍ତି ଓ ମମତା ବାନାର୍ଜୀ ତୁରନ୍ତ ତାଙ୍କୁ ନିଜ ମୁଖ୍ୟ ପରାମର୍ଶଦାତା କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାରଠାରୁ ଆଲାପାନ୍ ମୁଖ୍ୟ ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ ଆରମ୍ଭ କରିବେ । ପଶ୍ଚିମ ବଙ୍ଗର ମୁଖ୍ୟ ଶାସନ ସଚିବ ଭାବେ ହରିକୃଷ୍ଣ ଦ୍ୱିବେଦୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

‘‘ମୁଁ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନବାନ୍ନ (ପଶ୍ଚିମ ବଙ୍ଗର ସଚିବାଳୟ) ଛାଡି଼ବାକୁ ଦେବି ନାହିଁ । ଯେହେତୁ ସେ ନିଜ ସେବାରୁ ମେ ୩୧ରେ ଅବସର ନେଇଛନ୍ତି, ତେଣୁ ସେ ଦିଲ୍ଲୀରେ ଯୋଗଦେବାକୁ ଯାଉନାହାଁନ୍ତି । ସେ ବର୍ତ୍ତମାନ ମୁଖ୍ୟ ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା । ସେ ଜୁନ୍ ୧ ତାରିଖରୁ, ମାନେ ମଙ୍ଗଳବାରଠାରୁ, ଏହି ପଦରେ ଦାୟିତ୍ ଗ୍ରହଣ କରିବେ,’’ ସୋମବାର ଦିନ କହିଛନ୍ତି ମମତା ବାନାର୍ଜୀ ।

ଦିଘାରେ ବାତ୍ୟା ୟାସ୍ କ୍ଷୟକ୍ଷତି ଦେଖିବା ଅବସରରେ ମମତାଙ୍କ ସହ ଆଲାପନ୍ ବନ୍ଦୋପାଧ୍ୟାୟ


ମମତା ବାନାର୍ଜୀ ଆହୁରି କହିଛନ୍ତି, ‘‘ମୁଁ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିର ଉତ୍ତରରେ ଆମର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରରେ ଯାଇ ଯୋଗ ଦେବାକୁ କୁହାଯାଇଥିଲା । ମୋତେ ପଠାଯାଇଥିବା ଚିଠିରେ ବେଙ୍ଗଲର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ବଦଳି କରିବାର କାରଣ ଉଲ୍ଲେଖ କରାଯାଇ ନ ଥିଲା । କେନ୍ଦ୍ର ସରକାର କୌଣସି ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସ୍ଥାନାନ୍ତର କରି ଦିଲ୍ଲୀରେ ଯୋଗଦେବାକୁ ବାଧ୍ୟ କରିପାରିବେ ନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

ଅମିତ ଶାହାଙ୍କୁ କହିଲେ ‘ଏକଛତ୍ରବାଦୀ ଶାସକ’

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜଣେ ‘ଏକଛତ୍ରବାଦୀ ଶାସକ’ ଭାବରେ ବର୍ଣ୍ଣନା କରି ମମତା ବାନାର୍ଜୀ କହିଛନ୍ତି ଯେ ସେ ହିଟଲର ଓ ଷ୍ଟାଲିନଙ୍କ ଭଳି ଆଚରଣ କରୁଛନ୍ତି । ‘‘ମୁଁ ସବୁ ରାଜ୍ୟର ସରକାର, ବିରୋଧୀଦଳ ନେତା, ଆଇ.ଏ.ଏସ୍.-ଆଇ.ପି.ଏସ୍. ଓ ଏନ୍‌.ଜି.ଓ.ମାନଙ୍କୁ ଏକାଠି ମିଶି ଲଢ଼େଇ କରିବାକୁ ନିବେଦନ କରୁଛି,’’ କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

କେନ୍ଦ୍ର ସରକାର ୧୯୮୭ ବ୍ୟାଚର ଆଇ.ଏ.ଏସ୍‌. ଅଧିକାରୀ ଆଲାପନ୍ ବନ୍ଦୋପାଧ୍ୟାୟଙ୍କ ସେବାକୁ ତିନି ମାସ ବୃଦ୍ଧି କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ମମତା ତାଙ୍କୁ ନିଜ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିବା ପରେ ପଶ୍ଚିମ ବଙ୍ଗ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଛିବା ଟଣାଓଟରାରେ ଏକ ନୂଆ ମୋଡ଼ ଆସିଛି ।

ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ତାପରେ ବଡ଼ ପୁଅ

କେନ୍ଦ୍ର ସରକାରଙ୍କ କର୍ମଚାରୀ ମନ୍ତ୍ରଣାଳୟ ଶୁକ୍ରବାର ଦିନ ବେଙ୍ଗଲର ମୁଖ୍ୟ ସଚିବ ଆଲପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡକାଇଥିଲେ । ବନ୍ଦୋପାଧ୍ୟାୟଙ୍କୁ ସୋମବାର ସକାଳ ୧୦ଟାରେ ଦିଲ୍ଲୀରେ ଯାଇ ପହଞ୍ଚିବାକୁ କୁହାଯାଇଥିଲା । କିନ୍ତୁ ସେ ସୋମବାର ପହଞ୍ଚି ନ ଥିଲେ ଓ ନିଜେ ବେଙ୍ଗଲରେ ହିଁ ନିଜ କାର୍ଯ୍ୟ ଜାରି ରଖିଥିଲେ ।



ବର୍ତ୍ତମାନ କେନ୍ଦ୍ର ସରକାର ଆଲାପାନ୍ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏହାର କାରଣ ଯଦି କୌଣସି ଅଧିକାରୀଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଥାଏ, ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମାନାଯାଏ ।
Published by: Anand ST Das
First published: May 31, 2021, 7:12 PM IST