ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Bengal Results: ମମତା ବାନାର୍ଜୀ ନନ୍ଦିଗ୍ରାମରୁ ଜିତିଲେ; ଶୁଭେନ୍ଦୁ ଅଧିକାରୀଙ୍କୁ ୧,୨୦୦ ଭୋଟରେ ହରାଇଲେ

Bengal Results: ମମତା ବାନାର୍ଜୀ ନନ୍ଦିଗ୍ରାମରୁ ଜିତିଲେ; ଶୁଭେନ୍ଦୁ ଅଧିକାରୀଙ୍କୁ ୧,୨୦୦ ଭୋଟରେ ହରାଇଲେ

ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ଯଦି ମମତା ବାନାର୍ଜୀଙ୍କୁ ୫୦,୦୦୦ରୁ ଅଧିକ ଭୋଟରେ ପରାସ୍ତ ନ କରନ୍ତି ତେବେ ସେ ରାଜନୀତି ଛାଡି଼ଦେବେ । ଡିସେମ୍ବରରେ ତୃଣମୂଳ କଂଗ୍ରେସ ଛାଡ଼ି ଅଧିକାରୀ ବିଜେପିରେ ଯୋଗଦେଇଥିଲେ ।

Bengal Results: ମମତା ବାନାର୍ଜୀ ନନ୍ଦିଗ୍ରାମରୁ ଜିତିଲେ; ଶୁଭେନ୍ଦୁ ଅଧିକାରୀଙ୍କୁ ୧,୨୦୦ ଭୋଟରେ ହରାଇଲେ
ମମତା ବାନାର୍ଜୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ମମତା ବାନାର୍ଜୀ (Mamata Banerjee) ପଶ୍ଚିମ ବଙ୍ଗର କଡ଼ା ଟକ୍କର ଥିବା ଆସନ ନନ୍ଦିଗ୍ରାମରେ ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ପରାସ୍ତ କରିଛନ୍ତି । ଶୁଭେନ୍ଦୁ ଅଧିକାରୀ ପୂର୍ବରୁ ମମତାଙ୍କ ଦଳ ତୃଣମୂଳ କଂଗ୍ରେସରେ (Trinamool Congress) ଥିଲେ ଓ ମମତାଙ୍କ ନିକଟବର୍ତ୍ତୀ ନେତା ରହି ତାଙ୍କ ଡାହାଣ ହାତ ଭାବେ ପରିଚିତ ଥିଲେ (West Bengal Assembly Poll Results)।

ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ଏକ ଚମତ୍କାର ବିଜୟ ଲାଭ କରୁଥିବା ବେଳେ ନନ୍ଦିଗ୍ରାମ ଆସନରୁ ଆସୁଥିବା ପ୍ରାଥମିକ ଭୋଟ୍‌ ଗଣତି ଫଳାଫଳରେ ମମତା ବାନାର୍ଜୀ ପଛୁଆ ରହିଥିବାରୁ ତାଙ୍କ ଦଳର ଉତ୍ସାହ ଦୁର୍ବଳ ହେଉଥିଲା । କିନ୍ତୁ ଶେଷରେ ମମତାଙ୍କ ଭୋଟ୍‌ ସଂଖ୍ୟା ଶୁଭେନ୍ଦୁ ଅଧିକାରୀଙ୍କ (Suvendu Adhikari) ଭୋଟ୍‌ ସଂଖ୍ୟାକୁ ଅତିକ୍ରମ କରିଯାଇଥିଲା । ମମତା ୧,୨୦୦ ଭୋଟରେ ଅଧିକାରୀଙ୍କ ଠାରୁ ଆଗୁଆ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ନନ୍ଦିଗ୍ରାମ (Nandigram) ହେଉଛି ସେହି ସହର ଯାହା ମମତା ବାନାର୍ଜୀଙ୍କୁ ୨୦୧୧ରେ ପ୍ରଥମ ଥର କ୍ଷମତାକୁ ଆଣିଥିଲା । ଏହି ଆସନରୁ ମମତାଙ୍କ ଜିତିବା ଦ୍ୱାରା ତାଙ୍କ ଦଳ ପାଇଁ ଏକ ବଡ଼ ବାର୍ତ୍ତା ଯାଇଛି । ବିଶେଷତଃ ମମତାଙ୍କୁ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଏହା ଏକ ବଡ଼ ବାର୍ତ୍ତା ଦେଇଛି (Mamata defeats Suvendu Banerjee)।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ



୨୦୧୧ ମସିହାରେ ଯେତେବେଳେ ମମତା ନନ୍ଦିଗ୍ରାମରେ କୃଷକମାନଙ୍କ ଜମି ଅଧିକାର ପାଇଁ ଆନ୍ଦୋଳନ (Nandigram farmers land agitation) କରୁଥିଲେ ସେତେବେଳେ ଶୁଭେନ୍ଦୁ ଅଧିକାରୀ ମମତାଙ୍କ ପାଖେ ପାଖେ ରହୁଥିଲେ । ପରେ ଅଧିକାରୀ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରୁ (Nandigram) ବିଧାୟକ ନିର୍ବାଚିତ ହୋଇଥିଲେ । ତା’ ପରେ ବର୍ଷ ବର୍ଷ ଧରି ଅଧିକାରୀଙ୍କ ପରିବାର ନନ୍ଦିଗ୍ରାମ ଉପରେ ଦୃଢ଼ ପ୍ରଭାବ ରଖିଥିଲା । କିନ୍ତୁ ଏହି ନିର୍ବାଚନରେ ​​ସେ ନନ୍ଦିଗ୍ରାମରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓ ମମତାଙ୍କୁ ସେଠାରେ ଜଣେ “ବାହାର ଲୋକ” ଭାବରେ ଉପସ୍ଥାପିତ କରି ଭୋଟରମାନଙ୍କ ସମର୍ଥନ ପାଇବାକୁ ଚେଷ୍ଟା କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

ଶୁଭେନ୍ଦୁ ଅଧିକାରୀ


ଏହା ବି ପଢ଼ନ୍ତୁ | ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ

୨୦୨୦ ଡିସେମ୍ବରରେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେବା ପରେ ମମତାଙ୍କ ତୃଣମୂଳ କଂଗ୍ରେସରୁ ଅନେକ ନେତା ଓ ବିଶ୍ୱସ୍ତ କାର୍ଯ୍ୟକର୍ତ୍ତା ଚାଲିଯାଇଥିଲେ ଓ ମମତା ଦୁର୍ବଳ ହୋଇଯାଇଥିବା ପରି ଲାଗିଥିଲେ । ଅଧିକାରୀଙ୍କ ବିଶ୍ବାସଘାତକତା ଯୋଗୁଁ ମମତା ନିଜକୁ ପ୍ରମାଣିତ କରିବାକୁ ଏହି ନିର୍ବାଚନୀ ସଂଗ୍ରାମକୁ ସିଧା ନନ୍ଦିଗ୍ରାମକୁ ନେଇଥିଲେ । ସେ କୋଲକାତାରେ ନିଜ ଭୋୱାନିପୋର ନିର୍ବାଚନ ମଣ୍ଡଳୀକୁ ଛାଡି଼ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ସେ ନିଜ ଭାଷଣରେ କହିଥିଲେ ଯେ ସେ ‘‘ନନ୍ଦିଗ୍ରାମ ଆନ୍ଦୋଳନକୁ ସ୍ୟାଲୁଟ୍‌ କରିବା’’ ପାଇଁ ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ଓ ସେ ଏହି ନିର୍ବାଚନ ମଣ୍ଡଳୀକୁ କେବେ ବି ତ୍ୟାଗ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ

ନନ୍ଦିଗ୍ରାମରେ ପ୍ରଚାର କରୁଥିବା ବେଳେ ୬୬ ବର୍ଷୀୟା ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏହି ଘଟଣାରେ ସେ ବିଜେପିର ଏକ ଭୂମିକା ଥିବା ଅଭିଯୋଗ କରିଥିଲେ । ତାଙ୍କ ଚାରି ପାଖରେ ବହୁ ଲୋକ ଜମା ହେବାରୁ ତାଙ୍କ କାରର ଦ୍ୱାରରେ ତାଙ୍କ ଗୋଡ ଚାପିଯାଇ ଭାଙ୍ଗି ଯାଇଥିବା ସେ ଅଭିଯୋଗ କରିଥିଲେ । ତା’ ପରଠାରୁ ନିର୍ବାଚନ ପ୍ରଚାରରେ ସେ ଏକ ହ୍ୱିଲଚେୟାରରେ ବସିଥିବା ଦେଖାଯାଇଥିଲେ । ହ୍ୱିଲଚେୟାରରେ ବସି ମମତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi), କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) ଓ ବିଜେପିର ଅନ୍ୟ ବଡ଼ ନେତାଙ୍କ ସାମୂହିକ ଶକ୍ତିକୁ ଚ୍ୟାଲେଞ୍ଜ୍‌ କରିଥିଲେ ।



ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ଯଦି ମମତା ବାନାର୍ଜୀଙ୍କୁ ୫୦,୦୦୦ରୁ ଅଧିକ ଭୋଟରେ ପରାସ୍ତ ନ କରନ୍ତି ତେବେ ସେ ରାଜନୀତି ଛାଡି଼ଦେବେ । ନିଜ ପୂର୍ବ ନେତା ମମତାଙ୍କୁ ଅପମାନିତ କଲା ଭଳି ଭାଷାରେ ସେ କହିଥିଲେ ଯେ ମମତା ଗୋଟିଏ ଲେଟରହେଡ୍‌ ପ୍ରସ୍ତୁତ କରି ରଖିଥାନ୍ତୁ ଯେଉଁଥିରେ ଲେଖାହୋଇଥିବ ‘‘ପୂର୍ବତନ ମୁଖ୍ୟମନ୍ତ୍ରୀ’’ ।
Published by: Anand ST Das
First published: May 2, 2021, 5:27 PM IST