ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’
ମମତା ବାନାର୍ଜୀ ୨୭ ମାର୍ଚ୍ଚରୁ ନନ୍ଦିଗ୍ରାମରେ ଅଛନ୍ତି । ଭୋଟିଂର ଦିନକ ଆଗରୁ ସେ ଅଭିଯୋଗ କରିଥିଲେ ଯେ ନନ୍ଦିଗ୍ରାମରେ ସମସ୍ୟା ସୃଷ୍ଟି କରିବାକୁ ଓ ଭୋଟରମାନଙ୍କୁ ଭୟଭୀତ କରାଇବାକୁ ଅନ୍ୟ ରାଜ୍ୟରୁ ଗୁଣ୍ଡାମାନଙ୍କୁ ଅଣାଯାଇଛି ।

ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଫୋନ୍ କରୁଛନ୍ତି ।
- News18 Odia
- Last Updated: April 1, 2021, 4:48 PM IST
ନନ୍ଦିଗ୍ରାମ: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee) ଗୁରୁବାର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ (Governor Jagdeep Dhankad) ଫୋନ୍ କରି ଅଭିଯୋଗ କରିଛନ୍ତି ଯେ ସକାଳ ଠାରୁ ନନ୍ଦିଗ୍ରାମର (Nandigram) ଏକ ମତଦାନ କେନ୍ଦ୍ରରେ ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉ ନାହିଁ । ଗୁରୁବାର ଦିନ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ (West Bengal Assembly Elections) ଅନୁଷ୍ଠିତ ହେଉଛି ।
ନିଜେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ୁଛନ୍ତି । ଗୁରୁବାର ଦିନ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବି ଭୋଟ୍ ଗ୍ରହଣ ହେଉଛି । ଏହି ଆସନରୁ ବିଜେପିରୁ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ (Suvendu Adhikari) ନିର୍ବାଚନ ଲଢ଼ୁଛନ୍ତି ।
ଏହା ବି ପଢ଼ନ୍ତୁ | ‘ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’

ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ
ତୃଣମୂଳ କଂଗ୍ରେସ (Trinamool Congress) ପାର୍ଟି ସୂତ୍ରରୁ ପ୍ରକାଶ ଯେ ମମତା ବାନାର୍ଜୀ ଏହି ହାଇ-ପ୍ରୋଫାଇଲ୍ ବିଧାନ ସଭା ଆସନରେ ଭୋଟିଂ ଉପରେ କଡ଼ା ନଜର ରଖିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ଏହି ସମୟରେ ସ୍ଥାନୀୟ ତୃଣମୁଳ କଂଗ୍ରେସର ନେତାମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କ ନିର୍ବାଚନ ଏଜେଣ୍ଟମାନଙ୍କୁ ଅନେକ ମତଦାନ କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର୍ ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍
ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ନନ୍ଦିଗ୍ରାମର ଭୀମକାଟା ଅଞ୍ଚଳରେ ତୃଣମୂଳ କଂଗ୍ରେସର କେତେକ କାର୍ଯ୍ୟକର୍ତ୍ତା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହା ବ୍ୟତୀତ ଏହି ନିର୍ବାଚନ ମଣ୍ଡଳୀରେ ହିଂସା କିମ୍ବା କୌଣସି ପ୍ରକାରର ଅଘଟଣ ଘଟିଥିବାର ସୂଚନା ମିଳିନାହିଁ ।
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ ୩ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ
ଦେଖନ୍ତୁ ମମତାଙ୍କ ଫୋନ୍ କଲ୍ର ଭିଡିଓ:
#WATCH: West Bengal CM Mamata Banerjee speaks to Governor Jagdeep Dhankhar over the phone at a polling booth in Nandigram. She says, "...They didn't allow the local people to cast their vote. From morning I am campaigning...Now I am appealing to you, please see..." pic.twitter.com/mjsNQx38BB
— ANI (@ANI) April 1, 2021
ତୃଣମୂଳ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଦିନ ସନ୍ଧ୍ୟା ସାଢ଼େ ୬ଟାରେ ମତଦାନ ଶେଷ ହେବା ପରେ ମମତା ବାନାର୍ଜୀ ଉତ୍ତର ବେଙ୍ଗଲରେ ପ୍ରଚାର କରିବାକୁ ନନ୍ଦିଗ୍ରାମ ଛାଡି଼ବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ସକାଳେ ସେ କାର୍ଯ୍ୟସୂଚୀ ପରିବର୍ତ୍ତନ କରିଥିଲେ । ବାନାର୍ଜୀଙ୍କ ସହ ଉପସ୍ଥିତ ଥିବା ଜଣେ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା କହିଛନ୍ତି ଯେ ମମତା ରହିବାକୁ ଓ ଶୁକ୍ରବାର ଦିନ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ବାନାର୍ଜୀ ଏହି ଅଞ୍ଚଳର ପରିସ୍ଥିତି ଉପରେ ନଜର ରଖିବେ ଓ ଆବଶ୍ୟକ ସ୍ଥଳେ ମତଦାନ କେନ୍ଦ୍ରକୁ ଯିବେ ବୋଲି ସେ କହିଛନ୍ତି ।
ମମତା ବାନାର୍ଜୀ ୨୭ ମାର୍ଚ୍ଚରୁ ନନ୍ଦିଗ୍ରାମରେ ଅଛନ୍ତି । ବୁଧବାର ଦିନ ସେ ଅଭିଯୋଗ କରିଛନ୍ତି ଯେ ନନ୍ଦିଗ୍ରାମରେ ସମସ୍ୟା ସୃଷ୍ଟି କରିବାକୁ ଓ ଭୋଟରମାନଙ୍କୁ ଭୟଭୀତ କରାଇବାକୁ ଅନ୍ୟ ରାଜ୍ୟରୁ ଗୁଣ୍ଡାଙ୍କୁ ଅଣାଯାଇଛି ।