ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମମତା ବାନାର୍ଜୀଙ୍କ ବଡ଼ ଘୋଷଣା: ପ୍ରତି ୨ ମାସରେ ଆସିବେ ଦିଲ୍ଲୀ; ୨୦୨୪ ନିର୍ବାଚନ ପାଇଁ ଦେଲେ ନାରା

ମମତା ବାନାର୍ଜୀଙ୍କ ବଡ଼ ଘୋଷଣା: ପ୍ରତି ୨ ମାସରେ ଆସିବେ ଦିଲ୍ଲୀ; ୨୦୨୪ ନିର୍ବାଚନ ପାଇଁ ଦେଲେ ନାରା

ବୟାନରେ ମମତା ବାନାର୍ଜୀ କହିଛନ୍ତି, ‘‘ମୁଁ ଆଜି ଶରଦ ପୱାରଙ୍କ ସହ କଥା ହେଲି । ମୋର ଯାତ୍ରା ସଫଳ ହେଲା । ଏକ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଆମେ ଭେଟିଲୁ । ଗଣତନ୍ତ୍ର ବଞ୍ଚିବା ଜରୁରୀ । ମୋର ସ୍ଲୋଗାନ ହେଉଛି (Save Democracy Save Country) । ଆମେ କୃଷକଙ୍କ ପ୍ରସଙ୍ଗକୁ ସମର୍ଥନ କରୁଛୁ । ମୁଁ ପ୍ରତି ମାସରେ ଦିଲ୍ଲୀ ଆସିବି ।’’

ମମତା ବାନାର୍ଜୀଙ୍କ ବଡ଼ ଘୋଷଣା: ପ୍ରତି ୨ ମାସରେ ଆସିବେ ଦିଲ୍ଲୀ; ୨୦୨୪ ନିର୍ବାଚନ ପାଇଁ ଦେଲେ ନାରା
୨୦୨୪ ନିର୍ବାଚନ ପାଇଁ ନାରା ଦେଲେ ମମତା ବାନାର୍ଜୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜୋରସୋରରେ ଲାଗିଛନ୍ତି । ମିଶନ ୨୦୨୪ ଦୌଡ଼କୁ ସେ ଆହୁରି ତୀବ୍ର କରିଛନ୍ତି। ଗତ ପାଞ୍ଚ ଦିନ ଦିଲ୍ଲୀରେ ରହିବା ସମୟରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ତଥା ଦେଶର ବହୁ ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି । ଏବେ ସେ ଘୋଷଣା କରିଛନ୍ତି ଯେ ସେ ପ୍ରତି ଦୁଇ ମାସରେ ଦିଲ୍ଲୀ ଆସିବେ। ମମତାଙ୍କ ଏହି ଘୋଷଣା ପଛରେ ତାଙ୍କର ମିଶନ୍ ୨୦୨୪ ଅଛି ବୋଲି ଚର୍ଚ୍ଚା ହେଉଛି ।

ମମତା ଶୁକ୍ରବାର ଦେଇଥିବା ଏକ ବୟାନରେ କହିଛନ୍ତି, ‘‘ମୁଁ ଆଜି ଶରଦ ପୱାରଙ୍କ ସହ କଥା ହେଲି । ମୋର ଯାତ୍ରା ସଫଳ ହେଲା । ଏକ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଆମେ ଭେଟିଲୁ । ଗଣତନ୍ତ୍ର ବଞ୍ଚିବା ଜରୁରୀ । ମୋର ସ୍ଲୋଗାନ ହେଉଛି (Save Democracy Save Country) । ଆମେ କୃଷକଙ୍କ ପ୍ରସଙ୍ଗକୁ ସମର୍ଥନ କରୁଛୁ । ମୁଁ ପ୍ରତି ମାସରେ ଦିଲ୍ଲୀ ଆସିବି ।’’

ପଶ୍ଚିମ ବଙ୍ଗରେ ବଡ଼ ବିଜୟ ପରେ ଏହା ମମତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ ଥିଲା । ଏହି ଗସ୍ତ ସମୟରେ ସେ ବିରୋଧୀ ଦଳର ଅନେକ ନେତାଙ୍କୁ ଭେଟିଥିଲେସେ । କିଛି ଦିନ ପୂର୍ବରୁ ମମତା କହିଥିଲେ ଯେ ବିଜେପିକୁ ପରାସ୍ତ କରିବାକୁ ସମଗ୍ର ବିରୋଧୀଙ୍କୁ ଏକଜୁଟ ହେବାକୁ ପଡ଼ିବ। ଏହି ପ୍ରୟାସରେ ନିୟୋଜିତ ଅଛନ୍ତି । ତେବେ ବିରୋଧୀ ଦଳର ନେତା କିଏ ବୋଲି ସେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।

ସେ କହିଥିଲେ ଯେ ସେ ଜଣେ ଜ୍ୟୋତିଷ ନୁହଁନ୍ତି। ସେ କ୍ରମାଗତ ଭାବେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରିଆସୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମମତା କ୍ରମାଗତ ଭାବରେ ବିରୋଧୀଙ୍କ ମୁଖ ହେବାକୁ ଚେଷ୍ଟା କରୁଛନ୍ତି।
Published by: Lipina Das
First published: July 30, 2021, 5:21 PM IST