News18 Odia Digital
କୋଲକାତା: ପଶ୍ଚିମ ବଙ୍ଗ (West Bengal) ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଭାରତୀୟ ଜନତା ପାର୍ଟି (BJP) ଉପରେ ତୀକ୍ଷ୍ଣ ଆକ୍ରମଣ କରିଛନ୍ତି । ରାଜ୍ୟର ବୀରଭୂମ ଜିଲ୍ଲାର ବୋଲପୁରରେ ଏକ ରାଲିରେ ମମତା କହିଛନ୍ତି ଯେ ତାଙ୍କୁ ରବୀନ୍ଦ୍ରନାଥ ଠାକୁରଙ୍କ ବିଶ୍ୱ ଭାରତୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଆଦୌ ପସନ୍ଦ ନୁହେଁ । ବଙ୍ଗଳା ସଂସ୍କୃତିକୁ ନଷ୍ଟ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି ।
‘‘ଏବେ ଚାଲିଥିବା ହିଂସା ଓ ବିଭାଜନକାରୀ ରାଜନୀତିକୁ ବନ୍ଦ କରାଯିବା ଉଚିତ୍ । ସେମାନେ (ବିଜେପି) ଭାବୁଛନ୍ତି ଯେ ଟଙ୍କା ଦେଇ ବିଧାୟକ କିଣିନେଲେ ମୋ’ ଦଳ ତୃଣମୂଳ କଂଗ୍ରେସ୍ (Trinamool Congress, TMC) ଶେଷ ବୋଇଯିବ । ଆଘ ଯାଆନ୍ତୁ ଓ ଦେଖନ୍ତୁ ଏହି ଦଳ କେମିତି ଗଠିତ ହୋଇଥିଲା,’’ କହିଛନ୍ତି ମମତା ।
ଏହା ବି ପଢ଼ନ୍ତୁ | ସୁରେଶ ମହାପାତ୍ର ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ; ୨୫ ବର୍ଷ ବୟସରେ IAS ପାଇଥିଲେସେ ଆହୁରି କହିଛନ୍ତି ଯେ ରାଜୀବ ଗାନ୍ଧୀ ତାଙ୍କୁ ବିଶ୍ୱ-ଭାରତୀକୁ ଆଣିଥିଲେ । ‘‘ରାଜୀବ ଗାନ୍ଧୀ ଯୁବକ ଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଉଥିଲେ। ମୁଁ ସେତେବେଳେ ବିଶ୍ୱ ଭାରତର ଜଣେ ସଦସ୍ୟା ଥିଲି । ବିଶ୍ୱ ଭାରତୀକୁ କେନ୍ଦ୍ର କରି ଏବେ ରାଜନୀତି ଚାଲିଛି । ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ,’’ କହିଛନ୍ତି ମମତା ।
‘‘ଯେଉଁ ଦିନ ରବିନ୍ଦ୍ରନାଥ ଠାକୁର ‘‘ଆମାର୍ ସୋନାର୍ ବାଙ୍ଗଲା' କବିତା ରଚନା କରିଥିଲେ ସେହି ଦିନ ସବୁ କିଛି ହୋଇଯାଇଥିଲା । ବର୍ତ୍ତମାନ ଆମର ଆଉ କେହି ଦରକାର ନାହିଁ । ପଶ୍ଚିମ ବଙ୍ଗର ଅର୍ଥ ହେଉଛି 'ସୋନାର୍ ବାଙ୍ଗଲା' । ଦିଲ୍ଲୀର ଲୋକଙ୍କୁ କ’ଣ ଜଣା ରବୀନ୍ଦ୍ରନାଥ କେଉଁ ମାଟିରେ ତିଆରି ହୋଇଥିଲେ?’’ କହିଛନ୍ତି ମମତା ।
ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ୫ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକସେ ଆହୁରି କହିଛନ୍ତି, ‘‘ବର୍ତ୍ତମାନ ଏମିତି ରାଜନୀତି ହୋଉଛି ଯେ ଆମେ ଆମର ଧର୍ମ ଭୁଲିଯାଉଛୁ । ବିବେକାନନ୍ଦଙ୍କୁ ଫୁଲ ମାଳ ପିନ୍ଧାଇଦେଲେ କାମ ହୋଇଯାଏ ନାହିଁ । ରାମକୃଷ୍ଣ ପରମହଂସଙ୍କୁ ଜାଣିବାକୁ ପଡ଼ିବ, ଦକ୍ଷିଣେଶ୍ୱରକୁ ଜାଣିବାକୁ ପଡ଼ିବ । ଏବେ ନିର୍ବାଚନ ହେବାର ଅଛି ବୋଲି ସେମାନେ (ବିଜେପି ନେତାମାନେ) ଏଠିକି ଆସୁଛନ୍ତି । ଆଗରୁ ସେମାନେ କେଉଁଠି ଥିଲେ?’’
‘‘ଆମେ ବର୍ଷର ୩୬୫ ଦିନ ନେତାଜୀ କରୁ । ୩୬୫ ଦିନ ରବୀନ୍ଦ୍ରନାଥ କରୁ । ଏହି ମାଟି ହେଉଛି ଆମର ସରସ୍ୱତୀ । ଏହା ହେଉଛି ଗଙ୍ଗା ଯମୁନା । ଏହା ହେଉଛି ସୁନାର ମାଟି । ଏହି ମାଟି ଉପରେ ଏବେ ଘୃଣାର ରାଜନୀତି ଚାଲିଛି । ସେମାନେ (ବିଜେପି) ମଣିଷ ମଣିଷ ମଧ୍ୟରେ ଦଙ୍ଗା କରାଉଛନ୍ତି,’’ କହିଛନ୍ତି ମମତା ବାନାର୍ଜୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।