News18 Odia Digital
କୋଲକାତା: ପଶ୍ଚିମ ବଙ୍ଗରେ ହେବାକୁ ଥିବା ବିଧାନ ସଭା ନିର୍ବାଚନ (West Bengal Assembly Elections 2021) ପାଇଁ ନାମାଙ୍କନ ଦାଖଲ କରିବାକୁ ନନ୍ଦିଗ୍ରାମ ଯାଇଥିବା ବେଲେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ନିଜେ ମମତା ଏ ବିଷୟରେ ସାମ୍ବାଦିକମାନଙ୍କୁ ଜଣେଇଛନ୍ତି ।
ଘଟଣା ସ୍ଥଳରୁ ଆସିଥିବା ଭିଜୁଆଲଗୁଡି଼କରେ ଦେଖାଯାଉଛି ଯେ ସୁରକ୍ଷାକର୍ମୀମାନେ ୬୬ ବର୍ଷୀୟା ମମତା ବାନାର୍ଜୀଙ୍କୁ ଉଠାଇ ଏକ କାରର ପଛ ସିଟରେ ବସାଉଛନ୍ତି । ତାଙ୍କ ଗୋଡ଼ରେ ଅଧିକ ଆଘାତ ଲାଗିଥିବା ସୂତ୍ରରୁ ପ୍ରକାଶ । ମମତାଙ୍କ ଛାତିରେ ବି ଆଘାତ ଲାଗିଥିବା ଅଭିଯୋଗ ହୋଇଛି (Mamata Banerjee attacked at Nandigram)।
ଏହା ବି ପଢ଼ନ୍ତୁ | ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ନ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ମଙ୍ଗଳବାର ଦିନ ନନ୍ଦିଗ୍ରାମ ଯାଇଥିଲେ ବିଧାନ ସଭା ନିର୍ବାଚନ ୨୦୨୧ ପାଇଁ ନାମାଙ୍କନ କରିବା ପାଇଁ । ସେଠାରେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଅଭିଯୋଗ କରିଛନ୍ତି ଯେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ କାରର କବାଟକୁ ଜୋର୍ ଜବରଦସ୍ତି କରି ବନ୍ଦ୍ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଆହତ ହୋଇଥିଲେ ।

‘‘ମୁଁ କୋଲକାତା ଫେରୁଥିଲି... ମୁଁ ଜନସାଧାରଣଙ୍କୁ ଭେଟୁଥିଲି... ସେଠାରେ ପୋଲିସ କର୍ମଚାରୀ ନ ଥିଲେ... ଚାରି-ପାଞ୍ଚ ଜଣ ଲୋକ ଆସି ପହଞ୍ଚିଲେ... ମୁଁ ମୋ’ କାର୍ ପାଖରେ ଛିଡ଼ା ହୋଇଥିଲି... ସେହି ଚାରି-ପାଞ୍ଚ ଜଣ ଲୋକ ଜାଣିଶୁଣି ମୋତେ ମୋ’ କାର୍ ଭିତରକୁ ଠେଲିଦେବାକୁ ଚେଷ୍ଟା କଲେ ଓ କବାଟ ବନ୍ଦ କରିବାକୁ ଚେଷ୍ଟା କଲେ। ମୋ’ ଗୋଡ଼ ଓ ପାଦରେ ଆଘାତ ଲାଗିଛି...,’’ ବାନାର୍ଜୀ କହିଛନ୍ତି ।
ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ୩ ଲକ୍ଷ ଟଙ୍କାରୁ ଅଧିକତା’ ପରେ ସେ କହିଥିଲେ, ‘‘ମୁଁ ଏବେ ବହୁତ ଯନ୍ତ୍ରଣା ଅନୁଭବ କରୁଛି । ମୁଁ କୋଲକାତା ଫେରିଯାଉଛି ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଛାତିରେ ମଧ୍ୟ ଯନ୍ତ୍ରଣା ହେଉଛି ।
ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସାମଗ୍ରୀ ସହିତ କାର୍ ଜବତ; ତଦନ୍ତ ଜାରିମମତାଙ୍କ ଉପରେ ଏହି ଆକ୍ରମଣ ଏକ ଷଡ଼ଯନ୍ତ୍ରରୁ ଜାତ ହୋଇଥିବା ଦର୍ଶାଇ ମମତା କହିଛନ୍ତି ଯେ ଘଟଣା ସ୍ଥଳରେ କୌଣସି ପୋଲିସ କର୍ମଚାରୀ ଉପସ୍ଥିତ ନ ଥିଲେ । ମମତା କୋଲକାତା ଫେରିଯାଇଛନ୍ତି ।
ପଶ୍ଚିମ ବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ଡ୍ରାମା କରୁଛନ୍ତି । ସେ କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ସିବିଆଇ ଯାଞ୍ଚ ପାଇଁ ସେ ଦାବି କରିବେ। ଦଳ ମୁଖ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଆଶା କରାଯାଉଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।