କଂଗ୍ରେସର ନୂଆ ସଭାପତି ହେଲେ ମଲ୍ଲିକାର୍ଜୁନ ଖଡ଼ଗେ; ୨୪ ବର୍ଷ ପରେ ଅଣଗାନ୍ଧି ଧରିଲେ ଦଳର ମଙ୍ଗ

ଦେଶର ୧୩୭ ବର୍ଷ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏକ ନୂତନ ସଭାପତି ପାଇଛି। ମଲ୍ଲିକାର୍ଜୁନ ଖଡ଼ଗେ ୯୦୦୦ ଭୋଟ୍ ମଧ୍ୟରୁ ୭ହଜାରରୁ ଅଧିକ ଭୋଟ୍ ପାଇଛନ୍ତି।

ମଲ୍ଲିକାର୍ଜୁନ ଖଡ଼ଗେ

ମଲ୍ଲିକାର୍ଜୁନ ଖଡ଼ଗେ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ୧୩୭ ବର୍ଷ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏକ ନୂତନ ସଭାପତି ପାଇଛି। ପ୍ରାୟ ୨୪ ବର୍ଷ ପରେ ଏହା ଘଟିଛି, କଂଗ୍ରେସର କମାଣ୍ଡ ଅଣ-ଗାନ୍ଧି ପରିବାରର ଜଣେ ନେତାଙ୍କ ହାତକୁ ଯାଇଛି। ମଲ୍ଲିକାର୍ଜୁନ ଖଡ଼ଗେ ୯୦୦୦ ଭୋଟ୍ ମଧ୍ୟରୁ ୭ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ତେବେ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଅନ୍ୟପକ୍ଷରେ ଶଶି ଥରୁର ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି।

ନୂତନ କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣନା ସକାଳ ୧୦ ଟାରୁ AICC ମୁଖ୍ୟାଳୟରେ ଆରମ୍ଭ ହୋଇଥିଲା। ଭୋଟ୍ ଗଣନା ଶେଷ ହେବା ପରେ ବିଜୟୀଙ୍କ ନାମ କୁହାଯାଇଥିଲା। ଅକ୍ଟୋବର ୧୭ରେ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ୯ ହଜାର ପ୍ରତିନିଧୀ କଂଗ୍ରେସ ସଭାପତି ପଦ ପାଇଁ ସାରା ଦେଶରେ ସ୍ଥାପିତ ୬୮ଟି ମତଦାନ କେନ୍ଦ୍ରରେ ଦଳର ନୂତନ ସଭାପତିଙ୍କୁ ଭୋଟ୍ ଦେଇଥିଲେ। ପାର୍ଟି ମହାସଚିବ ଜୟରାମ ରମେଶଙ୍କ ମୁତାବକ ଦଳର ଅଧ୍ୟକ୍ଷ ପଦ ପାଇଁ ଏପର୍ଯ୍ୟନ୍ତ ୧୯୩୯, ୧୯୫୦, ୧୯୭୭, ଓ ୨୦୦୦ ମସିହା ପରେ ନିର୍ବାଚନ ହୋଇଛି ।

ମଲ୍ଲିକାର୍ଜୁନ କର୍ଣ୍ଣାଟକରୁ ଆସିଛନ୍ତି। ଯିଏ ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଉଥିଲେ। କଂଗ୍ରେସ ସଭାପତି ନିର୍ବାଚନ ଲାଗି ଲଢେଇ ପାଇଁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥି ସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ଦଳର ସଭାପତି ଭାବେ ନିର୍ବାଚିତ ହେବାପରେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳ କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନଥିଲେ।
Published by:Soumya Das
First published: