News18 Odia Digital
Mali Bus Blast: ମାଲିରେ ଏକ ବସ୍ରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋପ୍ତି ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି ଯାହା ଜିହାଦୀ ହିଂସାର ଗଡ଼ ବୋଲି କୁହାଯାଉଛି।
ସୂଚନାନୁସାରେ, ମୋପ୍ତି ଅଞ୍ଚଳରେ ଶୁକ୍ରବାର ଦିନ ବାନ୍ଦିୟାଗରା ଓ ଗୋଣ୍ଡକା ମଧ୍ୟରେ ଥିବା ଯାତ୍ରୀବାହୀ ବସ୍ରେ ବିସ୍ଫୋରଣ ଘଟିଛି। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବାସହ ଅନେକ ଗୁରୁତର ଆହତ ହୋଇଥିବା ପୋଲିସ ଓ ସ୍ଥାନୀୟ ସୂତ୍ରରେ କୁହାଯାଇଛି।
ସ୍ଥାନୀୟ ବାନ୍ଦିୟାଗରା ଯୁବ ସଙ୍ଗଠନର ମୋସା ହାଉସସେନି କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ନଅଟି ମୃତଦେହକୁ କ୍ଲିନିକକୁ ନେଇଛୁ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ସେ କହିଛନ୍ତି।
ମାଲି ଦୀର୍ଘ ଦିନ ଧରି ଜିହାଦୀ ବିଦ୍ରୋହର ମୁକାବିଲା କରିଆସୁଛି। ବିଦ୍ରୋହରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଶହ ଶହ ଲୋକ ନିଜ ଘର ଦ୍ବାର ଛାଡ଼ି ପଳାଇଛନ୍ତି।
ମାଲି ମାଇନୁସମାରେ ମିଳିତ ଜାତିସଂଘର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଜାନୁଆରୀ ୧ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ IED ବିସ୍ଫୋରଣରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସେନା ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।