ଭାରତ ଏବଂ ମାଳଦ୍ୱୀପ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି; ଆତଙ୍କବାଦ ଓ ଡ୍ରଗ୍ସ ଚୋରା ଚାଲାଣର ବିପଦ ଗମ୍ଭୀର; ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଶିଖର ସମ୍ମିଳନୀରେ ଆଲୋଚନା ପରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ଭାରତ ଏବଂ ମାଲଦ୍ୱୀପ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି

ଭାରତ ଏବଂ ମାଲଦ୍ୱୀପ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି

  • Share this:
News 18 Odia Digital

ନୂଆଦିଲ୍ଲୀ; ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଶିଖର ସମ୍ମିଳନୀରେ ଆଲୋଚନା ପରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଗୃହ, ବିପର୍ଯ୍ୟୟ ପରିଚାଳନା ଏବଂ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମାଲଦ୍ୱୀପକୁ ୧୦ କୋଟି ଆମେରିକା ଡଲାରର ଅତିରିକ୍ତ କ୍ରେଡିଟ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ସମସ୍ତ ପ୍ରକଳ୍ପ ଠିକ୍ ସମୟରେ ଶେଷ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ଏକ ନୂଆ ଜୋସ ଦେଖିବାକୁ ମିଳିଛି ଏବଂ ନିକଟତରତା ବୃଦ୍ଧି ପାଇଛି । ସେ କହିଛନ୍ତି, 'କୋଭିଡ ମହାମାରୀ ଦ୍ଵାରା ଉତ୍ପନ ହୋଇଥିବା ସମସ୍ୟା ସତ୍ତ୍ବେ ଆମ ମଧ୍ୟରେ ସହଯୋଗ ଏକ ବ୍ୟାପକ ଭାଗିଦାରୀ ରୂପେ ଗ୍ରହଣ କରୁଛି।'

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ମହାସାଗରରେ ଅନ୍ତର୍ଜାତୀୟ ଅପରାଧ, ଆତଙ୍କବାଦ ଏବଂ ଡ୍ରଗ୍ସ କାରବାର ବଢ଼ି ଚାଲିଛି । ଶାନ୍ତି ପାଇଁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭାରତ-ମାଲଦ୍ୱୀପ ସହଭାଗୀତା କେବଳ ଉଭୟ ଦେଶର ନାଗରିକଙ୍କ ସ୍ୱାର୍ଥରେ କାମ କରୁନାହିଁ, ବରଂ ଏହା ସ୍ଥିରତାର ଉତ୍ସ ପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଲଦ୍ୱୀପର କୌଣସି ଆବଶ୍ୟକତା କିମ୍ବା ସଙ୍କଟ ସମୟରେ ଭାରତ ପ୍ରଥମେ ପ୍ରତିକ୍ରିୟା ଦେଇଥାଏ ଓ ଆଗକୁ ବି ଏହା ଜାରି ରଖିବ ।

ଏଥି ସହିତ ମାଳଦ୍ୱୀପ ରାଷ୍ଟ୍ରପତି ସୋଲିହ କହିଛନ୍ତି ଯେ ଆତଙ୍କବାଦ ସମସ୍ୟାର ମୁକାବିଲା ପାଇଁ ଆମେ ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛୁ। ସେ କହିଛନ୍ତି ଯେ ମାଳଦ୍ୱୀପ ଭାରତର ପ୍ରକୃତ ବନ୍ଧୁ ହୋଇ ରହିବ । ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀଙ୍କ ସହ ଚାରି ଦିନିଆ ଭାରତ ଗସ୍ତ ପାଇଁ ସୋଲିହ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି ।

ଭାରତ ମହାସାଗର ଅଞ୍ଚଳରେ ମାଳଦ୍ୱୀପ ହେଉଛି ଅନ୍ୟତମ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଏବଂ ପୂର୍ବ କିଛି ବର୍ଷ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ' ଆମେ ଆଜି ଗ୍ରେଟର ମାଲେରେ ୪୦୦୦ ସାମାଜିକ ଗୃହ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଛୁ । ମୁଁ ଘୋଷଣା କରି ଖୁସି ଯେ ୨୦୦୦ ଅତିରିକ୍ତ ସାମାଜିକ ଗୃହ ୟୁନିଟ୍ ପାଇଁ ଆମେ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବୁ ।
Published by:Soubhagya Mishra
First published: