ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ

ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇବ୍ରାହିମ ମହମ୍ମଦ ସୋଲିହ ଅଗଷ୍ଟ ୧ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଭାରତ ଗସ୍ତ କରିବେ । ଏହି ସମୟରେ ସୋଲିହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି ।

ଭାରତ ଗସ୍ତରେ ଆସୁଛନ୍ତି ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ

ଭାରତ ଗସ୍ତରେ ଆସୁଛନ୍ତି ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ

  • Share this:
News 18 Odia Digital

ନୂଆଦିଲ୍ଲୀ; ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇବ୍ରାହିମ ମହମ୍ମଦ ସୋଲିହ ଅଗଷ୍ଟ ୧ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଭାରତ ଗସ୍ତ କରିବେ । ଏହି ସମୟରେ ସୋଲିହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି। ସେମାନେ ମୁମ୍ବାଇ ଭ୍ରମଣ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହା ବ୍ୟତୀତ ବୈଦେଶିକ ମନ୍ତ୍ରଣାଳୟ ଚେସ ଅଲିମ୍ପିଆଡରେ ଭାଗ ନ ନେବାକୁ ପାକିସ୍ତାନର ନିଷ୍ପତ୍ତିକୁ ନେଇ ନିରାଶ ଭାବ ପ୍ରକାଶ କରିଛି। ଭାରତରେ ଚେସ ଅଲିମ୍ପିଆଡରୁ ପାକିସ୍ତାନ ପ୍ରତ୍ୟାହାର ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆଶ୍ଚର୍ଯ୍ୟଜନକ ଭାବେ ପାକିସ୍ତାନ ଚେସ ଅଲିମ୍ପିଆଡରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି, ବିଶେଷ କରି ଏହାର ଦଳ ଭାରତରେ ପହଞ୍ଚିବା ପରେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ସମ୍ମାନଜନକ ଆନ୍ତର୍ଜାତୀୟ ଇଭେଣ୍ଟକୁ ବି ରାଜନୀତିକରଣ କରିଛି ।

ସିଙ୍ଗାପୁର ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ ମିଳିବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ନେଇ ସିଙ୍ଗାପୁର ସରକାର ଅପଡେଟ ସେୟାର କରିଛନ୍ତି । ଏହି ବିଷୟରେ ଅଧିକ ବିବରଣୀ ପାଇଁ ଆପଣ ଦିଲ୍ଲୀ ସରକାରଙ୍କ ସହିତ ଯୋଗାଯୋଗ କରିପାରିବେ ।

ଏହାପୂର୍ବରୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଦିଲ୍ଲୀ ସରକାରଙ୍କୁ ଫାଇଲ ଫେରସ୍ତ କରିଥିଲେ । ଏଲଜି କହିଛି ଯେ ଏହା ମେୟରମାନଙ୍କର ସମ୍ମିଳନୀ ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ଯିବା ଠିକ ନୁହେଁ । ଏହାକୁ ପ୍ରତ୍ୟାଖାନ କରି ଦଳ କହିଥିଲା, ଅରବିନ୍ଦ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ଏହି ନିମନ୍ତ୍ରଣ ଦିଆଯାଇଛି । ଏହା ପରେ ସିଧାସଳଖ ବୈଦେଶିକ ମନ୍ତ୍ରଣାଳୟରୁ ଅନୁମୋଦନ ମାଗିଥିଲେ ।
Published by:Soubhagya Mishra
First published: