ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲା

WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲା

Making payments on WhatsApp gets easier, rupee symbol is added | ହ୍ୱାଟ୍ସଆପ୍ କମ୍ପାନୀ ବି ଘୋଷଣା କରିଛି ଯେ ହ୍ୱାଟ୍ସଆପ୍ ପରଦାରେ ଦିଶୁଥିବା କ୍ୟାମେରା ଆଇକନ୍ ଦ୍ୱାରା ଏବେ ଟଙ୍କା ପେମେଣ୍ଟ୍ କରିବାକୁ ଯେକୌଣସି QR କୋଡ୍ ସ୍କାନ୍ କରିହେବ ଓ ଭାରତର ୨ କୋଟି ଷ୍ଟୋରରେ ଜିନିଷ କିଣି ପେମେଣ୍ଟ୍ କରିହେବ ।

WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲା
ହ୍ୱାଟ୍ସଆପ୍ ପେମେଣ୍ଟ୍ କରିବା କାମକୁ ସହଜ ଓ ବିଶ୍ୱସନୀୟ କରୁଛି ।
  • News18 Odia
  • Last Updated: September 30, 2021, 11:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ (WhatsApp) ମାଧ୍ୟମରେ ଟଙ୍କା ଦିଆନିଆ କରିବା ଏବେ ସହଜ ହେବ । ଏହି କମ୍ପାନୀ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଚାଟ୍ କମ୍ପୋଜରରେ ₹ ପ୍ରତୀକ (rupee symbol) ଲଗାଇଛି । ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ୍ (GFF) ୨୦୨୧ରେ କମ୍ପାନୀ ଗୁରୁବାର ଦିନ ଏହି ଘୋଷଣା କରିଛି ।

ହ୍ୱାଟ୍ସଆପ୍‌ କମ୍ପାନୀ ଏହା ବି ଘୋଷଣା କରିଛି ଯେ ହ୍ୱାଟ୍ସଆପ୍‌ ପରଦାରେ ଦିଶୁଥିବା କ୍ୟାମେରା ଆଇକନ୍ ଦ୍ୱାରା ଏବେ ଟଙ୍କା ପେମେଣ୍ଟ୍ କରିବା ପାଇଁ ଯେକୌଣସି QR କୋଡ୍ ସ୍କାନ୍ କରିହେବ । ଏହା ଦ୍ୱାରା ଏବେ ଭାରତର ୨ କୋଟି ଷ୍ଟୋରରେ ଜିନିଷ ପଦାର୍ଥ କିଣି ପେମେଣ୍ଟ୍‌ କରିହେବ ।

ଏହା ବି ପଢ଼ନ୍ତୁ | ପିପିଲି Bypollରେ ୭୮.୨୪% ମତଦାନ ହେଲା; ଦିଶିଲା ଭୋଟରଙ୍କ ଉତ୍ସାହ; ସନ୍ଧ୍ୟାରେ ହିଂସା ଘଟଣାରେ ଯୁବକ ଆହତ ହେଲେ

ଫେସବୁକର (Facebook) ମାଲିକାନାରେ ଥିବା ହ୍ୱାଟ୍ସଆପକୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସେବାକୁ ପର୍ଯ୍ୟାୟ କ୍ରମେ ଲାଇଭ୍ କରିବା ପାଇଁ ଗତ ବର୍ଷ ନଭେମ୍ବରରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଅନୁମତି ଦେଇଥିଲା ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ଏହି ଦୁଇଟି ଅପଡେଟ୍ ପରେ ହ୍ୱାଟ୍ସଆପ୍‌ ଦ୍ୱାରା ଟଙ୍କା ପେମେଣ୍ଟ କରିବା ଆହୁରି ସହଜ ହୋଇଗଲା । ଏଣିକି ହ୍ୱାଟ୍ସଆପ୍‌ ବ୍ୟବହାରକାରୀମାନେ ଚ୍ୟାଟ୍ କମ୍ପୋଜର୍‌ ଭିତରେ ଦୁଇଟି ଆଇକନିକ୍ ସଙ୍କେତ (₹ ସଙ୍କେତ ଓ କ୍ୟାମେରା ଆଇକନ୍) ବ୍ୟବହାର କରି ଟଙ୍କା ପଠାଇ ପାରିବେ ।ହ୍ୱାଟ୍ସଆପର ₹ ପ୍ରତୀକ ଆରମ୍ଭ ହୋଇଯାଇଛି ଓ ଖୁବ୍ ଶୀଘ୍ର ସମଗ୍ର ଭାରତରେ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

ଏହା ବି ପଢ଼ନ୍ତୁ | Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ହେଉଛି ଏକ ରିଅଲ୍-ଟାଇମ୍ ପେମେଣ୍ଟ ସିଷ୍ଟମ୍ ଯାହା ଏକ ମୋବାଇଲ୍ ଆପ୍ ମାଧ୍ୟମରେ ତୁରନ୍ତ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟରୁ ଅନ୍ୟ ଏକ ବା ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରିପାରେ । UPI ମାଧ୍ୟମରେ ଆପଣ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଏକାଧିକ UPI ଆପ୍ ସହିତ ଲିଙ୍କ୍ କରିପାରିବେ । ସେମିତି ଗୋଟିଏ UPI ଆପ୍ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ବି ଆପଣ ପରିଚାଳିତ କରିପାରିବେ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ହ୍ୱାଟ୍ସଆପ୍‌ ଇଣ୍ଡିଆର ନିର୍ଦ୍ଦେଶକ (ପେମେଣ୍ଟ୍ସ) ମନେଶ ମହାତ୍ମେ କହିଛନ୍ତି ଯେ ଗତ ଦଶନ୍ଧି ଭିତରେ ସ୍ମାର୍ଟଫୋନ୍, ଡାଟା ଓ ବୈଷୟିକ ଉଦ୍ଭାବନ ଯୋଗୁଁ ଭାରତ ଏକ ଫିନଟେକ୍‌ ବିପ୍ଳବରେ (FinTech revolution) ଆଗେଇ ଚାଲିଛି ।

ଏହା ବି ପଢ଼ନ୍ତୁ | କରାଳ ରୂପ ନେଲା ବାତ୍ୟାଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ଜଣ ମୃତ

“ଭାରତରେ ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା ଏବ ପ୍ରାରମ୍ଭିକ ସ୍ଥିତିରେ ଅଛି । ଦେଶରେ ଉପଭୋକ୍ତାମାନେ ଖର୍ଚ୍ଚ କରୁଥିବା ଅର୍ଥର ୮୦%ରୁ ଅଧିକ ଏବେ ବି ନଗଦ ଅର୍ଥରେ (cash payments) ଜାରି ରହିଛି । ଭାରତର ଦୁଇ-ତୃତୀୟାଂଶ ଏବେ ବି ଗ୍ରାମାଞ୍ଚଳ ଅଛି । ଆଗାମୀ ବର୍ଷମାନଙ୍କରେ ଡିଜିଟାଲ୍ ଇନୋଭେସନ୍ସର ଲାଭ ଭାରତର ଗ୍ରାମାଞ୍ଚଳରେ ଦେଖିବାକୁ ମିଳିବ । ଭାରତକୁ ଗୋଟିଏ ସରଳ ସମାଧାନ ଦରକାର ଯାହା ‘କେମିତି ପେମେଣ୍ଟ୍‌ କରିବେ’ ତାହା ଶିଖିବା ପାଇଁ ହେଉଥିବା ଘର୍ଷଣକୁ ହଟାଇଥାଏ,’’ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲରେ (Global Fintech Festival) କହିଛନ୍ତି ମନେଶ ମହାତ୍ମେ ।
Published by: Anand S.T. Das
First published: September 30, 2021, 11:16 PM IST