ଆସନ୍ତୁ ଜାଣିବା କିପରି ବିବାହ ଲୁକକୁ ଅଧିକ ସୁନ୍ଦର ଓ ଫଟୋଜେନିକ୍ କରିପାରିବେ

ବିବାହ ଦିନ ସମସ୍ତଙ୍କ ଜୀବନର ଏକ ବିଶେଷ ଓ ଗୁରୁତ୍ଵପୂର୍ଣ୍ଣ ଦିନ। ଖାଦ୍ୟଠାରୁ ଆରମ୍ଭ କରି ସଜାସଜି ସବୁ ଠିକ୍ ହେବା ଉଚିତ୍।

ବିବାହ ଲୁକ କୁ ଅଧିକ ସୁନ୍ଦର ଏବଂ ଫଟୋଜେନିକ୍

ବିବାହ ଲୁକ କୁ ଅଧିକ ସୁନ୍ଦର ଏବଂ ଫଟୋଜେନିକ୍

  • Share this:
News 18 Odia Digital

ବିବାହ ଦିନ ସମସ୍ତଙ୍କ ଜୀବନର ଏକ ବିଶେଷ ଓ ଗୁରୁତ୍ଵପୂର୍ଣ୍ଣ ଦିନ। ଖାଦ୍ୟଠାରୁ ଆରମ୍ଭ କରି ସଜାସଜ୍ଜି ସବୁ ଠିକ୍ ହେବା ଉଚିତ୍। ଲୋକ କେବଳ ନିଜ ଜୀବନରେ ନୁହେଁ ବରଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ପାଇଁ ମଧ୍ୟ ସ୍ମରଣୀୟ ଦିନ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରନ୍ତି। ତୁମର ବିଶେଷ ଦିନକୁ କିପରି ଅଧିକ ସୁନ୍ଦର କରିପାରିବ, ସେ ସମ୍ବନ୍ଧରେ ଜାଣନ୍ତୁ କିଛି ଟିପ୍ସ...

ବର ଓ କନ୍ୟା, ଦୁଇ ଜଣଙ୍କ ୱେଡିଂ ଆଉଟଫିଟ୍ ମ୍ୟାଚ୍ କରି ପିନ୍ଧିଲେ ଫଟୋ ଭଲ ଆସିଥାଏ, ତେଣୁ ପୋଷାକର ପ୍ରକାରଠାରୁ ଆରମ୍ଭ କରି ରଙ୍ଗ ପର୍ଯ୍ୟନ୍ତ ସବୁ ସମାନ ହୋଇଥିବା ଦରକାର। ବିବାହର ଅତିଥିମାନେ, ବିଶେଷକରି ନିକଟ ସମ୍ପର୍କୀୟମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ଥିମ୍ ଫଲୋ କରିବା ଉଚିତ୍। ଉଦାହରଣ ସ୍ୱରୂପ, ଆପଣ ମେହେନ୍ଦୀ ନାଇଟ୍ ପାଇଁ ସବୁ ସବୁଜ ରଙ୍ଗ, ହଲଦୀ ସେରମୋନି ପାଇଁ ଏକ ଉଜ୍ଜ୍ୱଳ ହଳଦିଆ ରଙ୍ଗ କରିପାରିବେ। ବିବାହ ଦିନ ମଧ୍ୟ ଏକ ନିର୍ଦ୍ଦିଷ୍ଟ ରଙ୍ଗ ପିନ୍ଧିପାରିବେ।

ରଙ୍ଗଠାରୁ ଆରମ୍ଭ କରି ଫୁଲ ଓ ସଜାଇବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଜିନିଷ ପର୍ଯ୍ୟନ୍ତ ସବୁକିଛି ମ୍ୟାଚ୍ ହେବା ଉଚିତ୍। ଯେତେବେଳେ ଆମେ ଆଉଟଫିଟ୍ ଠାରୁ ଆରମ୍ଭ କରି ସଜାସଜ୍ଜି ପର୍ଯ୍ୟନ୍ତ ସବୁକିଛି ମେଳ ଖାଉଥିବା ଉପରେ ନଜର ରଖିଛୁ ତେବେ ମେକଅପ୍ ସାମଗ୍ରୀ ଗୁଡିକୁ ହାତଛଡ଼ା କରିବା ଉଚିତ୍ ନୁହେଁ। ଏଥିରେ ବର ପିନ୍ଧିଥିବା ଅଳଙ୍କାର, ଓ ବ୍ୟବହାର କରାଯାଉଥିବା ଫୁଲମାଳ ମଧ୍ୟ ଅନ୍ତର୍ଭୁକ୍ତ। ଉଦାହରଣ ସ୍ୱରୂପ, ଯଦି ଆପଣ ହାଲୁକା ରଙ୍ଗର ଥିମ୍ ସହିତ ଯାଉଛନ୍ତି, ତେବେ ଆପଣ ବରମାଳା ଧଳା ଫୁଲ ବାଛନ୍ତୁ। ସମାନ ଫୁଲ ବ୍ରାଇଡ୍ ହେୟାର ଷ୍ଟାଇଲ ପାଇଁ ବ୍ୟବହୃତ ହୋଇପାରିବ।
Published by:Soumyashree Mishra
First published: