ଆକାଶରେ ମୃତ୍ୟୁ: ବିଶ୍ୱର ସବୁ ଠୁଁ ବଡ଼ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗୁଡ଼ିକ ବିଷୟରେ ଜାଣନ୍ତୁ

ୟୁକ୍ରେନର ଏକ ବିମାନ ଆଜି ଇରାନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୮୦ ଜଣଙ୍କ ମୃତ୍ୟୁ ହେବା ପରେ ଦୁର୍ଘଟଣାର କାରଣ ଖୋଜା ଚ଼ାଲିଛି । ତେବେ ଏହା ପୂର୍ବରୁ ମଧ୍ୟ ବିଶ୍ବର ଅନେକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଓ ଆକ୍ରମଣର ଶିକାର ହୋଇଛନ୍ତି ।

ଏକ ବିମାନ ଦୁର୍ଘଟଣା ସ୍ଥଳର ଦୃଶ୍ୟ

ଏକ ବିମାନ ଦୁର୍ଘଟଣା ସ୍ଥଳର ଦୃଶ୍ୟ

  • Share this:
News18 Odia Digital

ତେହେରାନ: ଇରାନର ତେହେରାନଠାରେ ୟୁକ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସବୁ ୧୭୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଇରାନ୍‌ର ଏଭିଏସନ୍‌ ଡିପାର୍ଟମେଣ୍ଟ ତରଫରୁ ତୁରନ୍ତ ଏକ ଟିମ୍ ଘଟଣାସ୍ଥଳକୁ ଯାଞ୍ଚ ପାଇଁ ପଠାଯାଇଥିବାବେଳେ ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ସଠିକ ଭାବେ ଜଣାପଡ଼ି ନ ଥିବା ବେଳେ ଏହା ପଛରେ କୌଣସି ଆକ୍ରମଣ ଥିବା ସନ୍ଦେହ କରାଯାଉଛି । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ବିମାନ ଆକ୍ରମଣ ଏବଂ ଦୁର୍ଘଟଣାର ଶିକାର ହୋଇଛି ।

ପ୍ରଥମ ଘଟଣାଟି ୧୯୩୮ ଅଗଷ୍ଟ ୨୪ରେ ଚୀନ ଓ ଜାପାନ ମଧ୍ୟରେ ଦ୍ବିତୀୟ ଚୀନ ଜାପାନ ଯୁଦ୍ଧ ସମୟରେ ହୋଇଥିଲା । ଡିସି-୨ ବିମାନ ୧୮ ଜଣ ଯାତ୍ରୀଙ୍କୁ ନେଇ ଚୀନ ସୀମାରେ ଓହ୍ଲାଇଥିଲା । ଆକ୍ରମଣରୁ ବଞ୍ଚିବା ପାଇଁ ତୁରନ୍ତ ଏହାକୁ ପାଣିରେ ଓହ୍ଲାଯାଇଥିଲେ ବି କେବଲିନରେ ୧୫ ଜଣଙ୍କର ମୃତ୍ୟୃ ଘଟିଥିଲା । ଏହି ଦୁର୍ଘଟଣାକୁ ବିଶ୍ବର ପ୍ରଥମ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଭାବେ ଦେଖାଯାଇଥାଏ । ଏହି ଦୁର୍ଘଟଣା ପଛରେ କେତେକ ଦୁର୍ବୁତଙ୍କ ହାତଥିବା କୁହାଯାଏ ।

ଦ୍ବିତୀୟ ଘଟଣା ଘଟିଥିଲା କୋଲେଭା ଓଏଚ-ଅଲ୍ ନାଗରିକ ପରିବହନ ଯାତ୍ରୀ ବିମାନ ସହ, ଯାହା ଫିନିଶ୍‌ ବାହକ ଏରୋ ଓ/ୱାଇ ଦ୍ବରା ସଂଚାଳିତ ହେଉଥିଲା । ତାକୁ ସୋଭିଏତ୍‌ ଇଲ୍ୟୁଜନ୍‌ ଡିବି-୩ ବୋମାବର୍ଷକ ବିମାନ ଖସାଇ ଦେଇଥିଲେ । ଏହି ବିମାନଟି ୧୪ ଜୁନ ୧୯୪୦ରେ ତାଲିନ, ଏଷ୍ଟୋନିଆ ରୁ ହେଲସିଙ୍କି ଫିନଲାଣ୍ଡକୁ ଯାଉଥିଲା । ଏହି ଘଟଣା ଶୀତଳ ଯୁଦ୍ଧ ଶେଷ ହେବାର ତିନି ମାସ ପରେ ଫିନଲାଣ୍ଡ ଏବଂ ସୋଭିଏତ ସଂଘ ମଧ୍ୟରେ ଶାନ୍ତି ଆଲୋଚନା ସମୟରେ ହୋଇଥିଲା ।

ତୃତୀୟ ଘଟଣାଟି ହେଉଛି ଚଂଗକିଙ୍ଗ ଦୁର୍ଘଟଣା

୨୯ ଅକ୍ଟୋବର ୧୯୪୦ରେ ଗତଥର ଆକ୍ରମଣ ଘଟଣାରେ ସାମିଲ ଥିବା ଡିସି ଭଳି ସମାନ ଡିସି-୨ ଯାହାକୁ ସିଏନଏସି ଦ୍ବାରା ସଂଚାଳିତ  ଚୁଂକିଙ୍ଗ ନାମ ଦିଆଯାଇଥିଲା । ଚୀନର ୟୁନାନ ନିକଟସ୍ଥ ଚଙ୍ଗେଜ ଏୟାରଫିଲ୍ଡ ନିକଟରେ ଜାପାନ ସେନାଦ୍ବାରା ଏହାକୁ ନଷ୍ଟ କରାଯାଇଥିଲା ।

୨୩ ଜୁଲାଇ ୧୯୫୪ରେ ବ୍ୟାଙ୍କକରୁ ହଙ୍ଗକଙ୍ଗ ଯାଉଥିବା ରାସ୍ତାରେ କୈଥି ପ୍ୟାସିଫିକ ଏୟାରଓ୍ବେଜ ଦ୍ବାରା ସଂଚାଳିତ ଡଗଳସ ଡିସି-୪ ଏୟାରକ୍ରାଫ୍ଟ ଭିଆର-ଏଚଇୟୁକୁ ଚୀନର ପିପିଲ୍ସ ଲିବେରେସନ ଆର୍ମି ଏୟାରଫୋର୍ସ ଲାବୋଚକେ ଲା-୧୧ ସେନାଦ୍ବାରା ଖସାଇ ଦିଆଯାଇଥିଲା । ଫଳରେ ହେନାନା ଦୀପର ତଟ ନିକଟରେ ଖସିପଡ଼ିଥିବା ଏହି ଜାହାଜରେ ଥିବା ୧୦ଜରଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏରୋଫ୍ଲଟ ଫ୍ଲାଇଟ ୯୦୨ ଖାବରବସ୍କରୁ ମସ୍କୋ ଯାଉଥିବା ନିର୍ଦ୍ଧାରିତ ଘରୋଇ ସେବା ଉଡ଼ାଣ ଭରୁଥିଲା । ୩୦ ଜୁନ ୧୯୬୨ ଏହାର ଅବଶିଷ୍ଟାଂଶ କାରସନୋଭାର୍ସକ ବିମାନ ବନ୍ଦରଠାରୁ ୨୮ କିମି ଦୂର ପୂର୍ବରେ ଥିବା ରାମତଳ ଭୁଭାଗ ନିକଟରେ ମିଳିଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।

ଲିବିୟା ଏୟାରଲାଇନ୍ସର ବିମାନ ୧୧୪ ବେଙ୍ଗାଜୀ କାହିରାରୁ ଲିବିଆର ତ୍ରିପୋଲିକୁ ନିୟମିତ ଉଡାଣ ଭରିଥିଲା । ୨୧ ଫେବୃୟାରୀ ୧୯୭୩ରେ ୧୦ଟା ୩୦ରେ ବୋଇଂ ୭୨୭ ତ୍ରିପୋଲି ଛାଡ଼ିଥିଲା କିନ୍ତୁ ଖରାବ ପାଗ ଯୋଗୁଁ ଏହା ଉତ୍ତର ମିଶର ନିକଟରେ ଯାନ୍ତ୍ରୀକ ତ୍ରୁଟି ଯୋଗଁ ହଜି ଯାଇଥିଲା । ଏହା ସିନାଇ ପ୍ରାୟଦୀପ ଉପରେ ଇଜରାଏଲ ନିୟନ୍ତ୍ରଣରେ ଥିବା ଆକାଶ ମାର୍ଗକୁ ପ୍ରବେଶ କରିଥିଲା । ଦୁଇଜଣ ଏଫ-୪ ଫେଣ୍ଟମ ସେନାଦ୍ବାରା ଅବରୋଧ କରାଯିବା ପରେ ସେମାନଙ୍କୁ ଗୁଳି ମରାଯାଇଥିଲା । ଏଥିରେ ଯାଉଥିବା ୧୧୩ଜଣ ଲୋକଙ୍କ ସହ ୫ଜଣ କୋ ପାଇଲଟଙ୍କ ଜୀବନ ବଞ୍ଚିଯାଇଥିଲା ।

କୋରିଆନ ଏୟାରଲାଇନ୍ସର ବିମାନ ୯୦୨ (କେଏଏଲ ୯୦୨, କେଇ୯୦୨) ଏକ ଯାତ୍ରୀବାହୀ ବୋଇଂ ୭୦୭ ବିମାନ ଥିବାବେଳେ ୨୦ ଅପ୍ରେଲ ୧୯୭୮ରେ ସୋଭିଏତର ସୁଖୋଇ ଏସୟୁ-୧୫ ଫାଇଟର ଏହାକୁ ମୁରମାନସ୍କଠାରେ ଖସାଇଦେଇଥିଲା ଫଳରେ ୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

ଏୟାର ରୋଡେସିଆର ବିମାନ ୮୨୫ କରିବା ଏବଂ ସାଲିସବରି ମଧ୍ୟରେ ଉଡାଣ ଭରିଥିବାବେଳେ ରୋଡେସିୟା ବର୍ତ୍ତମାନ ହରାରେ ଠାରେ ୧୯୭୮ରେ ଜିମ୍ବାଓ୍ବେର ପିପୁଲ୍ସ ଲିବେରେସନ ଆର୍ମିର ଗରିଲାମାନଙ୍କ ଦ୍ବାରା ଏକ ଷ୍ଟ୍ରେଲା ୨ ମିଜାଇଲ ମାଡ଼ କରାଯାଇ ଖସାଇଦିଆଯାଇଥିଲା । ଏଥିରେ ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୨୦୧୪ରେ ମାଲେଶିୟା ଏୟାରଲାଇନ୍ସର ଏକ ବିମାନ ଏମଏଚ-୧୭ରେ ଆମଷ୍ଟରଡାମରୁ କୁଆଲାଲମପୁର ଯାଉଥିବାବେଳେ ଏଥିରେ ୨୮୩ ଯାତ୍ରୀ ବସିଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ ଏଥିରେ ଥିବା ୮୦ଜଣ ଶିଶୁ, ୧୫ ଚାଳକଙ୍କ ସମେତ ୨୮୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

୨୭ ମାର୍ଚ୍ଚ ୧୯୯୨ରେ ଷ୍ଟିଫେନେକୋର୍ଟ ବିମାନ ବନ୍ଦରରୁ ୟେରବାନ ଯାଉଥିବା ୟାକ-୪୦ ବିମାନ ଯେଉଁଥିରେ ୩୪ଜଣ ଯାତ୍ରୀଙ୍କ ସହ ଏକ ଚାଳକ ଦଳ ରହିଥିଲେ ଏହା ଉପରକୁ ଏକ ଅଜରବୈଜାନ ସୁଖୋଇ ଏସୟୁ-୨୫ରୁ ଆକ୍ରମଣ କରାଯାଇଥିଲା । ଇଞ୍ଜିନ ଖରାପ ହେବା କାରଣରୁ ଫଛପାଖରେ ନିଆଁ ଲାଗିଯିବାରୁ ଏହା ଆର୍ମେନିଆର ଏକ ସ୍ଥାନରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲା ।
Published by:Durgamadhab Rath
First published: