ନର୍ସଙ୍କ ନାଚ ଦେଖି ଖୁସିରେ ଝୁମି ଉଠିଲେ CMO; ଡେପୁଟି CM ନେଲେ ବଡ଼ ଆକ୍ସନ

ଫିଲ୍ମ ଗୀତରେ ନୃତ୍ଯ ପରିବେଷଣ କରୁଥିଲେ ନର୍ସ । କରତାଳି ମାରୁଥିଲେ ସିଏମଓ...

ଡେପୁଟି CM ନେଲେ ବଡ଼ ଆକ୍ସନ

ଡେପୁଟି CM ନେଲେ ବଡ଼ ଆକ୍ସନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମଣିପୁରୀ: ବିବାଦରେ ସିଏମଓ । ନର୍ସମାନେ ନାଚୁଥିବା ସମୟରେ କରତାଳି ଦେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି ସିଏମଓ ପ୍ରେମପାଲ ସିଂ । ଉତ୍ତରପ୍ରଦେଶର ମଣିପୁରୀର ଏକ CHCରେ ମୁଖ୍ୟ ଅତିଥି ହୋଇ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା ।

ମେ ୧୨ରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ ଅବସରରେ ପ୍ରେମପାଲ ସିଂ ମୁଖ୍ଯ ଅତିଥି ଭାବେ ମଣିପୁର ବିଭିନ୍ନ  CHC PHCରେ ଯୋଗ ଦେଇଥିଲେ । ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ମଧ୍ଯ ଆୟୋଜିତ ହୋଇଥିଲା । CMOଙ୍କ ଚର୍ଚ୍ଚା ଓ ଆତିଥ୍ୟ ପାଇଁ, ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଗୀତ ଓ ନର୍ସମାନଙ୍କୁ ସେହି ଗୀତର ତାଳେତାଳେ ନାଚିବା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା  । ପ୍ରୋଗ୍ରାମ ଆରମ୍ଭ ହେବା ପରେ ନର୍ସମାନେ ସିଏମଓଙ୍କ ସାମ୍ନାରେ ଚଳଚ୍ଚିତ୍ର ଗୀତ ନୃତ୍ଯ ପରିବେଷଣ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନର୍ସମାନଙ୍କ ନୃତ୍ୟ ସମୟରେ ଓ ସିଏମଓ ଖୁସି ହୋଇ କରତାଳି ଦେଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା ଓ CMO ସାହେବ ସମସ୍ତଙ୍କ ଟାର୍ଗେଟରେ ଆସିଥିଲେ।

ଭାଇରାଲ ଭିଡିଓରେ ନର୍ସମାନଙ୍କ ନାଚ ଉପରେ CMO କରତାଳି ଦେଇଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କର ଜଣେ କର୍ମଚାରୀ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ। ଏହି ପରିପ୍ରେକ୍ଷୀରେ, ସିଏମଓଙ୍କ ସମସ୍ଯା ବଢ଼ିପାରେ କାରଣ ସିଏମଓ ପ୍ରେମ ପାଲ ସିଂ ଓ ତାଙ୍କର ଅନ୍ୟ ଅଧିକାରୀଙ୍କ ନର୍ସଙ୍କ ନୃତ୍ୟ ଦେଖୁଥିବା ଭିଡିଓ ଭାଇରାଲ ହେବା ପରେ ଡେପୁଟି ସିଏମ ବ୍ରଜେଶ ପାଠକ ଅସନ୍ତୋଷ ପ୍ରକାଶ କରି ଘଟଣାର କଡା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବେରୋଜଗାରୀଙ୍କ ପାଇଁ ବଡ଼ ସୁଯୋଗ; ସରକାର ରେଳ ବିଭାଗରେ ଦେବେ ଚାକିରି

ସୂଚନାଯୋଗ୍ୟ, ସିଏମଓ ୩୧ରେ ଅବସର ନେଉଛନ୍ତି । ଯେଉଁ କାରଣରୁ ତାଙ୍କ ବିଭାଗର ଲୋକମାନେ ତାଙ୍କୁ ଖୁସି କରିବା ପାଇଁ ଗୀତ ଗାଇବା ଓ ନାଚିବା ପାଇଁ ବ୍ୟବସ୍ଥା କରିଥିଲେ। ସେଥିପାଇଁ, ମେ ୧୨ ରେ ନର୍ସମାନେ ସେମାନଙ୍କ ପାଇଁ ନାଚିବା ପାଇଁ ପ୍ରସ୍ତୁତ ହୋଇଥିଲେ।
Published by:Soumya Das
First published: