ମା’ବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

ସିସିଟିଭି ଫୁଟେଜରେ ଚାକରାଣୀ ଜଣକ କାନ୍ଦୁଥିବା ପିଲାଟିକୁ ଶାନ୍ତ କରିବା ପାଇଁ ତାକୁ ନିର୍ମମ ଭାବେ ପିଟୁଥିବା ଦେଖାଯାଇଛି । ସେହି ଚାକରାଣୀ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ତାକୁ ଗିରଫ କରାଯାଇଛି ।

ମା’ବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO
ସିସିଟିଭି ଫୁଟେଜରେ ଧରାପଡ଼ିଥିବା ଏକ ଦୃଶ୍ୟ
  • News18 Odia
  • Last Updated: September 2, 2020, 8:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାନପୁର: ଅନେକ ଲୋକ ନିଜ ସାନ ପିଲାମାନଙ୍କ ଦାୟିତ୍ୱ ଚାକରାଣୀ ଉପରେ ଦେଇ ଚାକିରୀ ବା ବ୍ୟବସାୟ ସ୍ଥଳକୁ ଯାଇଥାନ୍ତି । ସେମାନେ ଚାକରାଣୀ ଉପରେ ପୂରା ଭରସା କରନ୍ତି । ହେଲେ ସେହି ଚାକରାଣୀ ଯଦି ଶିଶୁଟିର ଶତୃ ସାଜିଲା, ତାହେଲେ କ’ଣ କରାଯିବ? ଏମିତି ଏକ ଅଭାବନୀୟ ଘଟଣାର ପର୍ଦ୍ଦାଫାଶ ହୋଇଛି ସିସିଟିଭି କ୍ୟାମେରାରୁ ।

ଜଣେ ଚାକରାଣୀ ଏକ ନିର୍ଦ୍ଦୋଷ ଶିଶୁକୁ ନିର୍ଯାତନା ଦେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ମାମଲା ଉତ୍ତର ପ୍ରଦେଶର କାନପୁର ସହରର କଲ୍ୟାଣପୁର ଥାନା ପରିସରରେ ଥିବା ରତନ ଅର୍ବିଟ ଆପାର୍ଟମେଣ୍ଟର । ଚାକରାଣୀ ଜଣକ ଶିଶୁଟିର ପିତାମାତାଙ୍କ ଅନୁପସ୍ଥିତିରେ ତାକୁ ପିଟୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ଲାଗିଛି । ଏ ସମ୍ପର୍କରେ ବାଳକଟିର ବାପା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି । ଅଭିଯୁକ୍ତ ଚାକରାଣୀକୁ ଗିରଫ କରାଯାଇଛି ।

ସୌରଭ ସିଂ ନାମକ ସରକାରୀ କର୍ମଚାରୀ ରତନ ଅର୍ବିଟ ଆପାର୍ଟମେଣ୍ଟରେ ରୁହନ୍ତି। ତାଙ୍କ ପତ୍ନୀ ବି ସରକାରୀ ସେବାରେ ଅଛନ୍ତି । ତାଙ୍କର ଦୁଇ ପୁଅର ଯତ୍ନ ନେବା ପାଇଁ ସୌରଭ ନିଜ ଘରେ ଜଣେ ଚାକରାଣୀ ରଖିଥିଲେ । ସ୍ୱାମୀ ଓ ସ୍ତ୍ରୀ ଚାକରାଣୀର ଦାୟିତ୍ୱରେ ପିଲାମାନଙ୍କୁ ଛାଡ଼ି କାମକୁ ଚାଲିଯାଆନ୍ତି ।

ଦେଖନ୍ତୁ ଭିଡିଓ (Watch Video):



ସୌରଭ କହିଛନ୍ତି ଯେ ତାଙ୍କ ବଡ଼ ପୁଅ ରବିବାର ଦିନ ଘରେ ପଡ଼ି ଆହତ ହୋଇଥିବା ସେ ଜାଣିବାକୁ ପାଇଥିଲେ । ତେଣୁ ସେ ପିଲାଟିକୁ ଧରି ନିଜ ପତ୍ନୀଙ୍କ ସହ ଡାକ୍ତରଖାନା ଯାଉଥିଲେ । ଏହି ସମୟରେ ତାଙ୍କ ସାନ ପୁଅ ବି ତାଙ୍କ ସହିତ ଯିବାକୁ ଜିଦ୍ ଧରି କାନ୍ଦିବାକୁ ଲାଗିଲା ।

କିନ୍ତୁ ପିଲାଟିକୁ ଶାନ୍ତ କରିବା ପରେ ତାକୁ ଚାକରାଣୀର ଦାୟିତ୍ୱରେ ଛାଡ଼ି ସେମାନେ ଡାକ୍ତରଙ୍କ ପାଖକୁ ଯିବା ପାଇଁ ଘରୁ ବାହାରି ଆସିଥିଲେ । କିନ୍ତୁ ସେହି ସମୟରେ ସାନ ପୁଅର କ୍ରନ୍ଦନ ବଢ଼ିଯାଇଥିଲା ।

ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

‘‘ମୁଁ ଘର ଭିତରକୁ ଯାଇ ଦେଖିବା ପାଇଁ ଭାବିଲି । କିନ୍ତୁ ଡେରି ହୋଇଯିବ ବୋଲି ଭାବି ମୁଁ ବଡ଼ ପୁଅ ଓ ସ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ପାଖକୁ ଚାଲିଗଲି । ଫେରିବା ପରେ ସାନ ପୁଅ ଖଟ ଉପରେ ଶୋଇଥିବା ଦେଖିଲି । ତା’ପରେ ମୋ ଆଖି ତା’ ମୁହଁରେ ପଡ଼ିଲା, ସେଇଠି ମୁଁ ଏକ ଦାଗ ଦେଖିଲି । ତା’ ପରେ ମୁଁ ଘରେ ଲଗାଇଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ଚେକ୍ କଲି । ମୋ’ ଘରର ଚାକରାଣୀର କ୍ରୁରତା ସାମ୍ନାକୁ ଆସିଲା,’’ କହିଛନ୍ତି ସୌରଭ ।



ସିସିଟିଭି ଫୁଟେଜରେ ଚାକରାଣୀ ଜଣକ କାନ୍ଦୁଥିବା ପିଲାଟିକୁ ଶାନ୍ତ କରିବା ପାଇଁ ତାକୁ ନିର୍ମମ ଭାବେ ପିଟୁଥିବା ଦେଖାଯାଇଥିଲା । ଏହା ପରେ କଲ୍ୟାଣପୁର ପୋଲିସ ଷ୍ଟେସନରେ ସେହି ଚାକରାଣୀ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ତାକୁ ଗିରଫ କରିଛି ।
Published by: Anand Shankar Thankur Das
First published: September 2, 2020, 8:38 PM IST
corona virus btn
corona virus btn
Loading